ନାଗରିକ ମଞ୍ଚର ଗଣଧାରଣା

 କଟକ: ଚାଷୀ ଓ ଭାଗଚାଷୀମାନଙ୍କୁ ଅଦିନିଆ ବର୍ଷା ଜନିତ ଫସଲ ହାନିର ଉପଯୁକ୍ତ କ୍ଷତିପୂରଣ ଦେବା ସହ କୃଷି ଋଣ ଛାଡ଼ କରିବା, ଚାଷୀକୁ ଦୀର୍ଘକାଳୀନ ସୁଧ ରହିତ ଋଣ ଦେବା ଓ ଋଣ ଆଦାୟ ପାଇଁ ଜୁଲୁମ ବନ୍ଦ କରିବା, ସବୁ ଚାଷଯୋଗ୍ୟ ଜମିକୁ ଜଳ ଯୋଗାଣ କରିବା ଆଦି ଦାବି ନେଇ ମହାନଗର ନାଗରିକ ମଞ୍ଚ ପକ୍ଷରୁ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଚିତ୍ତରଂଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାଷ ଓ ଚାଷୀ ବଂଚାଅ ଅଭିଯାନର ସଂଯୋଜକ ଯୁଗଳ କିଶୋର ନାୟକ, ଲକ୍ଷ୍ମୀପି୍ରୟା ମହାନ୍ତି, ବିଶ୍ୱାବସୁ ଦାସ, ଡ ବିଶ୍ୱଜିତ, ଇଂ କ୍ଷୀରୋଦ ମହାପାତ୍ର, ଖଗେଶ୍ୱର ସେଠୀ, ଉକôଳ ସର୍ବୋଦୟ ମଣ୍ଡଳ ସଭାପତି ମିହିର ପ୍ରତାପ ଦାସ, ସୁକାନ୍ତ ନାୟକ, ଇଂ ରମାକାନ୍ତ ପ୍ରଧାନ, ଲଲାଟେନ୍ଦୁ ପ୍ରଧାନ, ସୁରେନ୍ଦ୍ର ଗୋଚ୍ଚାୟତ, ସେଖ ୟାସିନ ଦିପକ ଦାସ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟରେ କହିଥିଲେ ଯେ, ବନ୍ୟା, ବାତ୍ୟା ଓ ମରୁଡ଼ି ଓଡ଼ିଶାର ଚାଷ ଓ ଚାଷୀର ଚିର ଶତ୍ରୁ ହୋଇଥିଲେ ମଧ୍ୟ ଅଦ୍ୟବଧି ତାର ପ୍ରତିକାର ହୋଇନାହିଁ । ଧାନ ଅମଳ ସମୟରେ ସଦ୍ୟ ହୋଇଥିବା ଲଗାଣ ବର୍ଷା ତାର ବିଶେଷ ଉଦାହରଣ । ବର୍ଷା ଛାଡ଼ିଲା ପରେ ବି ବିଲରୁ ପାଣି ନଯିବା ଫସଲ ଭିଜି ଗଜା ହେବା ଚାଷ ଓ ଚାଷୀ ପ୍ରତିଥିବା ସମ୍ବେଦନହୀନ ମନୋଭାବର ଚରମ ପ୍ରମାଣ । ଏ ବର୍ଷ ଅଦ୍ୟାବଧି ୧୦ଜଣ ସଂପନ୍ନ ଚାଷୀ ଆତ୍ମହତ୍ୟା କରିଛନ୍ତି । ଅନେକ ଆତ୍ମହତ୍ୟା ପ୍ରାକୃତିକ ବିପର୍ଯ୍ୟୟ ନାଁରେ ଚାଷୀଠୁ ଛଡ଼ାଇ ନେବା ଏକ ସମ୍ବିଧାନିକ ଅପରାଧ ବିଭିନ୍ନ ବକ୍ତାମାନେ କହିଥିଲେ । ଏହି ପ୍ରରିପେକ୍ଷୀରେ ନାଗରିକମାନଙ୍କ ପକ୍ଷରୁ ଏକ ଖୋଲା ଚିଠି ଜିଲ୍ଲା ପ୍ରଶାସନ ଜରିଆରେ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଦେଇଥିଲେ ।