କ୍ୟାବିନେଟରେ ବଡ଼ ନିଷ୍ପତ୍ତି : ଚାଷୀଙ୍କ ପାଇଁ ଖୁସି ଖବର

କ୍ୟାବିନେଟରେ ବଡ଼ ନିଷ୍ପତ୍ତି : ଚାଷୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର:    ଆଜି ତା. ୨୩.୧୦.୨୦୨୪ ରିଖରେ ରାଜ୍ୟ ମନ୍ତ୍ରୀମଣ୍ଡଳର ୯ମ  ବୈଠକ  ଲୋକ ସେବା ଭବନ ସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।  ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ ଆଲୋଚନା ପୂର୍ବକ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧ଟି, ବାଣିଜ୍ୟ ଓ ପରିବହନ ବିଭାଗର ୧ଟି, ଅର୍ଥ ବିଭାଗର ୧ଟି, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ୧ଟି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୧ଟି ଓ ମହିଳା ଓ ଶିଶୁ ବିକାଶ ବିଭାଗର ୧ଟି,  ଏହିପରି ମୋଟ ୬ଟି ପ୍ରସ୍ତାବ ପାରିତ ହୋଇଥିଲା । ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଗଣ ମାଧ୍ୟମକୁ ବିଶଦ ସୂଚନା ଦେଇଥିଲେ ।