ମା'କୁ ପିଟି ପିଟି ମାରିଦେଲା ପୁଅ 

ନୀଳଗିରି:  ମା'ର ଖରାପ ସମ୍ପର୍କ ଦେଖି ସହି ପାରିଲାନି ପୁଅ, ପିଟିପିଟି ମାରିଦେଲା । ମାଆ ପୁଅର ସମ୍ପର୍କ ଆଜିର ଦୁନିଆରେ ନିବିଡ଼ ଓ ପବିତ୍ର । ସମୟର ଚକ୍ରବୁ୍ୟହୁରେ ଏହି ସମ୍ପର୍କରେ କଳା ବାଦଲ ମାଡ଼ିଆସେ । ସମ୍ପର୍କରମାନେ କିଛି ରୁହେ ନାହିଁ । ରାଗ ସାଜେ ନରଚଣ୍ଡାଳ । ଜନ୍ମ କଲା ପୁଅ ନିଜ ମାଆକୁ ପିଟି ପିଟି ହତ୍ୟା କରିବା ଘଟଣା ସମସ୍ତଙ୍କୁ ଏବେ ଚକିତ କରିଛି ନୀଳଗିରି ଅଞ୍ଚଳରେ । ସୂଚନା ଅନୁସାରେ ନୀଳଗିରି ଥାନା ଅନ୍ତର୍ଗତ ବାଘମରା ଗ୍ରାମର ସ୍ୱର୍ଗତ ବାବାଜୀ ସିଂ ର ସ୍ତ୍ରୀ ସଙ୍କି ସିଂ (୪୫) ବୁଧବାର ଦିନ ନିଜ ଘରେ ଅନ୍ୟ ପୁରୁଷ ସହିତ ଅନୈତିକ ସମ୍ପର୍କ ଘଟଣା ଦେଖି ପୁଅ ଦୁର୍ଗା ସିଂ ଘଟଣାକୁ ସହି ନପାରି ଏକ କାଠ ଫାଳିଆରେ ପିଟି ପିଟି ନିଜ ମାଆକୁ ମାରିଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଖବର ପାଇ ନୀଳଗିରି ଏସଡିପି ଓ ପ୍ରମୋଦ କୁମାର ମଲ୍ଲିକ ସଦଳେ ବେଳେ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିବା ସହ ପୁଅ ଦୁର୍ଗାକୁ ଅଟକ ରଖିଛନ୍ତି । ତେବେ ପୁଲିସର ତଦନ୍ତରୁ ଏହା ପ୍ରେମ ବ୍ୟାପାରକୁ ନେଇ ମାରିଥିବାର ଜଣାପଡିଛି । ପରେ ପୁଲିସ ମୃତ ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ନିଳଗିରି ମେଡ଼ିକାଲକୁ ପଠାଇଥିଲା । ଏହି ଘଟଣା ନେଇ ନୀଳଗିରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା ।