ପୁଷ ପୁନେଇ ପାଇଁ ପ୍ରସ୍ତୁତି ବୈଠକ

ଜୟପୁର: ଜୟପୁରର ଏକ କଲ୍ୟାଣ ମଣ୍ଡପ ଠାରେ ସ୍ଥାନୀୟ କଳାକାର ନାଟ୍ୟକାର ସମାଜସେବୀଙ୍କ ଦ୍ୱାରା ଆହୂତ ଶୋଭାରେ କୋରାପୁଟ ଜିଲ୍ଲାର ପାରମ୍ପରିକ ପର୍ବ ପୁଷ ପୁନେଇ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୌଠକ ଅନୁଷ୍ଠିତ ହୋଇଛି । ଏହି ପର୍ବ ଆସନ୍ତା ଜାନୁଆରୀ ୧୩ ତାରିଖରେ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ସରକାରୀ ବାଳକ ବିଦ୍ୟାଳୟରେ ହେବ ଏବଂ ବାଙ୍କମଠ ଠାରୁ ବାହାରି ବିଦ୍ୟାଳୟ ପର୍ଯ୍ୟନ୍ତ ରାଜରାସ୍ତାରେ କୋରାପୁଟ ଜିଲ୍ଲାର ପାରମ୍ପରିକ ବେଶରେ ହେବ । ବିଗୋତ ବର୍ଷ ଗୁଡ଼ିକରେ ହୋଇଥିବା ପୁଷପର୍ବ ପ୍ରସଂସା ସାଉଁଟି ଥିବାବେଳେ ଏହି ଥର ଏହାକୁ ପୁଷ ପୁନେଇ ସହ ଜୟପୁର ମହୋସôବ ନାମରେ ନାମିତ କରିବାକୁ ନିଷ୍ପତି ହୋଇଥିଲା ।