ଆଜିିଠାରୁ ମା’ ସୁନାମୁହିଁଙ୍କ ଚଡ଼କ ଯାତ୍ରା
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ବୈତରଣୀ ନଦୀପଠାରେ ଅବସ୍ଥିତ ନେରଡ଼ା ଗ୍ରାମର ପ୍ରସିଦ୍ଧ "ମା’ ସୁବର୍ଣ୍ଣମୁଖୀ'ଙ୍କ ପୀଠରେ ୨୦୯ ତମ ‘ଚଡ଼କ ଯାତ୍ରା’ ରବିବାର ମଧ୍ୟ ରାତ୍ରରୁ ଆରମ୍ଭ ହୋଇଥିବା ଜଣାଯାଇଛି । ମୁଖ୍ୟପୂଜକ ବ୍ରଜକିଶୋର ପଣ୍ଡା ଓ ସାଥି ପୂଜାକାର୍ଯ୍ୟ, ଦେହୁରୀ କୃଷ୍ଣଚନ୍ଦ୍ର ମାଝୀ ଓ କାଳିସୀ ମାଗୁଣି ଦଳାଇ ପୂଜାବିଧି ଦାଇତ୍ୱ ତୁଲାଉଛନ୍ତି ।
ଚଡ଼କ ଯାତ୍ରାର ପ୍ରଥମ ପର୍ବ ନିଶାର୍ଦ୍ଧରେ ମା’ଙ୍କ ନିକଟରେ ନିଶାବଳୀ ଓ କାଳିସୀଙ୍କ ନିଦେ୍ର୍ଦଶରେ ପାଞ୍ଚଘଣ୍ଟ ଠାକୁର ଗ୍ରାମ ପରିକ୍ରମାରୁ ଆରମ୍ଭ ହୋଇଥିଲା । ସୋମବାର ପଣା ସଙ୍କ୍ରାନ୍ତୀ ପ୍ରତୁ୍ୟଷରେ ମାନସିକ ବଳି, ଘଣ୍ଟା, କୁକ୍କୁଟ, ସୁନା ମୋକଟ, ରୂପା ମୋକଟ, ମାଟି ଘୋଡା, ଷୋଡଶପୋଚାର ପୂଜା ଅନୁଷ୍ଠିତ ହୋଇ ଭକ୍ତ ଦର୍ଶନ ଆରମ୍ଭ ହେବ । ମାନସିକ ପୂରଣ ହୋଇଥିବା ଭକ୍ତମାନେ ମା’ଙ୍କ ନିକଟରେ ବଳି କୁକୁଡାଗୁଡିକୁ ଛାଡ କରି ଦିଆଯିବ ବୋଲି ଜଣାଯାଇଛି । ଚଳିତ ବର୍ଷ ନୂତନ ଭାବେ ମନାସୀ ଥିବା ଭକ୍ତଗଣ ମାନସିକ ପୂରଣ ହେଲେ ଆଗାମୀ ବର୍ଷ ଯାତ୍ରା ସମୟରେ ମା’ଙ୍କ ପାଇଁ ଉପଚାର କରିବା ପାଇଁ ମନାସୀବେ । ଯାତ୍ରାର ଶେଷ ଦିନ ୨୧ ତାରିଖରେ କାଳିସୀକୁ ମିଳିବାକୁ ଥିବା ସ୍ୱପ୍ନାଦେଶ ଅନୁଯାୟୀ ବୈତରଣୀ ନଦୀରେ ଭାସମାନ ଅବସ୍ଥାରେ ଥିବା ପୂର୍ବ ବର୍ଷର ଚରଖ ଖୁଣ୍ଟି ଅଣାଯାଇ ଚରଖ ବନ୍ଧାଯିବ । ଚରଖ ଖୁଣ୍ଟରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇ ମା’ଙ୍କ ଦୋଳି ଖେଳ ପରେ ପାଟୁଆ, ଦେହୁରୀ ଓ ସାଧାରଣ ଭକ୍ତଗଣ ଦୋଳି ଖେଳବେ । ବିଧିମତେ ଅନ୍ୟାନ୍ୟ ପୂଜାର୍ଚ୍ଚନା କରାଯିବା ପରେ ଯାତ୍ରା ସମାପ୍ତି ଘୋଷଣା କରାଯିବ । ପୂର୍ବ ଭଳି ଚରଖ ଖୁଣ୍ଟକୁ ବୈତରଣୀ ନଦୀରେ ଭସାଇ ଦିଆଯିବ । ଏହି ଘଟଣା ମା’ଙ୍କ ଅଲୌକିକ ଲୀଳା ମଧ୍ୟରୁ ଅନ୍ୟତମ ବୋଲି ସ୍ଥାନୀୟ ଲୋକେ ତଥା ପୂଜକମାନେ ମତ ରଖନ୍ତି । ବିଭିନ୍ନ ସନ୍ଧ୍ୟାରେ ପାଲା, ମେଲୋଡି ଓ ଅପେରା ଅନୁଷ୍ଠିତ ପାଇଁ ପୂଜା କମିଟି ପକ୍ଷରୁ ବ୍ୟବସ୍ଥା ହୋଇଛି । ସୋମବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ଭଜନସନ୍ଧ୍ୟା, ମେଲୋଡି ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେହିପରି ୧୮ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍ୱର୍ଣ୍ଣମହଲ ଅପେରା ପକ୍ଷରୁ ଯାତ୍ରା ପରିବେଷଣ ହେବ ବୋଲି ଜଣାଯାଇଛି । ପର୍ବପାଳନ ଦିନମାନଙ୍କରେ ବିପୁଳ ସଂଖ୍ୟକ ଭକ୍ତଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛି । ସ୍ଥାନୀୟ ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ବନେ୍ଦାବସ୍ତ କରାଯାଇଛି । ଯାତ୍ରା କମିଟି ପକ୍ଷରୁ ସୂଚନା କେନ୍ଦ୍ର ପ୍ରତିଷ୍ଠା ହେବା ସହ ଯାତ୍ରୀମାନଙ୍କୁ ସହାୟତା ନିମନ୍ତେ ସ୍ୱେଚ୍ଛାସେବୀ ନିଯୁକ୍ତ ଦିଆଯାଇଛି । ‘ସୁବର୍ଣ୍ଣମୁଖି ଚଡକ ଯାତ୍ରା କମିଟି’ ଓ ଗ୍ରାମବାସୀମାନେ ମେଳା ପରିଚାଳନାରେ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ଜଣାଯାଇଛି ।