ଅଳଙ୍କାର ସହ ଟଙ୍କା ଲୁଟ ଅଭିଯୋଗ
ନୀଳଗିରି: ଘରେ କେହି ନଥିବାର ସୁଯୋଗନେଇ ଘର ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ଅଭିଯୋଗ ହୋଇଛି । ନୀଳଗିରି ଉପଖଣ୍ଡ ଔପଦା ବ୍ଳକ ଶ୍ୟାମସୁନ୍ଦରପୁର ପଞ୍ଚାୟର କଣ୍ଠିଆଟିକର ଗ୍ରାମ ବିଦ୍ୟାଧର ବେହେରା ଗତ ୧୩ ତାରିଖ ଗୁରୁବାର ରାତିରେ ଅନ୍ୟତ୍ର ରୋଷେୟା କାମ କରିବାକୁ ଯାଇଥିବା ବେଳେ ତାଙ୍କ ପରିବାରର ସମସ୍ତ ସଦସ୍ୟ ପଡୋଶୀ ଘରେ ହେଉଥିବା ସଠି ଗାଆଁଣ ପାଲା ଦେଖିବାକୁ ଯାଇଥିଲେ । ସେଠାରୁ ବିଳମ୍ବିତ ରାତିରେ ଫେରିବା ପରେ ଘରର ତାଲା ଭଙ୍ଗା ଯାଇଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ । ଆଲମିରା ଭାଙ୍ଗି ସେଥିରେ ଥିବା ଲକ୍ଷାଧିକ ଟଙ୍କାର ସୁନା ମୁଦି, ସୁନା ହାର,ଅଳଙ୍କାର ସହିତ ନଗଦ ୨୦ ହଜାରରୁ ଉର୍ଦ୍ଧ ଟଙ୍କା ଲୁଟେରା ଲୁଟି ନେଇ ଯାଇଥିଲେ । ଏନେଇ ପରିବାର ପକ୍ଷରୁ ନୀଳଗିରି ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।