ଆମେରିକାର ଅନ୍ୟଦେଶ ଉପରେ ହସ୍ତକ୍ଷେପ
ଡକ୍ଟର ଲକ୍ଷ୍ମଣ ସାହୁ : ୟୁଏସ- ଏଡ (ଟଝ-ଇସୟ ) ହେଉଛି ଆମେରିକାର ବୈଦେଶିକ ବିଭାଗର ଏକ ଏଜେନ୍ସି । ଆମେରିକାର ଟ୍ରମ୍ପ ପ୍ରଶାସନର ଦକ୍ଷତା ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା ସଚିବ ଏଲୋନ୍ ମସ୍କ ଏକ ବିବୃତ୍ତିରେ କହିଛନ୍ତି ଯେ ଭାରତୀୟ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ୟୁଏସ-ଏଡ ( ଟଝ-ଇସୟ) ୨୧ ମିଲିୟନ୍ ଡଲାର୍ ଅର୍ଥାତ୍ ୧୮୨ କୋଟି ଟଙ୍କା ପ୍ରଦାନ କରିଛି । ଯେଉଁ ସମୟରେ ଏହା କୁହାଯାଉଛି, ସେ ସମୟରେ ଗୋଟିଏ ଡଲାରର ମୂଲ୍ୟ ୭୦ ଟଙ୍କା ଥିଲା । ଆଜିକାଲି ଗୋଟିଏ ଡଲାର ହେଉଛି ୮୬ ଟଙ୍କା । ଏଲୋନ୍ ମସ୍କଙ୍କ ଏହି ବିବୃତି ପରେ ଏହା ଭାରତୀୟ ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା । ଏକ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଅନେକ ଅନୁସନ୍ଧାନ ପରେ ମିଥ୍ୟା ପ୍ରକାଶ ପାଇଲା ଯେ ଏହି ପରିମାଣର ଅର୍ଥ ଭାରତକୁ ନୁହେଁ , ବରଂ ୨୦୨୨ ମସିହାରେ ବାଂଲାଦେଶକୁ ଦିଆଯାଇଥିଲା । କିନ୍ତୁ ଆମେରିକାର ଟ୍ରମ୍ପ ପ୍ରଶାସନ ଦାବି କରିଛି ଯେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଁ ଭାରତକୁ ଏହି ପରିମାଣର ଅର୍ଥ ପ୍ରଦାନ କରାଯାଇଛି । ୨୦୨୨ ମସିହାରେ ବାଂଲାଦେଶକୁ ଦିଆଯାଇଥିବା ୨୧ ମିଲିୟନ ଡଲାର ମଧ୍ୟରୁ ୨୦୨୪ ମସିହାରେ ବାଂଲାଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ୧୩.୪ ମିଲିୟନ ଡଲାର ଖର୍ଚ୍ଚ ହୋଇସାରିଛି ।
ଦେଖିବାକୁ ଗଲେ ଭାରତ ସରକାର ଏଲୋନ୍ ମସ୍କଙ୍କ ବିବୃତିକୁ ଠିକ୍ ସମୟରେ ଖଣ୍ଡନ କରିପାରି ନାହାଁନ୍ତି । ବୈଦେଶିକ ବିନିମୟ ନିୟମାବଳୀ ଅଧିନିୟମ (ୠଋଜଇ) ଅନୁଯାୟୀ, ଭାରତକୁ ପଠାଯାଇଥିବା ବିଦେଶୀ ଅର୍ଥର ସମ୍ପୂର୍ଣ୍ଣ ବିବରଣୀ ଭାରତ ସରକାରଙ୍କ ପାଖରେ ରହିଛି । ଏପରିକି ଏଲୋନ୍ ମସ୍କ ଦେଇଥିବା ବିବୃତି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ପୁନରାବୃତ୍ତି ହୋଇଛି । ସେଥିରେ ଦର୍ଶାଯାଇଛି ଯେ ଭାରତକୁ ୨୧ ନିୟୁତ ଡଲାର ଯୋଗାଇ ଦିଆଯାଇଛି । କୈାଣସି ଦୃଢ ଆଧାର ବିନା ଟ୍ରମ୍ପ ପ୍ରଶାସନ ଦେଇଥିବା ବିବୃତି ଆଧାରରେ ବିଜେପି ଓ କଂଗ୍ରେସ ଦଳ ପାରସ୍ପରିକ ଅଭିଯୋଗ ତଥା କାଉଣ୍ଟର ଅଭିଯୋଗର ଝଡ଼ରେ ପଡ଼ିଯାଇଛନ୍ତି । ୟୁଏସ ୟୁଏସ-ଏଡ ,(ଟଝ ଟଇ-ଇସୟ) ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରତ୍ୟେକ ଅନୁଦାନ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ସକାଶେ ଆସିଥାଏ ଯେଉଁଠାରେ ଏହି ଅନୁଦାନ ଖର୍ଚ୍ଚ ହୋଇଥାଏ । ୟୁଏସ-ଏଡ ଅନୁଦାନ ରେକର୍ଡଗୁଡିକର ସରକାରୀ ଖୋଲା ତଥ୍ୟ ସୂତ୍ର ଅନୁଯାୟୀ, ଭାରତକୁ ପ୍ରଦାନ କରାଯାଇଥିବା ୟୁଏସ-ଏଡ ଅନୁଦାନ ପାଣ୍ଠି ବିଷୟରେ କୈାଣସି ଉଲ୍ଲେଖ ନାହିଁ । ୨୦୦୮ ପରେ ୟୁଏସ-ଏଡ ଦ୍ୱାରା ଭାରତକୁ କୌଣସି ଅନୁଦାନ ରାଶି ପ୍ରଦାନ କରାଯାଇ ନାହିଁ । ଆମେରିକାର ସହାୟତା ପ୍ରକୃତରେ ବିଭିନ୍ନ ଦେଶର ସରକାରଙ୍କ ବିକାଶ ପାଇଁ ଏକ ମାଧ୍ୟମ ମାତ୍ର ।
ଏହା କାର୍ଯ୍ୟଗୁଡିକ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛି କେବଳ ନୁହେଁ, ଏପରିକି ସ୍ୱେଛାସେବୀ ସଂଗଠନଗୁଡ଼ିକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରୁଛି । ୟୁଏସ-ଏଡ ଦ୍ୱାରା ଦିଆଯାଇଥିବା ଅର୍ଥର ପରିମାଣ ବିଷୟରେ ସମସ୍ତ ତଥ୍ୟ ଉପଲବ୍ଧ ଅଛି । ନବ-ସାମ୍ରାଜ୍ୟବାଦୀ ପ୍ରକୃତିର ଆମେରିକା ସରକାର ପ୍ରକୃତରେ ଖୋଲା ଓ ଗୁପ୍ତ ଭାବରେ ଅଲ-ବାଗଦାଦୀଙ୍କୁ ସିରିଆର ବାଶର ଅଲ-ଆସାଦ ଶାସନକୁ ହଟାଇବା ପାଇଁ ସାମରିକ ସହାୟତା ପ୍ରଦାନ କରିଥିଲା । ବାସ୍ତବରେ ଆମେରିକାର କୁଖ୍ୟାତ ଗୁପ୍ତଚର ସଂସ୍ଥା ସିଆଇଏ ୟୁଏସ-ଏଡ ପରି ବିଭାଗ ଓ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସ୍ତରରେ ଅନୁଦାନ ପ୍ରାପ୍ତ ଏଜେନ୍ସିମାନେ ସେମାନଙ୍କର ରାଜନୈତିକ ଷଡଯନ୍ତ୍ର କରିବା ପାଇଁ ବିଶ୍ୱର ବିଭିନ୍ନ ଦେଶରେ କାର୍ଯ୍ୟ କରୁଥିବା ସ୍ୱ୍ଛୋସେବୀ ସଂଗଠନଗୁଡିକର ଅପବ୍ୟବହାର ଜାରି ରଖିଛନ୍ତି । ବାଂଲାଦେଶର ସୃଷ୍ଟି ସମୟରେ ମଧ୍ୟ ଆମେରିକୀୟ ସରକାରଙ୍କ ହସ୍ତକ୍ଷେପ ରହିଥିଲା । ସେହି ସମୟରେ ବାଂଲାଦେଶର ସୃଷ୍ଟି ଆମେରିକୀୟ ସରକାରଙ୍କ ସକାଶେ ଗ୍ରହଣୀୟ ନଥିଲା । ବାସ୍ତବରେ ଭାରତୀୟ ସେନାର ସକ୍ରିୟ ହସ୍ତକ୍ଷେପ ଯୋଗୁଁ ବାଂଲାଦେଶ ସୃଷ୍ଟି ବନ୍ଦ କରିବାରେ ଆମେରିକା ବିଫଳ ହୋଇଥିଲା । କିନ୍ତୁ ବାଂଲାଦେଶର କିଛି ସାମରିକ ଅଧିକାରୀଙ୍କ ମାଧ୍ୟମରେ ସିଆଇଏ ଶେଖ ମୁଜିବଙ୍କୁ ରାସ୍ତାରୁ ହଟାଇବାରେ ସଫଳ ହୋଇଥିଲା । ପାକିସ୍ତାନର ଶାସନରେ ସର୍ବଦା ଆମେରିକୀୟ ହସ୍ତକ୍ଷେପ ରହିଆସିଛି । ଚୀନ୍ର ନିକଟତର ହେତୁ ଜେନେରାଲ ଜିଆ-ଉଲ-ହକ ଦ୍ୱାରା ଜୁଲଫିକର ଅଲି ଭୁଟ୍ଟୋଙ୍କ ସରକାରକୁ ପରାସ୍ତ କରିବାରେ ଆମେରିକାର ସିଆଇଏର ହାତ ଥିବା ଦେଖାଯାଇଛି । କାରଣ ତକôାଳୀନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଭୁଟ୍ଟୋ ତକôାଳୀନ ସୋଭିଏତ୍ ରୁଷ ସେନା ବିରୁଦ୍ଧରେ ଆଫଗାନିସ୍ତାନ ଜିହାଦୀମାନଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ନଥିଲେ ଅର୍ଥନୈତିକ ଓ ସାମରିକ ସହାୟତା ମାଧ୍ୟମରେ ଆମେରିକାର ଶାସନଗୁଡିକରେ ରାଜନୈତିକ ତଥା ସାମରିକ ହସ୍ତକ୍ଷେପର ଏକ ଦୀର୍ଘ ଇତିହାସ ରହିଛି । ଆଫଗାନିସ୍ତାନରେ ଓସାମା ବିନ୍ ଲାଦେନ ଏବଂ ଅଲ କାଏଦା ପ୍ରତିପୋଷଣ ପାଇଁ ଆମେରିକା ଦ୍ୱାରା ବିପୁଳ ଅର୍ଥରାଶି ଖର୍ଚ୍ଚ ହୋଇଥିଲା । ପରିଶେଷରେ ସୋଭିଏତ୍ ରୁଷର ପରାଜୟ ପରେ ଅଲ କାଏଦା ଓ ଓସାମା ବିନ୍ ଲାଡେନ ଆମେରିକାର ଶତ୍ରୁ ଭାବରେ ଉଭା ହୋଇଥିଲେ । ୨୦୦୧ ନଭେମ୍ବର ୯ ରେ ନୁ୍ୟୟର୍କ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ କରିଥିଲେ । ଆଫଗାନିସ୍ତାନରେ ଆମେରିକାର ସାମରିକ ହସ୍ତକ୍ଷେପ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଜାରି ରହିଥିଲା । କିନ୍ତୁ ଶେଷରେ ଆମେରିକୀୟ ସୈନ୍ୟ ପରାସ୍ତ ହୋଇ ଆଧୁନିକ ଅସ୍ତ୍ରଶସ୍ତ୍ରର ଭଣ୍ଡାର ଛାଡି ଆଫଗାନିସ୍ତାନ ଛାଡି ପଳାଇବାକୁ ପଡିଲା । ଏହାର ତୁରନ୍ତ ଲାଭ ପାଇଁ ଡେମୋକ୍ରାଟିକ୍ ଆମେରିକା ପାକିସ୍ତାନକୁ ସାମରିକ ଓ ଅର୍ଥନୈତିକ ସହାୟତା ଯୋଗାଉଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପରେ ବିଶ୍ୱ ସ୍ତରରେ ଏକ ସୁପର ପାୱାର ଭାବରେ ଉଭା ହୋଇଥିବା ଆମେରିକାକୁ କୋରିଆ, ଭିଏତନାମ ଓ ଆଫଗାନିସ୍ତାନ ଯୁଦ୍ଧରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡିଲା । କାରଣ ନବ-ସାମ୍ରାଜ୍ୟବାଦୀ ଆକାଂକ୍ଷା ହେତୁ ଆମେରିକା ଅନେକ ଦେଶରେ ରାଜନୈତିକ ଶକ୍ତିକୁ ସମର୍ଥନ କରୁଥିଲା । ଯାହା ପ୍ରାୟତଃ-ଅଣ-ଗଣତାନ୍ତ୍ରିକ ତଥା ଲୋକ ବିରୋଧୀ ଥିଲା । ଅନ୍ୟ ପକ୍ଷରେ ଅଗଣତାନ୍ତ୍ରିକ ଭାବେ ନିର୍ବାଚିତ ରାଷ୍ଟ୍ରପତି ଆଲେଣ୍ଡେଙ୍କୁ ହତ୍ୟା କରାଯାଇଥିଲା । ଯାହା ଫଳରେ ସମଗ୍ର ଦକ୍ଷିଣ ଆମେରିକୀୟ ଦେଶ ଆମେରିକାର ଶତ୍ରୁ ହେଲେ । ସୋଭିଏତ୍ ୟୁନିଅନର ବିନା ବିରୋଧରେ ଆମେରିକା ଜିହାଦୀମାନଙ୍କୁ ଶକ୍ତିଶାଳୀ କରିଥିଲା । ରୁଷକୁ ବିରୋଧ କରି ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଥିଲା । ଗଣତାନ୍ତ୍ରିକ ଭାରତକୁ ଅଯଥା ବିରୋଧ କରିବାରେ ପାକିସ୍ତାନର ସାମରିକ ଏକଛତ୍ରବାଦୀ ଶାସକଙ୍କୁ ସମର୍ଥନ ଓ ସାହାଯ୍ୟ କରିଥିଲେ । ନିଜ ରାଷ୍ଟ୍ରର ସ୍ୱାର୍ଥ ଓ ପ୍ରଭାବକୁ ବିସ୍ତାର କରିବା ସକାଶେ ବିଶ୍ୱର ଅନ୍ୟ ଦେଶରେ ଆମେରିକା ସର୍ବଦା ଏଭଳି ହସ୍ତକ୍ଷେପ କରିଆସିଛି ଯାହା ନିନ୍ଦନୀୟ କହିଲେ ଅତୁ୍ୟକ୍ତି ହେବ ନାହିଁ...!!!
ଅଧ୍ୟକ୍ଷ , ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ - ୪.
ମୋ : ୯୦୪୦ ୧୫୧୪୭୫