ଅଭୀସ୍ପାର ପ୍ରତିଷ୍ଠା ଦିବସ 

 କଟକ : ସାମାଜିକ ସଂଗଠନ ଅଭିସ୍ପାର ପ୍ରତିଷ୍ଠା ଦିବସ ସ୍ଥାନୀୟ ଗାନ୍ଧୀଭବନରେ ପାଳିତ ହୋଇଛି । କଟକ ମହାନଗର ମହାସଭାର ସଭାପତି ଡାକ୍ତର ରବି ରଂଜନ ସାହୁ ମୁଖ୍ୟଅତିଥି, ଗୀତିକବି ସମାଜର ସଭାପତି ଗୌର ପଟ୍ଟନାୟକ ମୁଖ୍ୟବକ୍ତା, ନିଡସ୍ ଇଣ୍ଡିଆର ପରିଚାଳନା ନିଦେ୍ର୍ଦଶକ ଶୈଳନ ଧଳ ସମ୍ମାନୀତଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଅଭୀସ୍ପାର ପ୍ରତିଷ୍ଠାତା ସଂଗ୍ରାମ କେଶରୀ ନାୟକ ଅଧ୍ୟକ୍ଷତା କରିଥିଲେ । ସହସମ୍ପାଦିକା ସୁଲତା ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରକାଶ ଚନ୍ଦ୍ର ସିଲ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରଚାଳନା କରିଥିଲେ । ନୃତ୍ୟଶିଳ୍ପୀ ଜୟଶ୍ରୀ ଗଡ଼ନାୟକ, ବର୍ଷାନି ସାହୁ, ସମ୍ଭାବନା ଦାସ, ଲିନା ରାଉତ, ଜ୍ୟୋତିସ୍ମିତା ନାୟକ, ସକ୍ତିସଂପୂର୍ଣ୍ଣା ପ୍ରମୁଖ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।