ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା

ଯଶସ୍ୱିନୀ ପଟ୍ଟନାୟକ :ବର୍ତ୍ତମାନ ସାରା ବିଶ୍ୱରେ ପର୍ଯ୍ୟଟନ କ୍ଷେତ୍ର ହେଉଛି ନିରନ୍ତର ଭାବେ ଅଗ୍ରସର ହେଉଥିବା ଏବଂ ଅର୍ଥନୀତିକୁ ବିକାଶ କରୁଥିବା କ୍ଷେତ୍ର । ପର୍ଯ୍ୟଟନ ବିକଶିତ ଦେଶଗୁଡ଼ିକ ପାଇଁ ଆୟର ମୁଖ୍ୟ ଉତ୍ସ ଭାବେ ଉଭା ହୋଇଛି । ପର୍ଯ୍ୟଟକ ଓ ପର୍ଯ୍ୟଟନକୁ ଯୋଡ଼ିବା, ପର୍ଯ୍ୟଟକଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୭ ତାରିଖରେ ପାଳିତ ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ । ପ୍ରତିବର୍ଷ ଏକ ନିର୍ଦ୍ଦିିଷ୍ଟ ବିଷୟ ବସ୍ତୁକୁ ନେଇ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଥାଏ । ଏଥରର ବାର୍ତ୍ତା ରହିଛି "ପର୍ଯ୍ୟଟନ ଓ ଶାନ୍ତି' । ମିଳିତ ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂସ୍ଥା ଦ୍ୱାରା ୧୯୮୦ ମସିହାରୁ ଏହି ଦିନଟି ବିଶ୍ୱ ପର୍ଯ୍ୟଟନ ଦିବସ ଭାବେ ପାଳିତ ହେଉଛି । ଏହି ଦିବସ ପାଳନର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ଆନ୍ତର୍ଜାତିକ ସମୁଦାୟ ମଧ୍ୟରେ ପର୍ଯ୍ୟଟନ ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ଏହାର ସାଂସ୍କୃତିକ, ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ମୂଲ୍ୟବୋଧକୁ ସାରା ବିଶ୍ୱରେ ଲୋକଙ୍କ ନିକଟରେ ପହଞ୍ଚାଇବା । ଏହିଦିନ ୟୁଏନ୍ଡବ୍ଲୁ୍ୟଟିଓର ଜେନେରାଲ ସେକ୍ରେଟାରୀ ସମସ୍ତ ଜନସାଧାରଣଙ୍କୁ ବିଶ୍ୱ ପର୍ଯ୍ୟଟନ ଦିବସ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଆହ୍ୱାନ ଦେଇଥାନ୍ତି । ବିଭିନ୍ନ ପର୍ଯ୍ୟଟନ ଉଦ୍ୟୋଗ, ପର୍ଯ୍ୟଟନ ସହ ସଂପୃକ୍ତ ସଂସ୍ଥା, ସରକାରୀ ଏଜେନ୍ସି ପ୍ରମୁଖ ଏହାକୁ ଆଗ୍ରହର ସହ ମଧ୍ୟ ପାଳନ କରିଥାନ୍ତି । ଏହିଦିନ ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଓ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥାଏ । ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ରିହାତିରେ ଟିକେଟ ଏବଂ ସ୍ୱତନ୍ତ୍ର ଅଫର ପ୍ରଦାନ କରାଯାଇଥାଏ ।
ଆମର ପ୍ରିୟ ଓଡ଼ିଶା ରାଜ୍ୟ ଯେ ପର୍ଯ୍ୟଟନ ଦୃଷ୍ଟିରୁ  ଅତ୍ୟନ୍ତ ଆକର୍ଷଣୀୟ, ଶାନ୍ତ ଓ ଅବର୍ଣ୍ଣନୀୟ ଏଥିରେ ସନେ୍ଦହ ନାହିଁ । ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଏହି ଓଡ଼ିଶା ଏକ ରମଣୀୟ ଭୂଖଣ୍ଡ, ଯାହା ଅନନ୍ୟ ସଂସ୍କୃତି, ସୌହାର୍ଦ୍ୟ ଏବଂ ସ୍ନେହଶୀଳ ଲୋକଙ୍କ ଏକ ଅପୂର୍ବ ସମାହାର । ୪୮୦ କିଲୋମିଟର ଦୀର୍ଘ ଉପକୂଳ, ନଭଶ୍ଚୁମ୍ବୀ ପର୍ବତମାଳା, ଶାନ୍ତ ହ୍ରଦ ଏବଂ ଚଳଚଞ୍ଚଳ ନଦନଦୀ ତଥା ବିଭିନ୍ନ ବନ୍ୟଜନ୍ତୁ ଅଭୟାରଣ୍ୟ, ସମୁଦ୍ରତଟ, ମନ୍ଦିର, ସ୍ମାରକସ୍ଥଳୀ, କଳା ଏବଂ ପର୍ବପର୍ବାଣିରେ ଭରପୁର ଓଡ଼ିଶା ସମସ୍ତଙ୍କୁ ଏହା ପ୍ରତି ଆକର୍ଷିତ କରିଥାଏ । ପର୍ଯ୍ୟଟନ ଓଡ଼ିଶାର ଅର୍ଥନୀତିକୁ ପ୍ରମୁଖ ଅବଦାନ ଦେଇଥାଏ । ଭାରତର କିଛି ସ୍ଥାନ ସ୍ୱତନ୍ତ୍ର ମାନ୍ୟତାର ଅଧିକାରୀ ଏବଂ ଓଡ଼ିଶା ଏହା ମଧ୍ୟରୁ ଗୋଟିଏ ବୋଲି ନିଶ୍ଚିତ ଭାବେ କୁହାଯାଇପାରିବ । ଭାରତର ଭାସ୍କର୍ଯ୍ୟ ଏବଂ ଜଳାତ୍ମକ ଐତିହ୍ୟର ବାସ୍ତବିକ ସଂଗ୍ରହାଳୟ ଓଡ଼ିଶାର ପର୍ଯ୍ୟଟନକ ହିଁ ବୁଝାଯାଇଥାଏ ଏବଂ କୋଣାର୍କ ଦେଦୀପ୍ୟମାନ ସୂର୍ଯ୍ୟମନ୍ଦିର, ପୁରୀସ୍ଥିତ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ମନ୍ଦିରମାଳିନୀ ସହର ଭୁବନେଶ୍ୱର ଦେଶବିଦେଶର ପଣ୍ଡିତ ଏବଂ ବିଶେଷଜ୍ଞଙ୍କ ଲାଗି ପ୍ରଥମ ପସନ୍ଦ ହୋଇଥାଏ । କ୍ରମାଗତ ବୃଦ୍ଧି ପାଇଥିବା ଅତ୍ୟାଧୁନିକ ପର୍ଯ୍ୟଟକ ଯେଉଁମାନେ ଓଡ଼ିଶା ପର୍ଯ୍ୟଟନ ପ୍ରତି ଆକର୍ଷିତ ମନ୍ଦିର, ପୁରୀ ପର୍ଯ୍ୟଟନ, ଓଡ଼ିଶା ହସ୍ତତନ୍ତ ଯାହା ସାରା ବିଶ୍ୱରେ ପ୍ରସିଦ୍ଧ ଏବଂ ପୁରୀ ଏବଂ ଗୋପାଳପୁର ସମୁଦ୍ରକୂଳ ସମ୍ପର୍କରେ କିଛି ନା କିଛି ଜ୍ଞାନ ରଖିଥାନ୍ତି ।
ବିଭିନ୍ନ ଧର୍ମ,ପନ୍ଥ, ପୁରାତନ ମନ୍ଦିର, ସ୍ଥାନୀୟ ପୁଣ୍ୟସ୍ଥଳୀ ଏବଂ ପବିତ୍ର ସ୍ଥାନରେ ପରିପୂର୍ଣ୍ଣ ଓଡ଼ିଶାରେ ବାର ମାସରେ ତେର ଯାତ୍ରା ପାଳିତ ହୋଇଥାଏ । ରାଜ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବପର୍ବାଣି ମଧ୍ୟରେ ପୁରୀ ରଥ ଯାତ୍ରା, ଚନ୍ଦନ ଯାତ୍ରା, କୋଣାର୍କ ନୃତ୍ୟ ଉତ୍ସବ ଅନ୍ୟତମ । ଓଡ଼ିଶାର ପବିତ୍ର ଭୂମିରେ ତିନିଗୋଟି ଧର୍ମ (ହିନ୍ଦୁ, ବୌଦ୍ଧ ଓ ଜୈନ)ର ବିକାଶ ଘଟିଛି ଯାହା ଖୁବ୍ ଧୁମଧାମରେ ଏହାର ଉତ୍ସବ ପାଳନ କରିଥାନ୍ତି । ଓଡ଼ିଶାର ସାଂସ୍କୃତିକ ଏବଂ ଧାର୍ମିକ ପରମ୍ପରା ଭାରତରେ ଖୁବ୍ ପ୍ରସିଦ୍ଧ ।
ଓଡ଼ିଶା ଏହାର ସୁଦୀର୍ଘ ରମଣୀୟ ସମୁଦ୍ର ତଟ ଲାଗି ପ୍ରସିଦ୍ଧ ଯାହା ଜଣକ ଅବକାଶ ଭାବକୁ ଉଦ୍ରେକ କରିଥାଏ । ସ୍ୱର୍ଣ୍ଣିମ ବାଲୁକାରେ କଅଁଳ ଖରାର ସ୍ପର୍ଶ ଜଣକୁ ଆନମନା କରିଦେଇଥାଏ । ଭାରତର ପୂର୍ବ ଉପକୂଳର ପ୍ରାଚ୍ୟ ପର୍ବତମାଳାର ବେଷ୍ଟନୀ ମଧ୍ୟରେ ଅବସ୍ଥିତ ଓଡ଼ିଶା ଦେଶର ଅନ୍ୟତମ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ମଧ୍ୟରୁ ଅନ୍ୟତମ । ପୁରୀ ଏବଂ ଚାନ୍ଦିପୁର ସମୁଦ୍ରକୂଳ ପର୍ଯ୍ୟଟକଙ୍କ ସ୍ମୃତିରେ ଚିରଦିନ ପାଇଁ ସାଇତା ହୋଇ ରହିବା ଭଳି ଅଭିଜ୍ଞତା ପ୍ରଦାନ କରିଥାନ୍ତି ।  ଓଡ଼ିଶା ଭ୍ରମଣ ପାଇଁ ଆସୁଥିବା ଦେଶବିଦେଶର ପର୍ଯ୍ୟଟକ ଏହାର ଅଦ୍ଭୁତ ବାସ୍ତୁକଳା ଏବଂ ଐତିହ୍ୟସ୍ଥଳୀର ବିସ୍ମୟକାରୀ ସୌନ୍ଦର୍ଯ୍ୟରେ ବିମୋହିତ ହୋଇଥାନ୍ତି । ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଧଉଳି ଶାନ୍ତିସ୍ତୂପ, ଖଣ୍ଡଗିରି, ଉଦୟଗିରି, ଚିଲିକା ଏବଂ ଆହୁରି ଅନେକ ବୌଦ୍ଧ ଓ ଜୈନ ପର୍ଯ୍ୟଟନସ୍ଥଳୀ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାନ୍ତି । ଅଦ୍ଭୁତ ବାସ୍ତୁକଳା ଏବଂ ଅଗଣିତ ମନ୍ଦିରରେ ପରିପୂର୍ଣ୍ଣ ଓଡ଼ିଶା ବର୍ଷସାରା ଦେଶବିଦେଶର ବିଭିନ୍ନ ସ୍ଥାନରୁ ତୀର୍ଥଯାତ୍ରୀଙ୍କୁ ଆକୃଷ୍ଟ କରିଥାଏ । ବିଶ୍ୱ ଐତିହ୍ୟ ସ୍ଥଳ କୋଣାର୍କ ସୂର୍ଯ୍ୟ ମନ୍ଦିର ବ୍ୟତୀତ ଓଡ଼ିଶା ଶ୍ରୀଜଗନ୍ନାଥଙ୍କ ଧାମ ବୋଲି ବିବେଚନା କରାଯାଇଥାଏ । ଖ୍ରୀଷ୍ଟପୂର୍ବ ୨୦୦୦ ପୂର୍ବର ଗୌରବମୟ ଇତିହାସ ସହିତ ଜଡ଼ିତ ଓଡ଼ିଶା ରଥଯାତ୍ରା ସମୟରେ ଦେଶବିଦେଶରୁ ଲକ୍ଷାଧିକ ଯାତ୍ରା ପୁରୀରେ ରୁଣ୍ଡ ହୋଇଥାନ୍ତି । ଏଥି ସହିତ ଦେଦୀପ୍ୟମାନ ଲିଙ୍ଗରାଜ ମନ୍ଦିର ଓ ଏବଂ ସୁନ୍ଦର କାରୁକାର୍ଯ୍ୟରେ ଖୋଦିତ ମୁକ୍ତେଶ୍ୱର ମନ୍ଦିରକୁ ଦେଖିବା ପାଇଁ ଲକ୍ଷାଧିକ ତୀର୍ଥଯାତ୍ରୀ ମଧ୍ୟ ଆସିଥାନ୍ତି । ହିନ୍ଦୁ, ଜୈନ ଏବଂ ବୌଦ୍ଧ ଧର୍ମାବଲମ୍ବୀଙ୍କ ଲାଗି ପବିତ୍ର ସ୍ଥଳୀ ଭାବେ ପରିଚିତ ଓଡ଼ିଶା ତୀର୍ଥଯାତ୍ରୀଙ୍କ ଲାଗି ପରମ କେନ୍ଦ୍ରସ୍ଥଳ । ପ୍ରକୃତିପ୍ରେମୀଙ୍କ ଅନ୍ତିମ ଲକ୍ଷ୍ୟସ୍ଥଳୀ ଭାବେ ମଧ୍ୟ ଓଡ଼ିଶା ଦୁଃସାହସିକ ବନ୍ୟଜନ୍ତୁ ଭ୍ରମଣ ଲାଗି ସୁଯୋଗ ପ୍ରଦାନ କରିଥାଏ । ଭାରତରେ ବନ୍ୟ ଉଦ୍ୟାନ ଏବଂ ଅଭୟାରଣ୍ୟ ପାଇଁ ପ୍ରସିଦ୍ଧ ଓଡ଼ିଶା ଅଗଣିତ ବିରଳ ବନସ୍ପତି ଏବଂ ଜୀବଜନ୍ତୁ ପ୍ରଜାତିର ଆଶ୍ରୟସ୍ଥଳୀ । ସବୁଠୁ ଗହନ ଜଙ୍ଗଲ ଏବଂ ନାଲି ରେଶମ ପଶମ ଶାଢ଼ି, ବନ୍ୟ ଉଦ୍ୟାନର ଅଧିକାରୀ ଓଡ଼ିଶା ଏସୀୟ ସିଂହର ଜନ୍ମସ୍ଥଳୀ ଭାବେ ନିଜକୁ ପ୍ରମାଣିତ କରିସାରିଛି । ଓଡ଼ିଶାରେ ୬୬୧୧.୧୨ ବର୍ଗକିଲୋମିଟର ପରିମିତ ସଂରକ୍ଷିତ ଅଞ୍ଚଳ ନେଟୱାର୍କରେ ୧୮ଗୋଟି ଅଭୟାରଣ୍ୟ, ଏକ ଜାତୀୟ ଉଦ୍ୟାନ ଏବଂ ଗୋଟିଏ ପ୍ରସ୍ତାବିତ ଜାତୀୟ ପାର୍କ ଅବସ୍ଥିତ । ଏହି ବନ୍ୟ ଉଦ୍ୟାନଗୁଡ଼ିକ ରାଜ୍ୟର ୪.୨୫ ଭୌଗୋଳିକ ଅଞ୍ଚଳ ଏବଂ ୧୧.୩୭ ବନାଞ୍ଚଳକୁ ନେଇ ଗଠିତ । ଏଥିସହିତ ଓଡ଼ିଶାର ଅତୁଳନୀୟ କଳା ସଂସ୍କୃତି ଓ ପରମ୍ପରା ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ପ୍ରତିବର୍ଷ ରାଜ୍ୟକୁ ସେମାନଙ୍କୁ ରାଜ୍ୟକୁ ଟାଣି ଆଣିଥାଏ । 
କଟକ
 ଇ-ମେଲ : ହବଗ୍ଦବଗ୍ଦଙ୍ଗସଦ୍ଭସକ୍ଟ୍ରବଗ୍ଧଗ୍ଧବଦ୍ଭବସଳ୭୮ଅଶଜ୍ଞବସକ୍ଷ.ମକ୍ଟଜ୍ଞ