ଅବହେଳିତ ବାଣପୁର ଡାକ୍ତରଖାନା


ାା ବାଲୁଗାଁରୁ ଭି. କାମେଶ୍ୱର ଆଚାରୀ ।ା
ବାଣପୁର ଏନଏସିରେ ଅବସ୍ଥିତ ଶହେବର୍ଷରୁ ଉର୍ଦ୍ଧ ପୁରାତନ ତଥା ଇଂରେଜ ରାଜରୁ ପ୍ରତିଷ୍ଠିତ ବାଣପୁର ଡାକ୍ତରଖାନା ସମ୍ପୂର୍ଣ ରୂପେ ଅବହେଳିତ । ଯେଉଁ ଡାକ୍ତରଖାନା ଦିନେ ବହୁତ ଡାକ୍ତରଙ୍କୁ ନେଇ ଗର୍ବ କରୁଥିଲା, ଆଜି ସେହି ଡାକ୍ତରଖାନା ସ୍ୱଳ୍ପ ଡାକ୍ତରଙ୍କୁ ନେଇ ଚାଲିଛି । ବହୁ ରୋଗୀ ଏଠାକୁ ଚିକିସôା ପାଇଁ ଆଶା ଭରସାରେ ଆସି ହିନସ୍ଥା ହୋଇ ମନଦୁଃଖରେ ଫେରି ସ୍ଥାନୀୟ କ୍ଲିନିକକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ଅନେକ ଦିନ ହେବ ଏହି ଡାକ୍ତରଖାନାକୁ ରାଜ୍ୟ ସରକାର ଅପଗ୍ରେଡେସନ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୂପେ ମାନ୍ୟତା ମିଳିଲାପରେ ଡାକ୍ତରଖାନରେ କିଛି କିଛି ଉନ୍ନତି ପରିଲକ୍ଷିତ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ଏହି ଡାକ୍ତରଖନରେ ରୋଗୀମାନଙ୍କର ବିଭିନ୍ନ ପରୀକ୍ଷା ପାଇଁ ଉନ୍ନତ ଧରଣର ଯନ୍ତ୍ରପାତି ଥିବା ସତ୍ତ୍ୱେ କିଛି କାମରେ ଆସୁନାହି ବରଂ ରୋଗୀମାନେ ହିନସ୍ଥା ଓ ବାଧ୍ୟ ହୋଇ ପ୍ରଭେଟ ପାଥୋଲୋଜିରେ ପରୀକ୍ଷା କରୁଛନ୍ତି । ରୋଗୀଙ୍କୁ ଠିକରୁପେ ଅକ୍ସିଜେନ ଦେଉ ନାହାନ୍ତି, ଯେଉଁ ଟେକ୍ନିକାଲ ଷ୍ଟାଫ ଅଛନ୍ତି ସେମାନେ ଅନଭିଜ୍ଞ ଅଟନ୍ତି । ସେଥିପାଇଁ ରୋଗୀଙ୍କର ଜୀବନ ଅକାରଣରେ ଚାଲିଯାଉଛି । ଏଥି ପାଇଁ ଡାକ୍ତରଖାନା ପରିସରରେ ବହୁବାର ଉତେଜନା ଦେଖାଦେଇଥିଲା ବେଳେ ପ୍ରଶାସନ ତରଫରୁ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଦୀର୍ଘ ଦିନ ହେଲା ଡାକ୍ତରଖାନାରେ ବିଭିନ୍ନ ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ କେଉଁଦିନ ଏହା ଉଗ୍ରରୂପ ନେବ ତାହା କହିବା କଷ୍ଟକର । ଗତ କିଛିଦିନ ହେଲା ଏହି ଡାକ୍ତର ଖାନର ଟେକନିସିଆନ ମାଡାମଙ୍କ ବଦଳି ପରେ ଏଠାକୁ ଅନ୍ୟ କେହି ଆସିନାହାନ୍ତି । ଯେଉଁଥି ପାଇଁ ରୋଗୀ ଙ୍କ ପରୀକ୍ଷା ହୋଇ ନ ପାରିବାରୁ ସେମାନେ ବାଲୁଗାଁ କିମ୍ବା ଭୁବନେଶ୍ୱର ଯାଇ ପରୀକ୍ଷା କରି ଖର୍ଚ୍ଚାନ୍ତ ହେବାକୁ ପଡୁଛି ।