ଅବହେଳିତ ବୃଦ୍ଧ ଦମ୍ପତିଙ୍କୁ ନ୍ୟାୟ ପ୍ରଦାନରେ ସହାୟତା

 ପାରାଦୀପ  : ଆଧୁନିକ ସମାଜରେ ବୃଦ୍ଧ ବାପା ମା ଙ୍କୁ ପୁଅ ବୋହୁ ମାନେ ଅତ୍ୟାଚାର ଓ ଘରୁ ବାହାର କରି ଦେଉଥିବାର ବାରମ୍ବ ।ର ବିଭିନ୍ନ ଗଣମାଧ୍ୟମରେ  ଖବର ପ୍ରକାଶ ପାଉଥିବା ବେଳେ ଏପରି ଏକ ଘଟଣା   ଜଗତସିଂହପୁର ଯଶୋବନ୍ତପୁର ଅଞ୍ଚଳର ପ୍ରଫୁଲ୍ଲ ମହାପାତ୍ର (୭୨) ଓ ପ୍ରମିଳା ମହାପାତ୍ର (୭୦)ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି  ।  ଦୁଃଖ କଷ୍ଟରେ ପାଲିପୋଷି ଅନିଶ କରିଥିବା ତାଙ୍କ ପିଲାମାନଙ୍କ ଦ୍ୱାରା   ଉକ୍ତ ଦମ୍ପତି ନିର୍ଯ୍ୟାତିତ, ଅବହେଳିତ ହୋଇ ନିଜ ଘର ଛାଡି ଅନ୍ୟତ୍ର ଏକ ଭଡା ଘରେ କାଳାତିପାତ କରୁଛନ୍ତି  । ବୟସର ଅପରାହ୍ନରେ ଯେଉଁଠି ପିଲାମାନେ ବାପା ମା ଙ୍କର  ଆଶା ବାଡି   ସାଯିବା କଥା ସେଠି ପୁଅ ବୋହୁ ତାଙ୍କର ବିବାହ ବିଚ୍ଛେଦକୁ ନେଇ ବ୍ୟସ୍ତ ରହି ବାପା ମା ଙ୍କୁ ଦୀର୍ଘଦୀନ ଧରି ଅଣଦେଖା କରିଆସୁଛନ୍ତି । ଏ ସମ୍ପର୍କରେ ବୃଦ୍ଧ ଦମ୍ପତି ବ୍ୟାସ ଫାଉଣ୍ଡସେନର ଅଧକ୍ଷା ସ୍ନେହମୟୀ ଆଚାର୍ଯ୍ୟଙ୍କ ସହିତ ଯୋଗାଯୋଗ କରି  ଅନ୍ତିମ ଜୀବନ ତକ ଶାନ୍ତିରେ କଟାଇବା  ଦିଗରେ ସହାୟତା ଲୋଡ଼ିଥିଲେ  ।  ଟ୍ରଷ୍ଟର ସଭାନେତ୍ରୀ ଆଚର୍ଯ୍ୟ ଓ ଉପସଭାନେତ୍ରୀ ରଶ୍ମିତା ନାୟକ  ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରିଣୀ ନିଶ୍ଚିମୁକ୍ତା ପଟ୍ଟନାୟକଙ୍କୁ ଏହି ବୃଦ୍ଧ ଦମ୍ପତିଙ୍କୁ ନ୍ୟାୟ ପ୍ରଦାନ  ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ  ।  ସୋମବାର ଦିନ ଉପଜିଲ୍ଲାପାଳଙ୍କ କୋର୍ଟରେ ଉଭୟ ପକ୍ଷଙ୍କୁ ଡକାଇ ସେମାନଙ୍କ କଥାକୁ ବିଚାରକୁ ନେଇ  ବୃଦ୍ଧ ଦମ୍ପତିଙ୍କୁ ନିଜ ଘରେ ରହିବାକୁ ପରାମର୍ଶ ଦେବା ସହ  ଭଡା ଘରେ ପୁଅ ବୋହୁ ରହିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ଅପର ପକ୍ଷେ  ପୁଅ ବୋହୁଙ୍କର ବିବାହ ବିଛେଦ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ପୁଅ ପ୍ରତେକ ମାସରେ ନିଜ ସ୍ତ୍ରୀକୁ ଘର ଭଡା ଦେବା ସହ ଭରଣପୋଷଣ ଦେବା ପାଇଁ ମଧ୍ୟ ନିଦେ୍ର୍ଦଶ ଦେଇଥିଲେ  ।