ଆଇନ ସଚେତନତା ଶିବିର
ନବରଙ୍ଗପୁର : ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ମୋଟର ଦୁର୍ଘଟଣା ଟ୍ରିବୁନାଲ ଦାବି ଏବଂ ମୋଟର ଯାନ ଆଇନ ଓ ଯନସାଧାରଣ ଉପଯୋଗୀ ସେବା ପାଇଁ ସ୍ଥାୟୀ ଲୋକଅଦାଲତର କାର୍ଯ୍ୟ, ସଡ଼କ ସୁରକ୍ଷା ଉପରେ ରହିଥିବା ବିଭିନ୍ନ ଆଇନ ବିଷୟକୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ମହାନ୍ତିଙ୍କ ନିଦେ୍ର୍ଦଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସାଇ ଅଭୀପ୍ସା ଗୋଛାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ବିଭିନ୍ନ ଆଇନ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟାନ୍ୟ ଅତିଥି ଭାବ୍ରେ ଜିତେନ୍ଦ୍ର କୁମାର ଭୋଇ ଆଞ୍ଚଳିକ ପରିବହନ ଅଧିକାରୀ, କିଶୋରୀ ପଟ୍ଟନାୟକ ତାଲିକାଭୁକ୍ତ ଆଇନଜୀବି, ରାଜ କିଶୋର ନାଗ, ଉପମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷ୍ୟା ପରାମର୍ଶଦାତା, ସମୀର ସ୍ୱାଇଁ, ଅଧକ୍ଷ ଓଡିଶା ଆଦର୍ଶ ବିଦ୍ୟାଳୟ ହିର୍ଲି, ନବରଙ୍ଗପୁର ପ୍ରମୁଖ ଯୋଗ ଦେଇଥିଲେ । ଏଇ ସଚେତନତା ଶିବିର ରେ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସଚେତନତା ଶିବିରରେ ଅଶାଞ୍ଜଳି ବେହେରା, ଶିକ୍ଷଈତ୍ରୀ ଓଡିଶା ଆଦର୍ଶ ବିଦ୍ୟାଳୟ ହିର୍ଲି, ନବରଙ୍ଗପୁର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ୱାରା ପରିଚାଳନା କରଯାଇଥିଲା ।