ଆନ୍ତଃ ସ୍କୁଲ କ୍ରିକେଟ: ଗୋପବନ୍ଧୁ ହାଇସ୍କୁଲ ଚାମ୍ପିଅନ
କେନ୍ଦୁଝର : ଓଡିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଏବଂ ଜିଲ୍ଲା କ୍ରୀଡା ସଂସ୍ଥା, କେନ୍ଦୁଝର ସହଯୋଗରେ ସ୍ଥାନୀୟ ଷ୍ଟାଡିୟମରେ ଅନୁଷ୍ଠିତ ଆନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ବଡ଼ବିଲର ଗୋପବନ୍ଧୁ ହାଇସ୍କୁଲ (ମିଳିତ) କେନ୍ଦୁଝର ସେଣ୍ଟ ଜାଭିଆର ହାଇସ୍କୁଲ ବିପକ୍ଷରେ ୧୦୪ ରନରେ ଏକ ବିପୁଳ ବିଜୟ ହାସଲ କରି ପ୍ରଥମ ଥର ପାଇଁ ଚାମ୍ପିଅନ୍ ହୋଇଛି । ଟସ୍ ଜିଣି ଗୋପବନ୍ଧୁ ହାଇସ୍କୁଲ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୨୫ ଓଭରରେ ୩ଟି ୱିକେଟ୍ ହରାଇ ୨୩୫ ରନ ସଂଗ୍ରହ କରି ନିଜର ସ୍ଥିତିକୁ ମଜବୁତ କରିଥିଲେ । ଦଳ ପକ୍ଷରୁ ଅଙ୍ଗଦ ଲୋଟିଆ ୬୪ଟି ବଲର ସମ୍ମୁଖୀନ ହୋଇ ୧୫ଟି ଚୌକା ସହାୟତାରେ ୯୧ ରନ ସଂଗ୍ରହ କରିଥିଲେ । ଆରୋନ ଚନ୍ଦ୍ର ୫୫ଟି ବଲର ସମ୍ମୁଖୀନ ହୋଇ ୭ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ୬୪ ରନ ସଂଗ୍ରହ କରି ଅର୍ଦ୍ଧ ଶତକ ହାସଲ କରିଥିଲେ । ଜବାବରେ ଜାଭିଆର ହାଇସ୍କୁଲ ନିର୍ଦ୍ଧାରିତ ୨୫ ଓଭର ବ୍ୟାଟିଂ କରି ୮ଟି ୱିକେଟ ହରାଇ ୧୩୧ ରନ ସଂଗ୍ରହ କରିବାରେ ସମର୍ଥ ହୋଇଥିଲେ । ଦଳ ପକ୍ଷରୁ ଦେବାଂଶୁ କର ୫୧ଟି ବଲର ସମ୍ମୁଖୀନ ହୋଇ ୧୦ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ୫୮ ରନ ସଂଗ୍ରହ କରି ଅର୍ଦ୍ଧ ଶତକ ହାସଲ କରିଥିଲେ । ପ୍ରତିପକ୍ଷ ଦଳର ଅଧିନାୟକ ଆଶୁତୋଷ ନାଏକ ୩ ଓଭର ବୋଲିଂ କରି ୧୯ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ । ଖେଳ ଶେଷରେ ଏକ ସ୍ୱତନ୍ତ୍ର ଉସôବରେ ଡିଏଭି ସ୍କୁଲର ଅଧ୍ୟକ୍ଷ ବ୍ରଜେନ୍ଦ୍ର ନାଥ ସଭାପତି, ମୁଖ୍ୟ ଅତିଥି ଏବଂ ଜିଲା କ୍ରୀଡା ଅଧିକାରୀ ସରୋଜ କୁମାର ମଲ୍ଲିକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଜିଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ଡ. ଜନାର୍ଦ୍ଦନ ଦାଶ ଏବଂ କୋଷାଧକ୍ଷ ସରୋଜ ରଣା ଉଦଯାପନୀ ଉସôବରେ ମଞ୍ଚାସିନ ଥିଲେ । ଗୋପବନ୍ଧୁ ହାଇସ୍କୁଲର ଅଙ୍ଗଦ ଲୋଟିଆ ମ୍ୟାନ ଅଫ ଦି ମ୍ୟାଚ, ଆଶୁତୋଷ ନାଏକ ବେଷ୍ଟ ବ୍ୟାଟ୍ସମ୍ୟାନ, ଅଙ୍ଗଦ ଲୋଟିଆ ବେଷ୍ଟ ବୋଲର ଏବଂ ଜାଭିୟର ହାଇସ୍କୁଲର ପବିତ୍ର ବାରିକ ବେଷ୍ଟ ଫିଲଡର ଭାବେ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ଏହି ଖେଳକୁ ବିଶ୍ୱମ୍ବର ମହାକୁଢ଼, ଯଶୋବନ୍ତ ମହାପାତ୍ର (ଳୁନା) ପରିଚାଳନା କରିଥିବା ବେଳେ ଗିରୀଶ ଚନ୍ଦ୍ର ହୋତା ମ୍ୟାଚ ରେଫରୀ ଏବଂ ରାଜେନ୍ଦ୍ର ସାହୁ ସ୍କୋରର ଦାୟିତ୍ୱ ତୁଲାଇ ଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
