ଅମଲା ସଂଘର ୮୨ ବର୍ଷ ପୂର୍ତ୍ତି ପାଳନ ପ୍ରସ୍ତୁତି     

ଜୟପୁର: ଓଡ଼ିଶା ଅମଲା ସଂଘର ଏକ ପ୍ରସ୍ତୁତି ବୈଠକ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶଶୀଭୂଷଣ ଦାଶଙ୍କ ଆହ୍ୱାନକ୍ରମେ ଓଡ଼ିଶା ଅମଲା ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦାନ କରିଥିଲେ । ଆସନ୍ତା  ୨୦ ତାରିଖ ଦିନ ଏକ କଲ୍ୟାଣ ମଣ୍ଡପ ଜୟନଗର ଜୟପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଅମଲା ସଂଘର ୮୨ବର୍ଷ ପୂର୍ତ୍ତି ଉତ୍ସବ କେମିତି ସୁରୁଖୁରୁରେ ସମାପନ ହେବ ଏ ନେଇ ବୈଠକରେ ଆଲୋଚନା ହୋଇଥିଲା ।  ଓଡ଼ିଶା ଅମଲା ସଂଘ ରାଜ୍ୟ ନେତୃବୃନ୍ଦଙ୍କ ସହିତ ବିଭିନ୍ନ ଜିଲ୍ଲାର ନେତୃବୃନ୍ଦ ଉକ୍ତ ଉତ୍ସବରେ ଯୋଗ ଦେବେ ବୋଲି ଶ୍ରୀ ଦାଶ୍ ସୂଚନା ଦେଇଥିଲେ । ରାଜ୍ୟ ନେତୃବୃନ୍ଦ ଓ ଜିଲ୍ଲା ନେତୃବୃନ୍ଦଙ୍କୁ ଜୟନଗର ହନୁମାନ ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ପାଛୋଟି ଆଣିବା ପରେ କଲ୍ୟାଣ ମଣ୍ଡପରେ କାର୍ଯ୍ୟକ୍ରମ ଆରମ୍ଭ ହେବା ନେଇ ଶ୍ରୀ ଦାଶ ସୂଚନା ଦେଇଥିଲେ ।