ଆଜିଠୁ ଗୋପାଷ୍ଟମୀ ମେଳା 


ାା ପ୍ରଭାନୁ୍ୟଜ ।ା କଟକ : ସ୍ଥାନୀୟ ନୂଆବଜାର ସ୍ଥିତ ଶ୍ରୀଗୋପାଳକୃଷ୍ଣ ଗୋଶାଳା ପକ୍ଷରୁ ୨ ଦିନ ଧରି ଗୋପାଷ୍ଟମୀ ମେଳା ଓ ବାର୍ଷିକ ଉତ୍ସବ ଗୋଶାଳା ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ନଭେମ୍ବର ୮ ଓ ୯ ତାରିଖରେ ଏହି ମେଳା ଅନୁଷ୍ଠିତ ହେବ ବୋଲି ଗୋଶାଳା ପ୍ରାଙ୍ଗଣରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସାଧାରଣ ସଂପାଦକ ଗଣେଶ ପ୍ରସାଦ କାଣ୍ଡୋଇ କହିଛନ୍ତି ।  ମେଳାର ପ୍ରଥମ ଦିବସରେ ବିଭିନ୍ନ ପ୍ରକାର ଜନମଙ୍ଗଳ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ଦକ୍ଷ ଚିକିତ୍ସକମାନଙ୍କ ଦ୍ୱାରା ମଧୁମେହ, ଦନ୍ତ, ଚର୍ମ, ଆଖି ଚିକିସôା କରାଯିବା ସହ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଅପରାହ୍ନରେ କଲିକତାରୁ ଆସିଥିବା ସୁନାମଧନ୍ୟ କଳାକାରଙ୍କ ଦ୍ୱାରା ଭଜନ ପରିବେଷଣ କରାଯିବ । ଗୋପାଷ୍ଟମୀ ମେଳାର ଦ୍ୱିତୀୟ ଦିବସରେ ଅର୍ଥାତ ନଭେମ୍ବର ୯ତାରିଖ ସକାଳୁ ଗୋପୂଜା, ବିଭିନ୍ନ ମାଂଗଳିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସନ୍ଧ୍ୟାରେ ଗୋଶାଳା ପ୍ରାଙ୍ଗଣରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ । ଏହି ସମାବେଶରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ସମାଜସେବୀ ପବନ କୁମାର ଅଗ୍ରୱାଲ, ବିଶିଷ୍ଟ ଶିକ୍ଷାବିତ ବିନୋଦ ଦାସ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ କାଣ୍ଡୋଇ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱନାଥ ଚୌଧୁରୀ, ବିଶ୍ୱନାଥ ଧାନୁକା, ସଂଜୟ ସନ୍ତୁକା, ସୁଶୀଲ କୋଦାକ ଓ ଅରୁଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।