ଆଇନ ସଚେତନତା ଶିବିର

 ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଦ୍ୟାଥି କଲେଜ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି  । ଏଥିରେ ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ସୁବ୍ରତ ମହାନ୍ତିଙ୍କ ନିଦେ୍ର୍ଦଶକ୍ରମେ ଆୟୋଜିତ ହୋଇଥିଲା  । ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସାଇ ଅଭିସ୍ପା ଗୋଛାୟତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ  । ଏଥିରେ ଜାତୀୟ ଆଇନ ସେବା ପ୍ରାଧିକରଣର ବିଭିନ୍ନ ଆଇନ ବିଷୟରେ ତଥା ମହିଳାମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଓ ପୀଡ଼ିତା ମାନଙ୍କୁ  ଦିଆଯାଉଥିବା କ୍ଷତିପୂରଣ ସ୍କିମ-୨୦୧୭ ଓ ମହିଳାମାନଙ୍କ ଉପରେ ହେଉଥିବା  ବିଭିନ୍ନ ଯୌନ ଓ  ଅନ୍ୟ ଅପରାଧ-୨୦୧୮,  କିଶୋର ନ୍ୟାୟ ଯତ୍ନ ଏବଂ ସୁରକ୍ଷା ଓ ମୌଳିକ ଅଧିକାର ସୁରକ୍ଷା ସମ୍ପର୍କିତ ଆଇନ ବିଷୟରେ ଆଲୋଚନା ହୋଇଥିଲା  । ଅନ୍ୟତମ ଅତିଥି ଭାବେ ନବରଙ୍ଗପୁର ମୁଖ୍ୟ ଆଇନଗତ ସହାୟତା ପ୍ରତିରକ୍ଷା  ପରାମର୍ଶଦାତା ପ୍ରଶନ୍ନ ପ୍ରସାଦ ପଟ୍ଟନାୟକ, ନବରଙ୍ଗପୁର ଲୟାର କିଶୋରୀ ପଟ୍ଟନାୟକ ପାନେଲ, ଜିଲ୍ଲା ଆଇନଜୀବୀ ସଂଘ ଉପାଧ୍ୟକ୍ଷ ସଦାଶିବ ସାହୁ, ସହାୟକ ଆଇନ ଗତ ସହାୟତା ପ୍ରତିରକ୍ଷା ପରାମର୍ଶଦାତା ରାକ୍ଷୀ ଜୈନ, ବିଦ୍ୟାଥି କଲେଜ ଅଧ୍ୟକ୍ଷ ସତ୍ୟନାରାୟଣ ନାୟକ ଓ ପାରା ଲିଗାଲ୍ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ  ।   ସତ୍ୟନାରାୟଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।