ଉନ୍ନୟନ କମିଟି ବୈଠକ 

 କେନ୍ଦୁଝର କେନ୍ଦୁଝର ଜିଲ୍ଲା ଉନ୍ନୟନ ଓ ପର୍ଯ୍ୟାଲୋଚନା (ଦିଶା) କମିଟି ବୈଠକ ଦିଶା କମିଟିର ଅଧ୍ୟକ୍ଷ ତଥା କେନ୍ଦୁଝର ଲୋକସଭା ସଦସ୍ୟ ଅନନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଭିନ୍ନ ଯୋଜନାର ସଠିକ୍ କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇ ଏହାର ସୁଫଳ କିପରି ହିତାଧିକାରୀ/ଜନସାଧାରଣ ପାଇପାରିବେ, ସେଥିପାଇଁ ସରକାରୀ ପଦାଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସାଂସଦ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ । ଏହି ବୈଠକରେ ବିଶେଷ କରି କୃଷି, ଉଦ୍ୟାନ କୃଷି, ପଶୁପାଳନ, ଜଳସମ୍ପଦ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳ ବିଭାଜିକା, ଜାତୀୟ ରାଜପଥ, ଦକ୍ଷତା ବିକାଶ ଓ ନିୟୋଜନ, ଦୀନ ଦୟାଲ ଉପାଧ୍ୟାୟ ଯୋଜନା-ଗ୍ରାମୀଣ କୌଶଳ ଯୋଜନା, ଡିଏମ୍ଏଫ୍, ବେସାମରିକ ଯୋଗାଣ ବିଭାଗ, ଶ୍ରମ, ପାନୀୟ ଜଳ ଯୋଗାଣ, ଜିଲ୍ଲା ପରିଷଦ, ମନରେଗା, ଡିଜିଟାଲ ଭାରତ, ସ୍ୱାସ୍ଥ୍ୟ ବିଭାଗ, ଜାତୀୟ ଗ୍ରାମୀଣ ଜୀବିକା ମିଶନ(ଦୀନ ଦୟାଲ ଉପାଧ୍ୟାୟ ଅନ୍ତୋଦୟ ଯୋଜନା), ଜିଲ୍ଲା ସମାଜ ମଙ୍ଗଳ, ମଙ୍ଗଳ ବିଭାଗ, ଶିଶୁ ସୁରକ୍ଷା, କ୍ରୀଡା ଆଦି ବିଭାଗରେ ଚାଲିଥିବା ବିଭିନ୍ନ ଯୋଜନା, କାମ କାର୍ଯ୍ୟର ଆଦିର ସମୀକ୍ଷା କରିଥିଲେ । ବିଭିନ୍ନ ଯୋଜନାରେ ଆସୁଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅର୍ଥରେ ଏହି ସବୁ କାର୍ଯ୍ୟକ୍ରମ କରିବା ନେଇ ସେ ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ସମୟରେ ପେଶା ଆଇନକୁ ମାନିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ସ୍ୱଚ୍ଛ ଭାରତ ଯୋଜନାର ଅଗ୍ରଗତି ଏବଂ କାର୍ଯ୍ୟକାରିତା ଉପରେ ସାଂସଦ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଚମ୍ପୁଆ ବିଧାୟକ ସନାତନ ମହାକୁଡ ଯୋଡା ବ୍ଲକ ବଳଦା ଗ୍ରାମ ପଂଚାୟତ ଅନ୍ତର୍ଗତ ବଳଦା ଗ୍ରାମରେ ଅବସ୍ଥିତ ବେତଝର ନାଳ, ନମ୍ବିରା ନାଳ ଉପରେ ଚେକ ଡ୍ୟାମ କରି ଚାଷୀଙ୍କୁ ଜଳଯୋଗାଣ ବ୍ୟବସ୍ଥା କରିବାକୁ କ୍ଷୁଦ୍ର ଜଳସେଚନ ବିଭାଗକୁ କହିଥିଲେ ।  ଜିଲ୍ଲାର ସମସ୍ତ ବ୍ଲକରେ ଅଧିକରୁ ଅଧିକ ଫଳ ଏବଂ ଫୁଲ ଚାଷ କରିବାକୁ ଶ୍ରୀ ମହାକୁଡ ପରାମର୍ଶ ଦେଇଥିଲେ । ସେହିପରି ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଚମ୍ପୁଆ ବିଧାୟକ ଉଦ୍ବେଗ ପ୍ରକାଶ କରିଥିଲେ । କାଡା ଡିଭିଜନ ଭଦ୍ରକ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡିକର ସୂଚନା ଲୋକ ପ୍ରତିନିଧିଙ୍କ ଅଗୋଚରରେ ହେଉଥିବାରୁ ଆନନ୍ଦପୁର ବିଧାୟକ ଅଭିମନୁ୍ୟ ସେଠୀ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବିଶେଷ କରି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପରମ୍ପରାଗତ କୃଷି ବିକାଶ ଯୋଜନା,ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଆଦିର କାର୍ଯ୍ୟକାରୀତା ଉପରେ ସମୀକ୍ଷା କରିଥିଲେ । ସେହିପରି କୃଷି ସ୍ୱାସ୍ଥ୍ୟ କାର୍ଡ, ଜାତୀୟ କୃଷି ବଜାର, କୃଷି ଭିତ୍ତିଭୂମି ପାଣ୍ଠି, ଆତ୍ମା ଆଦିର କାମ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜାତୀୟ ଗୃହ ପାଳିତ ପଶୁ ମିଶନ, ରାଷ୍ଟ୍ରୀୟ ଗୋକୂଳ ମିଶନ ଆଦି ପଶୁ ସମ୍ପଦ ବିଭାଗର ଯୋଜନା ଉପରେ ସମୀକ୍ଷା କରିଥିଲେ । ସେହିପରି କମାଣ୍ଡ ଏରିଆ ଡେଭଲେପମେଣ୍ଟ ଏଣ୍ଡ ୱାଟର ମ୍ୟାନେଜମେଣ୍ଟ ପ୍ରୋଗାମ, ଜଳାଶ୍ରୟ ମରାମତି ଓ ପୁନଃରୁଦ୍ଧାର, ଜଳମାର୍ଗର ବିକାଶ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା, ରାଜପଥ ଭିତ୍ତିଭୂମି କାର୍ଯ୍ୟକ୍ରମ, ପରିବହନ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନର କାର୍ଯ୍ୟକାରିତା, ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା, ଇ-ଶ୍ରମ ପୋର୍ଟାଲ, ଜଳ ଜୀବନ ମିଶନ, ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱରାଜ ଅଭିଯାନ,ଶିଶୁ ଓ ମହିଳା ସୁରକ୍ଷା ସମ୍ପର୍କିତ ଯୋଜନା, ଖେଳ ଇଣ୍ଡିଆ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ସାଂସଦ ପାଣ୍ଠି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦିର ସମୀକ୍ଷା କରିଥିଲେ । ପ୍ରାରମ୍ଭରେ ଦିଶା କମିଟିର ମେମ୍ବର ସେକ୍ରେଟାରୀ ତଥା ଜିଲ୍ଲାପାଳ ବିଶାଲ ସିଂ ସମସ୍ତଙ୍କୁ ସ୍ୱାଗତ ସମ୍ଭାଷଣ କରି ବୈଠକର ଉଦେ୍ଦଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହି ବୈଠକରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ, ଆନନ୍ଦପୁର ବିଧାୟକ ଅଭିମନୁ୍ୟ ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, କେନ୍ଦୁଝରଗଡ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ, ମୁଖ୍ୟମନ୍ତ୍ରୀ ତଥା ସଦର ବିଧାୟକଙ୍କ ପ୍ରତିନିଧି ଅନୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ପରିଷଦର ପିଏମ୍ଆଇଟି ଶିବାନନ୍ଦ ତ୍ରିପାଠୀ, କମ୍ପୁ୍ୟଟର ପ୍ରୋଗ୍ରାମର ସିଦେ୍ଧଶ୍ୱର ବିଶ୍ୱାଳ, ମନରେଗା ଆସିଷ୍ଟାଣ୍ଟ ବିଶ୍ୱଜିତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।