ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଜେରା କଲା EOW

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଜେରା କଲା EOW

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଜେରା କଲା ଅର୍ଥନୈତିକ ଅପରାଧ ଶାଖା (EOW) । ଜଣେ ବ୍ୟବସାୟୀଙ୍କ ସହ ଜଡିତ ୬୦ କୋଟି ଟଙ୍କାର ଠକେଇ ମାମଲାକୁ ନେଇ EOW ପଚରାଉଚରା କରିଥିବା ଜଣାପଡ଼ିଛି । ପ୍ରାୟ ପାଞ୍ଚ ଘଣ୍ଟା ଧରି ପଚରାଉଚରା କରିଛି EOW ।

ରିପୋର୍ଟ ଅନୁଯାୟୀ, ପ୍ରାୟ ସାଢ଼େ ଚାରି ଘଣ୍ଟାରୁ ପାଞ୍ଚ ଘଣ୍ଟା ଧରି ଧରି ଅଭିନେତ୍ରୀଙ୍କୁ ପଚରାଉଚରା କରାଯାଇଥିଲା । ତେବେ ମାମଲାରେ ଶିଳ୍ପା କିମ୍ବା ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସମ୍ପୃକ୍ତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।  ଠକେଇ ମାମଲାକୁ ନେଇ ଏପର୍ଯ୍ୟନ୍ତ ରାଜ କୁନ୍ଦ୍ରାଙ୍କ ସମେତ ପାଞ୍ଚ ଜଣଙ୍କ ବୟାନ ରେକର୍ଡ କରାଯାଇଛି।