ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ
ପୁରୀ: ସଶକ୍ତ ସମବାୟ, ସୁଦୃଢ ସମାଜ ଓ ସମୃଦ୍ଧ ଜୀବନର ବାର୍ତ୍ତା ନେଇ ଆନ୍ତର୍ଜାତିକ ସମବାୟ ବର୍ଷ ସଂସ୍କୃତି ଭବନଠାରେ ଆୟୋଜିତ ହୋଇଛି । ଜିଲ୍ଲାସ୍ତରୀୟ ଏହି ଉତ୍ସବକୁ ଉଦ୍ଘାଟନ କରି ଅତିରିକ୍ତ ଜିଲ୍ଲାପାଳ ଡ. ଶରତ ଚନ୍ଦ୍ର ମହାପାତ୍ର କହିଥିଲେ ଯେ, ସମାଜକୁ ସୁଦୃଢ ଓ ଆର୍ଥିକ ସମୃଦ୍ଧ କରିବାରେ ସମବାୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଥିରେ ଶ୍ୟାମପ୍ରକାଶ ସେନାପତି ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଏହି ସଭାରେ ସୂଚନା ଓ ଲୋକସମ୍ପର୍କ ଉପନିଦେ୍ର୍ଦଶକ ସନ୍ତୋଷ ସେଠୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୂତି ରଞ୍ଜନ ରାଉତ, ଜିଲ୍ଳା ପ୍ରାଣୀ ସମ୍ପଦ ଅଧିକାରୀ ଶରତ ବେହେରା, ଏଆରସିଏସ୍ ସନାତନ ବେହେରା, ଏସିଏସ୍ଓ ରୀନା ସରୀତା, ପୁରୀ ନିମାପଡ଼ା କୋଅପରେଟିଭ ବ୍ୟାଙ୍କ ସିଇଓ ବନଶ୍ରୀ ମଲ୍ଲିକ, ଡେପୁଟି ଏଜିସିଏସ୍ ଅକ୍ଷୟ ଦଳାଇ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ଡିଆରସିଏସ୍ ସୁନିତା ପତି ଅଧ୍ୟକ୍ଷତା କରିଥିବାବେଳେ, ସମବାୟ ବର୍ଷ ପାଳନର ଲକ୍ଷ୍ୟ ଉଦେ୍ଦଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କୃଷି ସମବାୟ ସମିତି ଗଠନ, ଲାମ୍ପସ୍ ଓ ପ୍ୟାକ୍ସ୍ ମାଧ୍ୟମରେ କୃଷି ଋଣ ପ୍ରଦାନ, ପ୍ରଧାନମନ୍ତ୍ରୀ ଭାରତୀୟ ଜନେଓøଷଧି କେନ୍ଦ୍ର ଖୋଲିବା ବ୍ୟବସ୍ଥା ଆଦି ହୋଇଛି ବୋଲି ସେ କହିଥିଲେ । ପୁରୀ ଜିଲ୍ଳାରେ ୨୪୫ ପ୍ୟାକ୍ସ କାର୍ଯ୍ୟ କରୁଥିବାବେଳେ ଚଳିତ ବର୍ଷ ୧୧ଲକ୍ଷ ୪୬୦ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟ ଥିବାବେଳେ ବିଭାଗ ୧୮ଲକ୍ଷ ୫୨ହଜାର ୩ଶହ କ୍ୱିଣ୍ଟାଲ୍ ଧାନ ସଂଗ୍ରହର ସୂଚନା ଦେଇଥିଲେ ।