ଆଉ ଦୁଇମାସ ବଢିଲା ଇ-କେୱାଇସି ଅବଧି

ଆଉ ଦୁଇମାସ ବଢିଲା ଇ-କେୱାଇସି ଅବଧି

ଭୁବନେଶ୍ୱର : ଆଉ ୨ ମାସ ବଢିଲା ଇ-କେୱାଇସି ଅବଧି । ଆଜି ଏହାର ଅବଧି ସରୁଥିବା ବେଳେ ଫେବୃଆରି ମାସ ଯାଏଁ ଇ-କେୱାଇସି ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର । ଏବେ ସୁଦ୍ଧା ୯୬ ପ୍ରତିଶତ ଇ-କେୱାଇସି କରି ସାରିଥିବା ବେଳେ ବାକି ୪ ପ୍ରତିଶତ କରି ନାହାନ୍ତି । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କଟକ ଓ ଉପକୂଳ ଜିଲ୍ଲା ଗୁଡିକରେ ଅଧିକ ହିତାଧିକାରୀ ଇ-କେୱାଇସି କରି ନାହାନ୍ତି । ସରକାର ଚାହୁଁଛନ୍ତି କାହାର କାର୍ଡ ନ କଟୁ । ସମସ୍ତେ ଆଉ ୨ ମାସ ସମୟ ଭିତରେ ଇ-କେୱାଇସି କରି ଦିଅନ୍ତୁ ବୋଲି ମନ୍ତ୍ରୀ ନିବେଦନ କରିଛନ୍ତି । ଏବେ ସୁଦ୍ଧା ନୂଆ ୮ ଲକ୍ଷ ରାସନ କାର୍ଡ ବଣ୍ଟନ କରାଯାଇଥିବା କୁହାଯାଇଛି ।