ବିଦୁ୍ୟତ ତାର ଓହଳି ପଡିଛି; ବିଭାଗର ନିଘାନାହିଁ 

ରାଜନଗର : ବାତ୍ୟା ଦାନା ସମୟରେ ବିଦୁ୍ୟତ ଖୁଣ୍ଟ ଶୋଇଯାଇ ତାର ଓହଳି ପଡିଛି । ଏହାକୁ ସଜାଡିବା ପାଇଁ ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେଉନଥିବାରୁ ବିପଦ ସଙ୍କୁଳ ସୃଷ୍ଟି ହୋଇଛି । ଏଭଳି ଘଟଣା ରାଜନଗର ବ୍ଲକର ରାଜନଗର-ଗୋପାଳପୁର ଲୁଣାଘେରୀବନ୍ଧର କନକପୁର ଡାଲଖାଇ ଛକରେ ଦେଖିବାକୁ ମିଳିଛି । ତାର ଝୁଲି ପଡିବା ଦ୍ୱାରା ରାସ୍ତା ଉପରେ ଗାଡିମଟର ଗଲା ବେଳେ ଅସୁବିଧା ସୃଷ୍ଟି ହେଉଛି । ଛୋଟ ପିଲାମାନେ ଏହି ବିଦୁ୍ୟତ ତାରକୁ ଧରି ଝୁଲୁଥିବା ଦେଖିବାକୁ ମିଳିଛି । ଏସଂପର୍କରେ ବିଦୁ୍ୟତ ବିଭାଗର ସହକାରୀ ଯନ୍ତ୍ରୀ ସତ୍ୟପ୍ରକାଶ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସୋମବାର ଦିନ ଘଟଣାସ୍ଥଳକୁ କର୍ମଚାରୀ ପଠାଇ ଆବଶ୍ୟକୀୟ ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।