ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ

 ଭଣ୍ଡାରିପୋଖରୀ : ଏହି ବ୍ଲକ ଅନ୍ତର୍ଗତ ବାରିକପୁର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ପ୍ରଧାନଶିକ୍ଷୟତ୍ରୀ ସୁଜାତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ କାଞ୍ଚନବାଳା ପାତ୍ର କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ଏଥିରେ ଅବସରପ୍ରାପ୍ତ ଏବିଇଓ ପୁରୁଷୋତ୍ତମ ଧଳ ମୁଖ୍ୟବକ୍ତା, ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସାହୁ, ଶ୍ରୀକାନ୍ତ ଦାସ, ପ୍ରତାପ ଘଡେଇ, ସୁଜାତା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଲମ୍ପିକ କ୍ରୀଡା ଲକ୍ଷ୍ୟ ହାସଲ ପାଇଁ ବିଦ୍ୟାଳୟ ପ୍ରାଥମିକ ମୂଳଦୁଆ ଭାବେ ଉପଯୋଗୀ ହୋଇପାରିବ ବୋଲି ମତ ରଖିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ବିଭାଗରେ କ୍ରୀଡା ପ୍ରତିଯୋଗୀତା ହୋଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କ୍ରୀଡା ଶିକ୍ଷକ ଜିତେନ୍ଦ୍ର ସାହୁ, ପ୍ରଜ୍ଞାପରମିତା ପତି, ପ୍ରଭାତୀ ମହାରଣା, ସଞ୍ଜୁଲତା ବେହେରା, ମାନସୀ ମାଝୀ, ସଞ୍ଜିତା ନାୟକ, ମାନସୀ ଦାସ, ନିଳିମା ପ୍ରିୟଦର୍ଶନୀ ପଣ୍ଡା କ୍ରୀଡା ପରିଚାଳନା କରିଥିଲେ । ଶିକ୍ଷୟତ୍ରୀ ପ୍ରତିଭା ଶତପଥି ଧନ୍ୟବାଦ ଦେଇଥିଲେ ।