ଆଇଆଇଟି ପାଲକ୍କଡର ସମାବର୍ତ୍ତନ ସମାରୋହ: ଗବେଷଣା କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କର

 ପାଲକ୍କଡ : ଆଇଆଇଟି ପଢୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଭାରତର ଅଗାଢ଼ ବିଶ୍ୱାସ ଅଛି  । ସେମାନେ କେବଳ ଇଞ୍ଜିନିୟରିଂ ସ୍ନାତକ ନୁହଁନ୍ତି ବରଂ ବୁଦ୍ଧିଜୀବୀ ସହ ଅନେକ ଗୁଣର ଅଧିକାରୀ ବୋଲି ଶନିବାର କେରଳ ସ୍ଥିତ ଆଇଆଇଟି ପାଲକ୍କଡର ସପ୍ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି  । ପ୍ରଧାନ ସମାବର୍ତ୍ତନ ସମାରୋହରେ ଡିଗ୍ରୀ ଏବଂ ପଦକ ପାଇଥିବା ସ୍ନାତକଧାରୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଅନୁଷ୍ଠାନରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଜୀବନରେ ନୂଆ ବୃତ୍ତିଗତ ଅଧ୍ୟାୟ ଆରମ୍ଭ କରୁଛନ୍ତି  । ଆଇଆଇଟି ପାଲକ୍କଡର ଆବେଗ ସହ ସେମାନେ  ୨୦୪୭ରେ ବିକଶିତ ଭାରତର କଳ୍ପନାକୁ ଆଗେଇ ନେବା ଦିଗରେ ଯୋଗଦାନ ରଖିବା ଦରକାର  । ସେ ଆହୁରି କହିଛନ୍ତି, ୧୦ ବର୍ଷରୁ କମ୍ ସମୟ ମଧ୍ୟରେ ଆଇଆଇଟି ପାଲ୍ଲକଡ ଶିକ୍ଷାଗତ ଉକôର୍ଷତା, ଗବେଷଣା, ନବସୃଜନ ଏବଂ ଉଦ୍ୟମିତା କ୍ଷେତ୍ରରେ ଏକ ଗତିଶୀଳ କେନ୍ଦ୍ରରେ ପରିଣତ ହୋଇଛି, ଯାହା ଅତ୍ୟନ୍ତ ଆନନ୍ଦର ବିଷୟ  । ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ଦିଗରେ ଆମକୁ ଆଗକୁ ବଢ଼ିବାକୁ ହେବ  । ବିଶ୍ୱମାନର ଭିତ୍ତିଭୂମି ସୃଷ୍ଟି କରିବାକୁ ପଡିବ  । ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନରେ ଆତ୍ମନିର୍ଭର ହେବାକୁ ପଡିବ  । ଆମର କୃଷି କ୍ଷେତ୍ରକୁ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ କରିବାକୁ ପଡିବ ବୋଲି ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି  । ଆଇଆଇଟିର ଛାତ୍ରଛାତ୍ରୀମାନେ ଚତୁର୍ଦ୍ଦଶ ଶତାବ୍ଦୀର ଗଣିତଜ୍ଞ ଏବଂ ଜ୍ୟୋତିର୍ବିଜ୍ଞାନୀ ମାଧବଙ୍କଠାରୁ ପ୍ରେରଣା ନେବା ଦରକାର  । ଏହି ପ୍ରେରଣା ନେଇ ସେମାନେ ଆଇଆଇଟିର ଐତିହ୍ୟକୁ ବଢାଇବା ଦରକାର ବୋଲି କହିଥିଲେ  ।