ଆତ୍ମସୁରକ୍ଷା ତାଲିମ ଶିବିର
ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ଅନ୍ତର୍ଗତ ପଲ୍ଲୀପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦୋହେଲପଡା ଠାରେ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ବିଦ୍ୟାଳୟର ଅଧ୍ୟକ୍ଷ ରୁଦ୍ରମାଧବ ବାରିକଙ୍କ ସଭାପତିତ୍ୱ କରିଥିବା ବେଳେ ଆତ୍ମସୁରକ୍ଷା ଦାୟିତ୍ୱରେ ଥିବା ପ୍ରୋଗ୍ରାମ ଅଫିସର ବିରଞ୍ଚି ନାରାୟଣ ବେହେରାଙ୍କ ତତ୍ୱାବଧାନରେ ଆୟୋଜନ କରାଯାଇଥିଲା । ଏହି ତାଲିମ ଶିବିରରେ ତାଲିମ ଦାତ୍ରୀ ନିଳିମା ତାଲିମ ପ୍ରଦାନ କରୁଛନ୍ତି । ଏହି ତାଲିମ ୧୦ ଦିନ ପ୍ରଯନ୍ତ ଅନୁଷ୍ଠିତ ହେବ । ଏହି ଶିବିରରେ ଅଧ୍ୟାପକ ଘନ ସୁନ୍ଦର ପୁଞ୍ଜି, ଅଶୀତ ସୁପକାର, ରାଜେନ୍ଦ୍ର କୁମାର ବେହେରା, ଅମୂଲ୍ୟ ପାଳ ଏବଂ ଦୀପକ ବିଶୋଇ ଉପସ୍ଥିତ ଥିଲେ । ସେହିପରି ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ତରଫରୁ ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଏନ୍ସିସି ମହିଳା ବିଭାଗୀୟ ଅଧିକାରୀ ଅଧ୍ୟାପିକା ନିବେଦିତା ଆଚାରୀଙ୍କ ତତ୍ୱାବଧାନରେ ଦୀର୍ଘ ଆଠ ଦିନ ଧରି ତାଲିମ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ । ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂ, ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ଡ଼ ଗୀତାଶ୍ରୀପ୍ରିୟମ୍ବଦା, ଏନ .ସି .ସି. ଅଫିସର ଅଧ୍ୟାପକ କ୍ୟାପଟେନ ଡ଼ ବିଷ୍ଣୁ ଦେବ ସିଂ ମଲ୍ଲିକ, ମାଷ୍ଟର ତାଲିମ ପ୍ରଶିକ୍ଷିକା ନିଳିମା ବାରିକ, ଅଧ୍ୟାପିକା ସ୍ୱାଗତିକା ଦାଶ, ଅଧ୍ୟାପିକା ପୁନମ ନାୟକ ପ୍ରମୁଖ ଉପସ୍ଥିତ ରହି ଉକ୍ତ ତାଲିମ ର ଗୁରୁତ୍ୱ ଏବଂ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ସମାଜରେ ଛାତ୍ରୀମାନଙ୍କୁ ଆତ୍ମ ସ୍ୱାବଲମ୍ବୀ କରିବା ଦିଗରେ ଏହି ପଦକ୍ଷେପ ଜରୁରୀ ଓ ସ୍ୱାଗତ ଯୋଗ୍ୟ ଅଟେ । ପରିଶେଷରେ ଆନୁଷ୍ଠାନିକ ଭାବରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ତାଲିମ ବ୍ୟବସ୍ଥା ଆରମ୍ଭ କରିବା ସହ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଥିଲେ ।