ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଗଣଧାରଣା
ବଲାଙ୍ଗିର: ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଦିନ ୧୧ଟାରେ ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର ·ଷୀମାନଙ୍କ ପକ୍ଷରୁ ଗଣଧାରଣ ଦିଆଯାଇଥିଲା । ମିିଳିତ କୃଷକ ମଞ୍ଚର ଆବାହକ ଆକାଶ ମିଶ୍ରଙ୍କ ଆବାହକ ଓ ନେତୃତ୍ୱରେ ଅନୁଷ୍ଠିତ ଏହି ଗଣଧାରଣରେ ବହୁ ଚାଷୀନେତାଙ୍କ ସମେତ ଚାଷୀମାନେ ଯୋଗଦେଇଥିଲେ । ଚାଷୀନେତା ଶ୍ରୀ ମିଶ୍ର ଆଜି ·ଷୀ ଅନେକ ଅସୁବିଧା ଦେଇ ଗତି କରିବା ସହ ଶୋଷଣର ଶିକାର ହେଉଛି । ବଲାଙ୍ଗିର ଉପଖଣ୍ଡରେ ଗତ ଡିସେମ୍ବର ୨ ତାରିଖ ଦିନରୁ ଧାନ କିଣିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା ହୋଇଥିବା ବେଳେ ପ୍ରକୃତରେ ଧାନ କିଣିବା ପାଇଁ ମଣ୍ଡି ଖୋଳିବାରେ ପ୍ରାୟ ୨୦ ଦିନ ବିଳମ୍ବ ହେଲା ଯଦ୍ୱାରା ·ଷୀମାନେ ଅଭାବି ବିକ୍ରିର ଶିକାର ହେବା ସଙ୍ଗେ ସଙ୍ଗେ ଖରାପ ପାଣିପାଗ ଓ ଅଦିନିଆ ବର୍ଷା ଯୋଗୁଁ ·ଷୀମାନେ ବହୁ କ୍ଷୟକ୍ଷତିର ସମ୍ମୁଖିନ ହେଲେ ବୋଲି ନିଜ ଅଭିଭାଷଣରେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ରାଜ୍ୟ ସରକାର ଅଦିନିଆ ବର୍ଷା ଯୋଗୁଁ କ୍ଷତି ହୋଇଥିବା ·ଷ ପାଇଁ କ୍ଷତିପୁରଣ ଘୋଷଣା କରିଥିବା ବେଳେ ତାଙ୍କ ଘୋଷଣା ତାଲିକାରେ ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାକୁ ଅର୍ନ୍ତଭୁକ୍ତ କରାଯାଇ ନାହଁ । ଗତ ନିର୍ବାଚନ ସମୟରେ ଶାସନରେ ଥିବା ଦଳ ଶାସନକୁ ଆସିଲେ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ୩୧୦୦ କ୍ୱିଣ୍ଟାଲ ପ୍ରତି ଟଙ୍କାକୁ ବୃଦ୍ଧି କରାଯିବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ସରକାରକୁ ଆସିବା ପରେ ·ଷୀ ସମାଜକୁ ପ୍ରତାରିତ କରି ମାତ୍ର ୧୦୦ ଟଙ୍କା ବୃଦ୍ଧି କରି ୨୩୦୦ ଟଙ୍କା ପ୍ରତି କ୍ୱିଣ୍ଟାଲକୁ ବୃଦ୍ଧି କଲେ ଏବଂ ମଣ୍ଡିରେ କଟନି ଛଟନି ବନ୍ଦ ହେବ ବୋଲି ଘୋଷଣା କରିଥିବା ବେଳେ ବର୍ତମାନ ଖୁଲମଖୁଲା ସବୁ ମଣ୍ଡିରେ ୫ କେଜି ରୁ ୭ କେଜି ପ୍ରତି କ୍ୱିଣ୍ଟାଲରେ କଟନି ·ଲୁଅଛି । ସରକାରଙ୍କ ଭୁଲ ନିୟମ ଯୋଗୁଁ ·ଷୀ ତାର ଅମଳ ହୋଇଥିବା ସମସ୍ତ ଧାନକୁ ବିକ୍ରି କରିପାରୁ ନାହିଁ ଯଦ୍ୱାରା ଅଭାବି ବିକ୍ରିର ଶିକାର ହୋଇ ଧାନ ପ୍ରତି କ୍ୱିଣ୍ଟାଲକୁ ୧୩୦୦ ରୁ ୧୮୦୦ ଟଙ୍କା ମଧ୍ୟରେ ଦଲାଲ ନିକଟରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛି ବୋଲି ଶ୍ରୀ ମିଶ୍ର କହିଥିଲେ । ଦାବି ଗୁଡିକ ହେଲା ସରକାର ଦେଇଥିବା ପ୍ରତିଶୃତି ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ (ଏମ୍ଏସ୍ପି) ୩୧୦୦ ଟଙ୍କା ପ୍ରତି କ୍ୱିନ୍ଟାଲ (ବିନା ବୋନସରେ) ପ୍ରଦାନ । ·ଷୀର ଅମଳ ହୋଇଥିବା ସମସ୍ତ ଧାନ କ୍ରୟ କରିବା ବ୍ୟବସ୍ଥା କରାଯାଉ । ସମଗ୍ର ପଶ୍ଚିମ ଓଡିଶାରେ ନୁଆଁଖାଇ (ନବାନ୍ନ)ର ପରଦିନ ଠୁ ଧାନ ମଣ୍ଡି ଖୋଳାଯାଇ ଧାନ କ୍ରୟ କରିବାର ବ୍ୟବସ୍ଥା କରାଯିବା । କ୍ଷୁଦ୍ର ·ଷୀ ଏବଂ ଭାଗ ·ଷୀମାନଙ୍କର ଉତ୍ପାଦିତ ଧାନ ବିନା କାର୍ଡ ତଥା ବିନା ଟୋକନରେ କ୍ରୟ କରାଯିବାର ବ୍ୟବସ୍ଥା କରାଯାଉ । ପ୍ରତ୍ୟେକ ପଞ୍ଚାୟତରେ ଧାନ କ୍ରୟ ପାଇଁ ମଣ୍ଡି, ଗୋଦାମ ଘର ଏବଂ ଅନ୍ୟାନ୍ୟ ଆନୁସାଙ୍ଗିକ ଭିତିଭୂମି ତିଆରି କରି ବିନା କଟନି ଛଟନି ରେ ଧାନ କିଣାଯାଉ । ·ଷୀମାନଙ୍କର ସମସ୍ତ ପ୍ରକାର କୃଷି ଋଣ ଛାଡ କରାଯାଉ । ଦେଓଗାଁ ସ୍ଥିତ ଚିନି କଳ ର ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରାଯାଉ । ବନ୍ୟ ଜନ୍ତୁ (ହାତୀ, ବରାହ, ମାଙ୍କଡ) ଙ୍କ ଦ୍ୱାରା କ୍ଷତି ହେଉଥିବା ଫସଲର ଉଚିତ କ୍ଷତିପୁରଣ (ଉତ୍ପାଦିତ ମୁଲ୍ୟ) ତୁରନ୍ତ ପ୍ରଦାନ କରାଯିବା ବ୍ୟବସ୍ଥା କରାଯାଉ । ୯.ଅଦିନିଆ ବର୍ଷାରେ କ୍ଷୟ କ୍ଷତି ହୋଇଥିବା ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲା ର ସମସ୍ତ ·ଷୀଙ୍କୁ କ୍ଷତିପୁରଣ ପ୍ରଦାନ କରାଯିବା ବ୍ୟବସ୍ଥା କରାଯାଉ ବୋଲି ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଏବଂ ମୂଖ୍ୟନୃମନ୍ତ୍ରୀଙ୍କୁ ପ୍ରେରଣ କରିଥିଲେ । ନିକଟ ଭବିଷ୍ୟତରେ ଏହି ଦାବୀ ଗୁଡିକର ସ୍ଥାୟୀ ସମାଧାରନ ନ ହୁଏ ତେବେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରିବାକୁ ବାଧ୍ୟ ହେବେ ବୋଲି ଉପସ୍ଥିତ ଚାଷୀନେତାମାନେ ନିଜ ବକ୍ତବ୍ୟରେ କହିଥିଲେ । ଆଜିର ଏହି ଗଣଧାରଣାରେ ଚାଷୀନେତା ଜତୀ ପଧାରନ, ସୈମେନ୍ଦ୍ର ପରିଛା, କସ୍ତୁବ ସାହୁ, ଅରୁଣ ମିଶ୍ର, ମଧୁସୁଦନ କ୍ଷେତୀ, ବିପ୍ର ସାହୁ, ବୈକୁଣ୍ଠ ଶତପଥ୍ô, ପ୍ରଶାନ୍ତ ଭୋଇ, ବିଧୁଭୂଷଣ ତ୍ରିପାଠୀ, ଫକିର ବିଶ୍ୱାଲ, କଲାରସିଂ ବାଗ, ହୃଦାନନ୍ଦ ଠାକୁର, ରାଧାକାନ୍ତ ନାଏକ, ପ୍ରଶାନ୍ତ କୁମାର ଭୋଇଙ୍କ ସମେତ ଶତାଧ୍ôକ ଚାଷୀ ଉପସ୍ଥିତ ଥିଲେ ।