ଆବୁ ଦେଉଛି ଯନ୍ତ୍ରଣା, ସହାୟତା ନିବେଦନ
ଦାନଗଦୀ: ଗରିବ ଆଦିବାସୀ ପରିବାର, ପରିବାରର ମୁଖ୍ୟ ବାପା ଆର ପାରିରେ । ମାଆ ମୁଣ୍ଡ ଉପରେ ପାଞ୍ଚ ପ୍ରାଣୀଙ୍କ ବୋଝ । ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଥିବା ପରିବାରର ଜଣେ ଶୈଶବ ଯନ୍ତ୍ରଣା ବୋଝରେ ଛଟପଟ ହେଉଛନ୍ତି । ଦାନଗଦୀ ବ୍ଲକ ଶାଳୀଜଙ୍ଗା ପଞ୍ଚାୟତର ବାଲିଆପାଳ ଗାଁ ଡାହି ସାହିର ହେଉଛି ଏଚିତ୍ର । ଗାଁରେ ବାସ କରନ୍ତି ପାନ ମୁଣ୍ଡାଙ୍କ ପରିବାର । ତାଙ୍କ ସ୍ୱାମୀ ମାଧ ମୁଣ୍ଡା ଅଜଣା ରୋଗରେ ଶଯ୍ୟାଶାୟୀ ହୋଇ ଆଖିବୁଝିଲେ । ଆଦିବାସୀ ସମ୍ପ୍ରଦାୟ ପରିବାରର ଦୁଃଖ ହେଲା ପରିବାରରେ ପାନ ମୁଣ୍ଡାଙ୍କର ପୁଅ ରାଜୁ ମୁଣ୍ଡା (୧୨),ଦିବ୍ୟାଙ୍ଗ ରାଜୁ ଖେଳାବୁଲା କି ଚଲାବୁଲା କରିପାରୁନାହିଁ । ଚାଲିଲେ କଷ୍ଟ ହେଉଛି । ପାଠ ପଢିବାକୁ ଯାଇ ପାରୁନାହଁ । ରାଜୁର ଡାହାଣ ଗାଲରେ ଏକ ବଡ଼ ଆବୁ ପରି ବଢ଼ିଚାଲିଛି । ଯାହାଫଳରେ ଠିକ ଭାବେ ଖାଇ ପାରୁନାହଁ । ବାମ ଗୋଡ଼ ପତଳା ହୋଇଯାଇଛି । ଛୋଟେଇ ଛୋଟେଇ ବହୁତ କଷ୍ଟରେ ହାତରେ ବାଡ଼ି ଖଣ୍ଡେ ଧରି ଚାଲୁଛି । କଅଁଳ ବୟସରେ ଦିବ୍ୟାଙ୍ଗ ରାଜୁର ଦୁଃଖ ଯିଏ ଦେଖିବ ତାର ଆଖିରୁ ଲୁହ ଆସିଯିବ । ଚିକିତ୍ସା ପାଇଁ ଗରିବ ପରିବାର ପାଖରେ ଅର୍ଥର ଅଭାବ । ପିଲାଟି ଦିବ୍ୟାଙ୍ଗ ଭତା ପାଉନାହିଁ । ତାର ପାଠ ପଢିବକୁ ଯିବା ପାଇଁ ହୁଇଲ ଗାଡି ମଧ୍ୟ୍ ନାହିଁ । ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ରାଜୁ ଓ ତାଙ୍କ ପରିବାର । ଏହି ପରିବାରର ସବୁ ପିଲାଙ୍କର ଆଧାର ନାହିଁ । ସମସ୍ତଙ୍କ ନାଁ ମଧ୍ୟ୍ ଖାଦ୍ୟ ସୁରକ୍ଷା ଯୋଜନା ରାସନ କାର୍ଡରେ ଯୋଡି ହୋଇ ନାହିଁ । ମା ସକାଳୁ ଯାଇ ମୂଲ ଲାଗି ସନ୍ଧ୍ୟାରେ ଆସିଲେ ପରିବାରର ଚୁଲି ଜଳେ । କିପରି ତା ଅସୁସ୍ଥ ପୁଅ ରାଜୁର ଗାଲରେ ହୋଇଥିବା ଆବୁର ଚିକିତ୍ସା କରିବ ସେ ଚିନ୍ତା ତାଙ୍କୁ ଘାରିଛି । ପରିବାର ପୋଷିବା ପାଇଁ ଟଙ୍କାର ଅଭାବ, ତେଣୁ ପ୍ରଶାସନ ଜନ ପ୍ରତିନିଧି ଏ ଗରିବ ପରିବାରର କଅଁଳ ବୟସରେ ଯନ୍ତ୍ରଣା ପାଉଥିବା ଶିଶୁଟି ପ୍ରତି ଦୃଷ୍ଟି ଦେଇ ସହଯୋଗର ହାତ ବଢ଼ାନ୍ତେ ତେବେ ସେ ଯନ୍ତ୍ରଣାମୁକ୍ତ ହୋଇପାରନ୍ତା ।