ରାସ୍ତାରେ ପାଣି; ୪୦ ପରିବାର ହନ୍ତସନ୍ତ


ାା ପ୍ରଭାନୁ୍ୟଜ ।ା ରଗଡି : କୋରେଇ ବ୍ଲକ ଅସନଝର ପଞ୍ଚାୟତ ସୋଲବନ୍ଦି ଗ୍ରାମ ଉପର ସାହି ରାସ୍ତାରେ ପାଣି ଜମି ଯାତାୟାତରେ ଘୋର ସମସ୍ୟା ସ୍ରୁଷ୍ଟି କରୁଛି । ବର୍ଷାପାଣି ନିସ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ଦୀର୍ଘଦିନ ଧରି ରାସ୍ତାରେ ଜମି ରହୁଥିବାରୁ ୪୦ରୁ ଊର୍ଦ୍ଧ୍ୱ ପରିବାର ହନ୍ତସନ୍ତ ହେଉଛନ୍ତି । ରାସ୍ତା ଖାଲୁଆ ଥିବାରୁ ସାମାନ୍ୟ ବର୍ଷାରେ ପାଣି ଠିଆ ହୋଇ ରହୁଛି । ପାଣିରେ ପୋକ ଜୋକ ବିଚରଣ କରୁଥିବା ବେଳେ ଏହା ଦୂଷିତ ହୋଇ ଦୁର୍ଗନ୍ଧ ହେବା ସହ ଏଥିରେ ଚଳ ପ୍ରଚଳ କରିବାରୁ ପାଦ କୁଣ୍ଡେଇ ହୋଇ ଫଳି ଯାଉଥିବା ଲୋକ ଅଭିଯୋଗ କରିଛନ୍ତି । ଦୀର୍ଘ ସମୟ ପାଣି ଜମି ରହିବା ଫଳରେ ଏହା ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି । ପାଣି ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା କରାଯିବା ସହ ରାସ୍ତାର ପୁନଃ ନିର୍ମାଣ ପ୍ରତି ଦୃଷ୍ଟି ଦିଆଯିବାକୁ ଦାବି ହୋଇଛି ।