ଗହମ ହଡ଼ପ ଘଟଣା : ଭାଗ ପ୍ରଦତ୍ତ ତଥ୍ୟରେ ଓଲଟ ପାଲଟ
ବିଞ୍ଝାରପୁର : ତଥ୍ୟ ଜାଣିବା ପାଇଁ ଆଜକୁ ପାଞ୍ଚ ମାସରୁ ଊର୍ଦ୍ଧ ସମୟ ବିତିଯାଇଥିଲେ ସୁଦ୍ଧା ୫୪୮କୁଇଣ୍ଟାଲ ଗହମର ହିସାବ ଦେଇ ପାରୁନାହାଁନ୍ତି ବ୍ଳକ ଜନ ସୁଚନା ଅଧିକାରୀ ବା ଯୋଗାଣ ଅଧିକାରିଣୀ । ଯାହାକୁ ନେଇ ଉକ୍ତ ଗହମକୁ ହଡପ କରାଯାଇଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଏପଟେ ତଥ୍ୟ ପ୍ରଦାନ କରିବା ପରିବର୍ତ୍ତେ ଏଣୁତେଣୁ କଥା କହିବା ସହ କେତେ ବେଳେ କହୁଛନ୍ତି ଡିଲର ଗହମ ପାଇନାହାନ୍ତି କେଉଁ ଠୁ ତଥ୍ୟ ଦେବେ କହିବା ସହ କେତେ ବେଳେ କହୁଛନ୍ତି ଡିଲର କହୁଥିଲେ ପାଇନାହାନ୍ତି । କିନ୍ତୁ ସେ ପାଇଛନ୍ତି ତାଙ୍କ ପାଖରେ ସେଲ୍ ଖାତା ନଥିବା କହି ସଠିକ ତଥ୍ୟ ପ୍ରଦାନ ପାଇଁ ଦିନ ପରେ ଦିନ ଗଡି ଚାଲିଛି । ଏପଟେ ଏସମ୍ପର୍କରେ ବିଡିଓଙ୍କ ନିକଟରେ ଅଭିଯୋଗ ପରେ ବି କେବଳ ଚିଠି ହେବ, ପୁରୁଣା ଅଧିକାରିଣୀ ସୁଭାଙ୍ଗି ରାୟଙ୍କୁ ଚିଠି କରି ଡାକ ହିସାବ ଦେବା କହି ଦିନ ପରେ ଦିନ ଗଡ଼େଇ ଚାଲିଛନ୍ତି ।
ଅନ୍ୟପଟେ ଦେଖିବାକୁ ଗଲେ କେବଳ ଅଗଷ୍ଟ ୨୦୨୨ରେ ବ୍ଳକ୍କୁ ଆସିଥିବା ଗହମ ହଡପ ହୋଇନାହିଁ ବାକି ଅପ୍ରେଲ ଆଉ ମଇ ଓ ଜୁନ୍ ୩ ମାସରେ ବ୍ଳକ୍କୁ ଆସିଥିବା ଗହମର ହିସାବ ଜିଲା ଆଉ ବ୍ଳକ୍ ରିପୋର୍ଟରେ ବି ତାଳ ମେଳ ଖାଉଥିବା ନଥିବା ବେଳେ ଓଲଟ ପାଲଟ କରି ତଥ୍ୟ ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ୨୦୨୨ଅଗଷ୍ଟ ମାସକୁ ଛାଡିଦେଲେ ବାକି ପୂର୍ବ ୩ ମାସର ଗହମର ମିଳିଥିବା ହିସାବ ଜିଲା ଓ ବ୍ଲକର ତାଳମେଳ ଖାଉଥିବା ବେଳେ ପାଖାପାଖି ୮୦୦କୁଇଣ୍ଟାଲ୍ ବ୍ଳକ୍ ହିସାବରୁ ଫରକ୍ ଆସୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଜିଲା ବେସାମରିକ ଯୋଗାଣ ଅଧିକାରୀଙ୍କୁ ଅବଗତ ପରେ ପୁନର୍ବାର ବ୍ଳକ୍ ଉକ୍ତ ରିପୋର୍ଟକୁ ଜିଲା ପ୍ରଦାନ କରିଥିବା ରିପୋର୍ଟ ସହ ସମାନ କରି ତଥ୍ୟ ପ୍ରଦାନ କରିଥିଲେ । ତେବେ ବ୍ଳକ୍ ଭଳି ସରକାରୀ ଦପ୍ତରରେ ଗୋଟିଏ ତଥ୍ୟ ଦୁଇ ଦୁଇଟି ହିସାବରେ ମିଳିବା ନେଇ ବ୍ଳକ୍ ଯୋଗାଣ ବିଭାଗ ଓ ଦାୟିତ୍ୱରେ ଥିବା ଅଧିକାରିଣୀ କେତେ ସ୍ୱଛ ତାହା ବାରି ହୋଇପଡ଼ୁଛି । ଏଣୁ ପ୍ରଶ୍ନ ଉଠୁଛି ବିଭାଗ ପାଖରେ ସଠିକ୍ ତଥ୍ୟ ଉପଲବ୍ଧ ନରହିବା ପଛର କାରଣ କ’ଣ ? ବର୍ତ୍ତମାନ ବ୍ଳକ୍ ଯୋଗାଣ ଅଧିକାରିଣୀ ଆନିବେଶାନ୍ତ ସାହୁଙ୍କ ପାଖରେ ପୂର୍ବର କୌଣସି ଫାଇଲ କି କୌଣସି ତଥ୍ୟ ମହଜୁଦ ନଥିବା କଥା କହିବା ଘଟଣା ପୂର୍ବ ଅଧିକାରିଣୀ ସୁଭାଙ୍ଗି ରାୟଙ୍କ ଆଡ଼କୁ ଅଙ୍ଗୁଳି ଇଙ୍ଗିତ କରୁଛି । ବିଡିଓ ଘଟଣାକୁ ଗୁରୁତ୍ୱର ସହ ନେଇ ପୂର୍ବରୁ ଥିବା ସୁଭାଙ୍ଗୀ ରାୟଙ୍କୁ ସୁକିନ୍ଦା ବ୍ଳକ୍କୁ ଚିଠି କରି ୭ଦିନ ମଧ୍ୟରେ ନିଜ ପ୍ରକୋଷ୍ଠରେ ହିସାବ ନେବେ ନଚେତ ଯାହା ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା କଥା ନେବେ ବୋଲି କହିଛନ୍ତି । ସରକାରୀ ଦପ୍ତରରେ ସୁଚନା ଅଧିକାର ଆଇନରେ ଭୁଲ ବା ଓଲଟ ପାଲଟ ତଥ୍ୟ ପ୍ରଦାନକୁ ନେଇ ସୁଚନା ଆବେଦନକାରୀ ଅଦାଲତର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି ।