ଭାଗବତ କଥାମୃତ ମହୋତ୍ସବ
ାା ପ୍ରଭାନୁ୍ୟଜ ।ା ସାଲେପୁର : ସାଲେପୁର ଜଗନ୍ନାଥ ମନ୍ଦିର ପରିସରରେ ଦୀର୍ଘ ୭ଦିନ ଧରି ଅନୁଷ୍ଠିତ ହୋଇଆସୁଥିବା ଭାଗବତ ଦିବ୍ୟଚେତନା ପରିଷଦ ସାଲେପୁର ପକ୍ଷରୁ ଅନୁଷ୍ଠିତ ହେଉଥିବା ଶ୍ରୀମଦ୍ ଭାଗବତ କଥାମୃତ ମହୋତ୍ସବ ଉଦ୍ୟାପିତ ହୋଇଯାଇଛି । ବାବା ଅମୃତାନନ୍ଦ ଦାସ ମହାରାଜ ପ୍ରତିଦିନ ସନ୍ଧ୍ୟାରେ ଭାଗବତ ପାରାୟଣ ପ୍ରବଚନ ଦେଇ ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରାଇଥିଲେ । ସାଲେପୁର ଭଳି ଜାଗାରେ ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ ପ୍ରବଚନ ପ୍ରଦାନ କରାଯାଇଥିଲା । ଟାଙ୍ଗୀ-ସାଲେପୁର ଲୋକସେବା ଫାଉଣ୍ଡେସନ୍ର ଅଧ୍ୟକ୍ଷ ହିମାଂଶୁ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତିଦିନ ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିର ପରିସର ଆଧ୍ୟାତ୍ମିକ ହରିନାମ ଓ ଭାଗବତ ପାରାୟଣରେ ପ୍ରକମ୍ପିତ ହୋଇ ଉଠିଥିଲା । ୭ଦିନ ଧରି ପ୍ରଭୁ ଜଗନ୍ନାଥଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ୫ହଜାରରୁ ଉଦ୍ଧ୍ୱର୍ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
 
 Rasmita Behera
                                    Rasmita Behera                                 
    
 
    
 
 
 
