କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ

 ଧର୍ମଶାଳା : ରାଜ୍ୟ ସରକାର କ୍ରୀଡାର ବିକାଶ କ୍ଷେତ୍ରରେ ଅନେକ ପ୍ରୟାସ ଜାରି ରଖିଛନ୍ତି । ଉକôୃଷ୍ଟ କ୍ରୀଡା ଭିତ୍ତିଭୂମି ସହ ସଫଳ କ୍ରୀଡାବିତ ମାନଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ଦିଗରେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରାୟାସ କ୍ରମେ ଜିଲ୍ଲା ପ୍ରଶାସନ, ରାମକୋ ସିମେଣ୍ଟ ଲିମିଟେଡ ଏବଂ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ମିଳିତ ଉଦ୍ୟମରେ ଧର୍ମଶାଳା ଷ୍ଟାଡିୟମ୍ଠାରେ କ୍ରୀଡା ପ୍ରତିଭା ଅନେଷ୍ୱଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ଫକୀର ମୋହନ ଟୁଡୁଙ୍କ ସଭପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅତିଥି ଭବେ ସମାଜସେବୀ ମିନତୀ ସାହୁ, ଧର୍ମଶାଳା ବିଡିଓ ଜ୍ୟୋର୍ତିର୍ମୟ କର, ଡା.ସୁଧିର କୁମାର ସାହୁ, ରମାକୋ ଆଡମିନ ହେଡ ପ୍ରଭାତ ସାହୁ, ୟୁନିଟ ହେଡ ଗୋବିନ୍ଦ ରାଉତ, ଏଚଆର ହେଡ ସର୍ବେଶ୍ୱର ମହାପାତ୍ର, କ୍ରୀଡା ଶିକ୍ଷକ ସନ୍ଦିପ ମହାନ୍ତି, କ୍ରୀଡା ଶିକ୍ଷୟତ୍ରୀ ପାର୍ବତୀ ମାଝି, ବିଜେପି ଯୁବ ନେତା ଜିତେନ୍ଦ୍ର ରାଉତ, ରାଜେଶ ପାଳ ପ୍ରମୁଖ ଯୋଗଦେଇ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମରେ ହେଉଥିବା ଖେଳାଳୀ ଚୟନ ସମ୍ପର୍କରେ ଆଲୋକପାତ କରିଥିଲେ । ଉଦଘାଟନୀ ଉତ୍ସବ ପରେ ଅନୁଷ୍ଠିତ ଦୌଡ଼କୁଦ ପାଇଁ ଜିଲ୍ଲାର ୧୦ଗୋଟି ବ୍ଲକର ୨୪୦ଜଣ ଛାତ୍ରଛାତ୍ରୀ ଖେଳ ପ୍ରଦର୍ଶନ କରିଥିଲେ । ସେହିପରି ଆସନ୍ତାକାଲି ଫୁଟବଲ ଖେଳାଳି ଚୟନ,୭ତାରିଖରେ କ୍ରିକେଟ ଖେଳାଳୀ ଚୟନ ୮ତାରିଖ ଭଲିବଲ୍ ଖେଳାଳୀ ଚୟନ ଓ ୧୧ତାରିଖରେ ବ୍ୟାଡମିଟନ ପ୍ରତିଭା ଚୟନ ଅନୁଷ୍ଠିତ ହେବ । ତେବେ ଆସନ୍ତା ୧୨ତାରିଖରେ ଚୟନ ହୋଇଥିବା ଖେଳାଳିମାନଙ୍କ ତାଲିକା କରାଯିବାକୁ ସ୍ଥିର କରାଯାଇଛି । ଚୟନ ପ୍ରତିଯୋଗୀତାରେ ୯ରୁ ୧୫ବର୍ଷ କ୍ରୀଡାବିତ ଅଂଶଗ୍ରହଣ କରିପାରିବେ । ଏତଦବ୍ୟତିତ ଜଣେ ପ୍ରତିଯୋଗୀ ଯେକୌଣସି ଗୋଟିଏ କ୍ରୀଡ଼ାରେ ଅଂଶ ଗ୍ରହଣ କରିପାରିବେ । ଜାରକା ଷ୍ଟାଡିୟମ ପରିସରରେ ୫ ଦିନ ବ୍ୟାପି ଅନୁଷ୍ଠିତ ହେବାକୁଥିବା ବିଭିନ୍ନ ପ୍ରକାର କ୍ରୀଡାରେ ଅଂଶଗ୍ରହଣ କରିଥିବା ଖେଳାଳୀମାନଙ୍କ ମଧ୍ୟରୁ ୫୦ଜଣ ଛାତ୍ରଛାତ୍ରୀ ମାନଙ୍କୁ ଚୟନ କରାଯାଇ ଏଠାରେ ନିର୍ମାଣ ହେବାକୁଥିବା କ୍ରୀଡାଛାତ୍ରବାସରେ ରଖାଯାଇ ଜାତୀୟସ୍ତର କୋଚମାନଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯିବ । ଛାତ୍ରାବାସରେ ୫୦ଜଣ ଖେଳଳୀ ରହିବାର ସୁବିଧା ଉପଲବ୍ଧ ହେବା ସହିତ ଏହି ଖେଳାଳୀମାନଙ୍କ ମଧ୍ୟରୁ ୧୦୦ ଜଣ ଖେଳାଳୀଙ୍କୁ ବଛାଯାଇ ଡେ ବୋର୍ଡିଂ ବ୍ୟବସ୍ଥା କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଜିଲ୍ଲା କ୍ରୀଡା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି ।