ସ୍ୱାସ୍ଥ୍ୟ ମିଶନ କର୍ମଚାରୀଙ୍କ ଆନେ୍ଦାଳନ : ଆୟୁଷ୍ମାନ ଭାରତ କାର୍ଡ ବାଣ୍ଟିବେ ବିଡିଓ

 ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟକରୁଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀମାନେ ଆନେ୍ଦାଳନରେ ଯୋଗଦେଇଥିବାରୁ ସ୍ୱାସ୍ଥ୍ୟସେବା ପରିଚାଳନାରେ ଗୁରୁତର ପ୍ରଭାବ ପଡିଛି । ଏହି କାରଣରୁ ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ଆୟୁଷ୍ମାନ ଭାରତ ବୀମା କାର୍ଡ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଡ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ବିତରଣ ସମ୍ଭବ ହୋଇପାରିନାହିଁ । ଫଳରେ ସରକାରଙ୍କ ପକ୍ଷରୁ ଆୟୁଷ୍ମାନ ଭାରତ କାର୍ଡ ବିତରଣ ଦାୟିତ୍ୱ ବିଡିଓମାନଙ୍କୁ ପ୍ରଦାନ କରିଥିବା ଜଣାଯାଇଛି । ଜନସେବାକେନ୍ଦ୍ର ମାଧ୍ୟମରେ ବିଡିଓ ଆୟୁଷ୍ମାନ ଭାରତ କାର୍ଡ ହିତାଧିକାରୀମାନଙ୍କୁ ବିତରଣ କରିବାକୁ ନିଦେ୍ର୍ଦଶ ହୋଇଛି । 
ସ୍ଥାୟୀ ନିଯୁକ୍ତି ଆଦି ୬ ଦଫା ଦାବି ପୂରଣ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀମାନେ ମାର୍ଚ୍ଚ ୧୦ ତାରିଖରୁ ଆନେ୍ଦାଳନରେ ଯୋଗଦେଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ୧୭ ଜଣ କର୍ମଚାରୀ ଆନେ୍ଦାଳନରେ ଯୋଗଦେଇଥିବାରୁ ସଂକ୍ରାମକ ରୋଗ କାର୍ଯ୍ୟକ୍ରମ, ରକ୍ତହୀନତା ଟୀକାକରଣ, ଥାଲାସେମିଆ, ଯକ୍ଷ୍ମା, କୁଷ୍ଠ ଆଦି ରୋଗ ନିରୂପଣ, ଲାବ ଟେଷ୍ଟ, ଗର୍ଭବତୀ ଟୀକାକରଣ, ପୁଷ୍ଟିସାଧନ କେନ୍ଦ୍ର ପରିଚାଳନା, ମାନସିକ ଓ ମ୍ୟାଲେରିଆ ଆଦି ରୋଗ ନିରାକରଣ ବାଧାପ୍ରାପ୍ତ ହୋଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ରଶ୍ମରେଖା ପୃଷ୍ଟି (ବିପିଏମ), ରଞ୍ଜିତ ବରାଳ (ବିଏଏମ), ସ୍ମୃତିରଞ୍ଜନ ପାଢୀ (ଏସଟିଏସ), ଶୁଭ୍ରା ଗାଙ୍ଗୁଲି (ବିଡିଏମ) ଓ ରମାକାନ୍ତ ଜେନା (ଲାବ) ଭୁବନେଶ୍ୱର ଲୋର ପିଏମଜିରେ ଚାଲିଥିବା ରାଜ୍ୟସ୍ତରୀୟ ଆନେ୍ଦାଳନରେ ଯୋଗଦେଇଥିବା ଜଣାଯାଇଛି ।