ଅସହାୟଙ୍କୁ କମ୍ବଳ ବଣ୍ଟନ

 ବାଲେଶ୍ୱର: ସ୍ୱାସ୍ଥ୍ୟସେବା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅସହାୟ ଓ ଦୁସ୍ଥ ରୋଗୀମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଶୀତର ପ୍ରକୋପ ବଢ଼ୁଥିବାରୁ ଟ୍ରଷ୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗ୍ରହଣ କରାଯାଇଛି । ଟ୍ରଷ୍ଟ ପକ୍ଷରୁ ବର୍ଷବ୍ୟାପୀ ବିଭିନ୍ନ ସମୟରେ ଅସହାୟ ଓ ଦୁସ୍ଥ ରୋଗୀମାନଙ୍କ ପାଇଁ ଫଳବଣ୍ଟନ, ଶୀତବସ୍ତ୍ର, ଶୁଖିଲା ଖାଦ୍ୟ ପ୍ରଭୃତି ବଣ୍ଟନ କରାଯାଇଥାଏ । ପ୍ରତିବର୍ଷ ଖରାଦିନେ ହସ୍ପିଟାଲକୁ ଆସୁଥିବା ବ୍ୟକ୍ତିମାନଙ୍କୁ ମୁଖ୍ୟ ଫାଟକ ନିକଟରେ ପ୍ରାୟ ତିନିମାସ ପାଇଁ ଟ୍ରଷ୍ଟ ପକ୍ଷରୁ ପାନୀୟଜଳ ବଣ୍ଟନ କରାଯାଇଥାଏ । ଟ୍ରଷ୍ଟର ସଭାନେତ୍ରୀ ଡା. ମିରାପତିଙ୍କ ସମେତ ଡ. ଉପେନ୍ଦ୍ରନାଥ ପାତ୍ର, ଭାସ୍କର ବାରିକ, ରତ୍ନାକର ଦାସ, ମନ୍ମୟ ଦାସ, ରବିକୁମାର ପାଣିଗ୍ରାହୀ ଓ ରବୀନ୍ଦ୍ର ପ୍ରହରାଜ କମ୍ବଳ ବଣ୍ଟନ ବେଳେ ଉପସ୍ଥିତ ଥିଲେ । ଟ୍ରଷ୍ଟର  ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।