‘ଆଦର୍ଶ ଶିକ୍ଷକ ଥିଲେ ଗୌରାଙ୍ଗ ଦାସ’
ବନ୍ତ: ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଦାସସାହି ଗ୍ରାମର ଆଦର୍ଶ ଶିକ୍ଷକ ସ୍ୱଗତ ଗୌରାଙ୍ଗ ଦାସଙ୍କ ସ୍ମର୍ତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗଣ୍ଡକୁରାରେ ଗୌରାଙ୍ଗ ଦାସ ଶିକ୍ଷକତାରେ କାର୍ଯ୍ୟରତ ଥିଲେ । ୧୯ ତାରିଖ ମଙ୍ଗଳବାର ରାତ୍ରି ପ୍ରାୟ ୨.୩୦ ମିନିଟରେ କଟକ ବଡ ଡାକ୍ତରଖାନାରେ ଚିକିସôାଧିନ ଅବସ୍ଥାରେ ହୃଦଘାତରେ ପରଲୋକ ଗମନ କରିଥିଲେ । ଗୌରାଙ୍ଗ ସାରେଙ୍କ ସ୍ମର୍ତିରେ ଏକ ସ୍ମୃତି ସଭା ଦାସ ସାହିରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସମାଜସେବୀ ପିତାମ୍ବର ପଣ୍ଡା ସଭାପତିତ୍ୱରେ ପ୍ରାକ୍ତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ବରିଷ୍ଟ ବିଜେପି ନେତା ପଞ୍ଚାନନ ରାଉତ୍, ସ୍ଥାନୀୟ ସରପଞ୍ଚ ରଶ୍ମିତା ସେଠୀ, ସମିତି ସଭ୍ୟ ମନୋରଞ୍ଜନ ସେଠୀ, ସମାଜସେବୀ ଭୀମସେନ ସାମଲ, ରଞ୍ଜନ କୁମାର ସାହୁ, ରାଜକିଶୋର ସ୍ୱାଇଁ, ପ୍ରିୟନାଥ ନାୟକ, ଅଣାକାର ମଲ୍ଲିକ ଶିକ୍ଷାବିତ୍ ଖଗେଶ୍ୱର ପଣ୍ଡା, ଶଶି ଶେଖର କରଶର୍ମା, ପୂର୍ଣ୍ଣଚନ୍ଦ୍ର ଦାସ, ନିତ୍ୟାନଦ ଜେନା, ପଦ୍ମନାଭ ଗିରି, କୃଷ୍ଣଚନ୍ଦ୍ର ପରିଡା, ଜଗନ୍ନାଥ ପାତ୍ର, ଅଲେଖ ନାୟକ, ରନôାକର ଦାଶ, ରମାକାନ୍ତ ରାଉତ୍, ଶରତ ନାୟକ, ରମାକାନ୍ତ ଜେନା, ମଳୟ ନାୟକ, ନରେନ୍ଦ୍ର ସାହୁ, ପ୍ରଫୁଲ୍ଲ ଦାସ, ଶ୍ରୀଧର ପଣ୍ଡା ହୃଷିକେଶ ଗିରି, ରୋହିତ ଜେନା, ତପଶ୍ୱନି ପହି ସହିତ ଶତାଧିକ ଉପସ୍ଥିତ ରହି ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ପ୍ରାରମ୍ଭରେ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟା ଅର୍ପଣ କରିଥିଲେ ଅତିଥି । ସେ ଜଣେ ଆଦର୍ଶ ଶିକ୍ଷକ ଛାତ୍ର ବସôଳ, ସାଲିସ ବିହୀନ ଶିକ୍ଷକ ଥିଲେ ବୋଲି କହିଥିଲେ । ଶ୍ରୀକାନ୍ତ ପଣ୍ଡା, ଗୋବିନ୍ଦ ରାଉତ୍, ଅଭୟ ପ୍ରଧାନ, ସୁରେଶ ପ୍ରଧାନ, ବଳରାମ ଜେନା, ଭାବଗ୍ରାହି ପଣ୍ଡା, ରାଜକିଶୋର ଦାସ ପ୍ରମୁଖ ଏହି ସ୍ମୃତି ସଭାରେ ପରିଚାଳନା କରିଥିଲେ ।