ଜବରଦଖଲ ଉଚ୍ଛେଦ ପାଇଁ ଏକାଧିକ ଗାଁ ଲୋକଙ୍କ ମେଳି
ାା ପ୍ରଭାନୁ୍ୟଜ ।ା ଭଣ୍ଡାରିପୋଖରୀ: ବାରିକପୁର-ବନ୍ତ ପୁର୍ତ୍ତ ରାସ୍ତାର ବରଡେଶ୍ୱର ଛକ ଠାରୁ ଦଣ୍ଡୋ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଉଭୟ ପାଶ୍ୱର୍କୁ ଅବରୋଧ କରିଥିବା ବରଡେଶ୍ୱର ଗ୍ରାମର କେତେକ ସ୍ଥାନକୁ ଜବରଦଖଲ ମୁକ୍ତ କରିବାକୁ ବରଡେଶ୍ୱର, ଦଣ୍ଡୋ ସମେତ ଅନ୍ୟଗ୍ରାମବାସୀମାନେ ମେଳି କରିଥିବା ଜଣାଯାଇଛି । ସ୍ଥାନୀୟ ଅଞ୍ଚଳର ଲୋକେ ତହସିଲ କର୍ତ୍ତୃପକ୍ଷଙ୍କୁ ଜବରଦଖଲ ଉଚ୍ଛେଦ ପାଇଁ ଆବେଦନ କରିଥିଲେ । ତହସିଲ ପକ୍ଷରୁ ରାଜସ୍ୱ ନିରୀକ୍ଷକ ଓ ଅମିନ ମାପଚୁପ କରି ଜବରଦଖଲ ଚିହ୍ନଟ କରିଥିଲେ । ହେଲେ ଜବରଦଖଲକାରୀମାନେ ସରକାରୀ ରାସ୍ତା ଛାଡିବାକୁ ନାରାଜ ହେଉଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଳମ୍ବିତ ସରକାରୀ ଉଚ୍ଛେଦ ପ୍ରକ୍ରିୟାକୁ ଅପେକ୍ଷା କରିବାକୁ ଉଚିତ ମଣିନାହାନ୍ତି ଲୋକେ । ମା’ଦୁର୍ଗାଙ୍କ ନାମରେ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ, ଯୁବଗୋଷ୍ଠୀ ଓ ଗ୍ରାମବାସୀମାନେ ମିଳିତ ଭାବେ ତୁରନ୍ତ ଜଦରଦଖଲ ଉଚ୍ଛେଦ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଗ୍ରାମାବସୀଙ୍କ ଏହି ଚରମ ନିଷ୍ପତ୍ତି ଉଭୟ ଜବରଦଖଲକାରୀ ଓ ପ୍ରଶାସନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।