ଅସୁରକ୍ଷିତ ମେଘନାଦ ପାଚେରି : ଫାଟ ସୃଷ୍ଟି ହୋଇ ଝରୁଛି ପାଣି 

ଅସୁରକ୍ଷିତ ମେଘନାଦ ପାଚେରି : ଫାଟ ସୃଷ୍ଟି ହୋଇ ଝରୁଛି ପାଣି 

ପୁରୀ : ବିପଦରେ ଶ୍ରୀମନ୍ଦିର ମେଘନାଦ ପାଚେରି । ମେଘନାଦ ପାଚେରି ଯୋଡେଇରେ ଫାଟ ହୋଇ ଆନନ୍ଦ ବଜାରର ମଇଳା ପାଣି ବାହାରୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି । କେବଳ ସେତିକି ନୁହେଁ, ପାଚେରି ଉପରେ ଶିଉଳି ମଧ୍ୟ ଚରିଗଲାଣି । ବର୍ଷେ ତଳେ ଶିଉଳି ଛଡାଇ ଫାଟ ଯୋଡେଇ କରାଯାଇଥିଲା । ଗ୍ରାଉଟିଂ କରାଯିବା ପରେ ପାଣି ଝରିବା ବନ୍ଦ ହୋଇଯାଇଥିଲା । ପୁଣି ୩ଟି ସ୍ଥାନରେ ଡ୍ରେନ ପାଣି ଝରି ଶିଉଳି ଚରିଗଲାଣି । ତେଣୁ ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ ହୋଇପଡ଼ିଲାଣି । ରାମଦୟା ପରିଷଦର ପଛ ପାର୍ଶ୍ୱରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ପ୍ରଶାସନ ଓ ଏଏସାଇ ଏଥି ପ୍ରତି ଦୃଷ୍ଟିଦେଇ ତ୍ୱରିତ ବ୍ୟବସ୍ଥିତ ମରାମତି କରିବାକୁ ଦାବି ହୋଇଛି ।