ଚାକିରି ଦାବିରେ ରେଳ ରୋକ
ଚାନ୍ଦବାଲି : ଡହ ଡହ ଖରାରେ କୋଇଲା ବୋଝେଇ ରେଳ ଅଟକାଇ ରେଳଧରଣା ବସିରହିଥିଲେ ଆଦାନୀ ପୋର୍ଟ ପାଇଁ ଜମି ହରାଇ ବିସ୍ଥାପିତ ହୋଇଥିବା ଦୁଇ ପରିବାର । ସୂଚନା ଅନୁସାରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତୋଟାପଡା ପଞ୍ଚାୟତର ମାଣିକପୁର ଗାଁ ଦେଇ ଯାଇଥିବା ଧାମରା-ଭଦ୍ରକ ରେଳପଥ ପାଇଁ ଜମି ଦେଇ ଦୀର୍ଘ ଦିନ ହେବ ବିସ୍ଥାପିତ ହୋଇଥିବା ବୀରେନ୍ଦ୍ର ବାରିକ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଦୁଇ ପରିବାର ରବିବାର ଦିନ ପୂର୍ବାହ୍ନରେ ମାଣିକପୁର ରେଳଧାରଣା ନିକଟରେ ସପରିବାର ଧାରଣା ଉପରେ ବସିଥିଲେ କ୍ଷ ଦୁଇ ପରିବାରର ଦାବୀ ମୁତାବକ ରେଳଲାଇନ ପାଇଁ ଦୀର୍ଘ ଦିନ ହେବ ସେମାନେ ବିସ୍ଥାପିତ ହୋଇଥିଲେ ସୁଦ୍ଧା ଆଦାନୀ ପୋର୍ଟ କତୃପକ୍ଷ ସେମାନଙ୍କର କୌଣସି ଦାବୀ ପୂରଣ କରୁ ନାହାନ୍ତି । ଯେପର୍ଯ୍ୟନ୍ତ ଜମିର ଉଚିତ ମୂଲ୍ୟ ସାଙ୍ଗକୁ ପରିବାରର ଜଣକୁ ପୋର୍ଟରେ ଚାକିରି ନମିଳିଛି ସେପର୍ଯ୍ୟନ୍ତ ଖରା ବର୍ଷାରେ ରେଳ ଧାରଣା ଉପରେ ବସିରହିବେ ବୋଲି କହିଥିଲେ । ଶେଷରେ ସ୍ଥାନୀୟ ସମାଜସେବୀ ମିତ୍ରଭାନୁ ଦାସଙ୍କ ମଧ୍ୟସ୍ତାରେ ଆଦାନୀ ପୋର୍ଟ କର୍ମଚାରୀ ଓ ବାଂଶଗଡା ଥାନା ଆଇଆଇସି ଏମଡି ହାପିଜ ବିସ୍ଥାପିତ ଦୁଇ ପରିବାରଙ୍କୁ ବୁଝାଇବା ସହିତ ମିତ୍ରଭାନୁ ଦାସଙ୍କ ମଧ୍ୟସ୍ତାରେ ପୋର୍ଟ ସିଇଓଙ୍କ ସାଙ୍ଗରେ କଥା ହୋଇ ପ୍ରକୃତ କେତେ କ୍ଷୟ କ୍ଷତି ହୋଇଛି ଆକାଳନ କରାଯିବା ଓ ଯଥା ଶୀଘ୍ର ଦାବୀ ଗ୍ରହଣ କରାଯିବା ନେଇ ପ୍ରତିଶୃତି ଦେବା ପରେ ଦୁଇ ପରିବାର ରେଳ ଧାରଣାରୁ ଉଠିଥିଲେ । ଟ୍ରେନ ଚଳାଚଳ ପ୍ରାୟ ଦିନ ୧୨ ରୁ ୦୨ ପ୍ରଯ୍ୟନ୍ତ ବନ୍ଦ ରହିଥିବା ସୂଚନା ମିଳିଛି । ଆରମ୍ଭରୁ ପୋଲିସ ଉକ୍ତ ଜାଗାରେ ଥିବା ବାଂଶଗଡା ଥାନା ଅଧିକାରୀ କହିଛନ୍ତି ।