"ଶିକ୍ଷକଙ୍କର ପ୍ରମାଣ ବହୁତ, ମାତ୍ର ପ୍ରଣାମ ନାହିଁ'
ଭଣ୍ଡାରିପୋଖରୀ : ଆଜିର ସମାଜରେ ଶିକ୍ଷିତ ବ୍ୟକ୍ତି ବିଶେଷଙ୍କର ଶିକ୍ଷା ପ୍ରମାଣ ଅମାପ । ମାତ୍ର ସେମାନଙ୍କର ପ୍ରଣାମ ପ୍ରବୃତ୍ତି ନାହିଁ । ତେଣୁ ସମାଜର ମୂଳଦୁଆ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପି.ଏମଶ୍ରୀ. ଉଚ୍ଚ ବିଦ୍ୟାଳୟ ବାର୍ଷିକୋସôବରେ ଯୋଗଦେଇ ବେଦବିଶାରଦ ତଥା ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ମତପ୍ରକାଶ କରିଛନ୍ତି । ପ୍ରଧାନଶିକ୍ଷକ ଦେବଦତ୍ତ ଯେନାଙ୍କ ସଭାପତିତ୍ୱରେ ଓ ବରିଷ୍ଠ ଶିକ୍ଷକ ହୃଷିକେଶ ପୃଷ୍ଟିଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ଉସôବରେ ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ପରିଡା ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଶିକ୍ଷକ ବିଶ୍ୱମ୍ଭର ନାଥ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧନେଶ୍ୱର ଦାସ, ମୋ ସ୍କୁଲ ଅଭିଯାନ ସଭାପତି ରଞ୍ଜନ କୁମାର ବେହୁରିଆ, ଶିକ୍ଷା ସଂଯୋଜକ ତ୍ରିଲୋଚନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁଙ୍କୁ ଶିକ୍ଷା ପ୍ରଦାନ କ୍ଷେତ୍ରରେ ପିତାମାତାଙ୍କ ଅବଦାନ ଅତୁଳନୀୟ ବୋଲି ମତ ରଖିଥିଲେ । ଶିକ୍ଷୟତ୍ରୀ ଇତିଶ୍ରୀ ନିବେଦିତା ସାହା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷକ ପ୍ରଶାନ୍ତ କୁମାର ଜେନା ଓ ସରୋଜ କୁମାର ସାହୁଙ୍କ ସଂଯୋଜନାରେ ବିଦ୍ୟାଳୟର ଶୈଖିକ ଓ ସହଶୈଖିକ ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷୟତ୍ରୀ ପୂର୍ଣ୍ଣିମା ଧଳ, ସ୍ମୃତିରେଖା ନାୟକ ଓ ଶିକ୍ଷକ ପ୍ରଭାସ କୁମାର ଦାସଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷକ ତାପସ କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ । ଶିକ୍ଷକ ନିର୍ମଳ ଧଳ, ଭୀମସେନ ପୁହାଣ, ଜୟନ୍ତ କୁମାର ପ୍ରଧାନ, ଶିବାନନ୍ଦ ପ୍ରଧାନ, ଶିକ୍ଷୟତ୍ରୀ ବିଜୟାଲକ୍ଷ୍ମୀ ସାହୁ, ସଂଯୁକ୍ତା ଦାସ, ବନିତା ପରିଡା, ଶିକ୍ଷାକର୍ମଚାରୀ ପତିତପାବନ ବଳ ଓ ସୁପ୍ରିୟା ବଳ ଉସôବ ପରିଚାଳନାରେ ସହଯୋଗ କରିଥିଲେ ।