ଡାଲମିଆ ଭାରତ ପକ୍ଷରୁ ଯୁବ ଆଚିଭର୍ସ ସମ୍ବର୍ଦ୍ଧିତ

 କଟକ:  ଡାଲମିଆ ସିମେଣ୍ଟ ଭାରତ ଲିମିଟେଡର ସିଏସ୍ଆର ଶାଖା ଡାଲମିଆ ଭାରତ ଫାଉଣ୍ଡେସନ ଡାଲମିଆ ସିମେଣ୍ଟ କପିଳାସ ୱର୍କସ୍ର ପାରିପାଶ୍ୱର୍ିକ ଗ୍ରାମ ଗୁଡିକରୁ ୧୫ଜଣ ହାଇସ୍କୁଲ ଟପ୍ପରଙ୍କୁ ପ୍ରତିଭା ସମ୍ମାନ ଆୱାର୍ଡ ଆୟୋଜନ କରିଥିଲା । ଚଳିତ ବର୍ଷର ପୁରସ୍କାର ବିଜେତାଙ୍କ ମଧ୍ୟରେ ଦଶଜଣ ବାଳିକା ଥିଲେ । ସେମାନଙ୍କର ପ୍ରୟାସ ଓ ଉତ୍ସର୍ଗୀକୃତ କାର୍ଯ୍ୟକୁ ସ୍ୱୀକୃତି ଜଣାଇବା ଅବସରରେ ପୁରସ୍କୃତ ଛାତ୍ର ଛାତ୍ରୀଙ୍କୁ ଟ୍ରଫି ପ୍ରମାଣପତ୍ର ସହ ନଗଦ ଅର୍ଥ ୟୁନିଟ ହେଡ୍ ପଙ୍କଜ ଗୁପ୍ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ପ୍ରତିଭା ସମ୍ମାନ ଆୱାର୍ଡ ଯୁବ ସଶକ୍ତିକରଣ ଏବଂ ଗୋଷ୍ଠୀ ବିକାଶ ନିମନ୍ତେ ଡାଲମିଆ ଭାରତ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଓମ୍କାରନାଥ ମହାନ୍ତି, ପୂର୍ବତନ କୁଳପତି, ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫଟେକ୍ନୋଲୋଜି (ବିପିୟୁଟି)ଙ୍କ ଭଳି ବିଶିଷ୍ଟ ଅତିଥି ପୁରସ୍କାର ପ୍ରଦାନ ସମାରୋହରେ ଉପସ୍ଥିତ ଥିଲେ ।