ପରିବର୍ତ୍ତିତ ନିର୍ବାଚନୀ ପ୍ରଚାର ଶୈଳୀ

ପୂର୍ବପରି ନିର୍ବାଚନ ପ୍ରଚାର ସେମିତି ଆଉ ନାହିଁ । ସବୁକ୍ଷେତ୍ର ଆଉ ସବୁ ଢ଼ଙ୍ଗରେ ଏହା ବ୍ୟତିକ୍ରମ ଓ ପରିବର୍ତ୍ତନ ଦେଖାଗଲାଣି । ପାରମ୍ପରିକ ପ୍ରଚାର ଠାରୁ ଢ଼େର ଆଗେଇ ଗାଁ ଗାଁ ବୁଲି କର୍ମୀମାନେ ଜିନ୍ଦାବାଦ ପକାଇବା ବଦଳରେ ସୋସିଆଲ ମିଡ଼ିଆରେ ମୋବାଇଲ ନେତା ମାନଙ୍କ ପ୍ରଚାରକୁ ସବୁକିଛି ଦେଖାଇ ପାରୁଛି । ଆଉ ବଡ଼ କଥା ହେଉଛି ୟୁଟୁ୍ୟବ, ଇନଷ୍ଟାଗ୍ରାମ, ଫେସବୁକ୍, ଏକ୍ସରେ ଯିଏ ଦଳର ପ୍ରଚାରକୁ ଭଲ ରୋଚକ ଆଉ ଅଧିକ ଲାଇକିଂ ମାନ୍ୟତାରେ ରଖି ପାରୁଛି ଦଳ ତାଙ୍କୁ ସାବାସି ଦେବା ସହ ପୁରସ୍କୃତ ବି କରୁଛି ଏବଂ କେତେକ କ୍ଷେତ୍ରରେ ଦଳ ସେମାନଙ୍କୁ ଅନେକ କ୍ଷେତ୍ରରେ ଥଇଥାନ କରିଥାଏ । ଚଳିତ ଭୋଟ ଯୁଦ୍ଧରେ ସୋସିଆଲ ମିଡ଼ିଆ ୱାର ବଡ଼ ଭୂମିକା ନେବାକୁ ଯାଉଛି ।
ଦିନଥିଲା ସାଇକେଲ ବା କୌଣସି ଗାଡ଼ିରେ ସିଡି ଟଙ୍ଗାଇ ଗାଁ ଗଣ୍ଡା ଚତୁର୍ଦିଗ ବୁଲି କାନ୍ଥ ବାଡ଼ରେ ପୋଷ୍ଟର ଲଗାଯାଉଥିଲା । ବ୍ୟାନର ମଧ୍ୟ ଛାଇ ହୋଇଯାଉଥିଲା ତେବେ ଏବେ ଡିଜିଟାଲ ପ୍ରଚାର ଯୁଗରେ ସୋସିଆଲ ମିଡ଼ିଆ ସବୁକିଛି ବେଶ ସହଜ ଭାବେ ଲୋକମାନଙ୍କ ହାତ ପାହାନ୍ତାରେ ପହଞ୍ଚô ଯାଉଛି । ସମ୍ବାଦପତ୍ର, ଟିଭି ରେଡ଼ିଓ ସାଙ୍ଗକୁ ସୋସିଆଲ ମିଡ଼ିଆ ଉପରେ ମଧ୍ୟ ନେତାଙ୍କୁ ଭରଷା ରଖିବାକୁ ପଡ଼ୁଛି । ଆଉ ଏହି ସୋସିଆଲ ମିଡ଼ିଆରେ ନେତାମାନେ ପ୍ରଚାରରେ ସକାଳୁ ବିଳମ୍ବିତ ରାତି ଯାଏ କ’ଣ ପ୍ରଚାର କୌଶଳ ରଖୁଛନ୍ତି? କାର୍ଯ୍ୟକ୍ରମ କ’ଣ? କୁଆଡ଼େ ଓ କାହିଁକି ଯାଉଛନ୍ତି? କାହାକୁ ଭେଟୁଛନ୍ତି? ସବୁକିଛି ସୋସିଆଲ ମିଡ଼ିଆରେ ଅପଲୋଡ ହେଉଛି ଏଥିପାଇଁ କାର୍ଯ୍ୟଦକ୍ଷ ଟେକ୍ନୋଲୋଜି ସୋସିଆଲ ସାଇଟର ଉଚ୍ଚ ତାଲିମ ପ୍ରାପ୍ତ ଯୁବ ବର୍ଗ ମଧ୍ୟ ଏହି ଦାୟିତ୍ୱରେ ରହିଛନ୍ତି । ୟୁଟୁ୍ୟବ ଓ ଫେସବୁକରେ ଲାଇଭ ଭିଡ଼ିଓ ଦ୍ୱାରା ନିଜର ପ୍ରଭାବୀ ପ୍ରଦନର୍ଶନ ରଖିପାରୁଛନ୍ତି । ଓଡ଼ିଶା ବାଦ ରାଜ୍ୟ ବାହାରରେ କିଛି ଏଜେନ୍ସିକୁ ମଧ୍ୟ ଏହି ଦାୟିତ୍ୱ ଦିଆଯାଇଛି । ଏହା ବ୍ୟତୀତ କିଛି ନେତା ନିଜର ଜଣେ ଜଣେ ସୋସିଆଲ ମିଡ଼ିଆ ହ୍ୟାଣ୍ଡଲକ ବା ସ୍ୱତନ୍ତ୍ର ପ୍ରତିନିଧି ନିୟୋଜିତ କରିଛନ୍ତି । ଏହି ସୋସିଆଲ ମିଡ଼ିଆ ପ୍ରଚାରରେ ସାମ୍ପ୍ରତିକ ରାଜନୈତିକ ଘଟଣା ପ୍ରବାହ, ବିଶ୍ୱ ଓ ଦେଶର ନିର୍ବାଚନ ପାଣିପାଗର ଘଟଣା, ସବୁ ଖବର କାଗଜର ଅପଟୁଡେଟ ଟିକିନିଖି ସବୁକିଛି ତଥ୍ୟ ଉପରେ ଅଭିଜ୍ଞତା ଥିବା ଲେଖକ, ଭିଜୁଆଲ ଏଡ଼ିଟର, କ୍ୟାମେରା ଟିମ, ଗ୍ରାଫିକ୍ସ ଡିଜାଇନର, ଟେକ୍ନିକାଲ ଏକ୍ସପର୍ଟ ଓ ସହାୟକ ମାନଙ୍କୁ ରଖୁଛନ୍ତି । ଏ ବୃତ୍ତି ପାଇଁ ସମୟ ଦେଉଥିବା ଟିମ ମାନଙ୍କୁ ମଧ୍ୟ ଭଲ ବେତନ ମିଳୁଛି ।
ଦିନକୁ ଦିନ ହାତ ପାହାନ୍ତାରେ ସ୍ୱଳ୍ପ ମୂଲ୍ୟର ଆଣ୍ଡ୍ରଏଡ଼ ବ୍ୟବସ୍ଥା ଥିବା ମୋବାଇଲ େ‘ାନ ରହିଥିବାରୁ ନେତାମାନେ ପୂର୍ବପରି ରାତି ପାହିଲେ କାଗଜ ଖେଳାଇ ଆମ ବିଷୟରେ କ’ଣ କିଏ ଲେଖିଛି ତାହା ଦେଖିବାରୁ ଆଉ ଯୁଗ ନାହିଁ । ରାଜ୍ୟରେ ଏବେ ସୋସିଆଲ ମିଡ଼ିଆର ପ୍ରାଧାନ୍ୟ ବୃଦ୍ଧି ପାଉଥିବାରୁ ଲୋକ ଏହା ମାଧ୍ୟମରେ ଅନେକ ତଥ୍ୟ ଓ ସୂଚନା ପାଇପାରୁଛନ୍ତି । ଲୋକମାନେ ମଧ୍ୟ ଖବରକାଗଜର ଶିରୋନାମା ବ୍ୟତୀତ ଟିଭିର ସ୍କ୍ରଲିଂ ଓ ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ ଓ ୟୁଟୁ୍ୟବରୁ ଅଧିକରୁ ଅଧିକ ଖବର ସଂଗ୍ରହ କରୁଛନ୍ତି । ସେହିପରି ବିଭିନ୍ନ ଛକ ଯାଗାରେ ଏଲଇଟି ଲାଇଟ ଖଞ୍ଜା ଯାଇ ବିଭିନ୍ନ ସରକାରୀ ବିଜ୍ଞାପନ ଓ ଯୋଜନା ସମ୍ପର୍କରେ ପ୍ରଚାର ପ୍ରସାର କରିବା ଦେଖିବାକୁ ମିଳୁଛି । ଶୋଭାଯାତ୍ରା, ସଭା ସମାବେଶ ଓ ସମ୍ମିଳନୀର ଖବର ଲୋକେ ଖବର କାଗଜରୁ ଦେଖୁଥିଲେ ବି ଟିଭିରେ କିନ୍ତୁ ପ୍ରାଇମ ଟାଇମ ବୁଲେଟିନରେ ନଜର ପକାଇବାକୁ ଭୁଲୁନାହାଁନ୍ତି । ସୋସିଆଲ ମିଡ଼ିଆରେ ପ୍ରାର୍ଥୀ ଦଳର ବଡ଼ ଚେହେରା ଓ ପ୍ରବକ୍ତାମାନେ ନିଜ କଥା ମନ ଖୋଲି କହି ପାରିବା ସହ ନିଜ ନିଜ ଦଳର ବିଜ୍ଞାପନ ଚୁମ୍ବକରେ ଏହି ଫେସବୁକ ଓ ଟ୍ୱିଟରରେ ଛାଡ଼ୁଛନ୍ତି । ଲୋକଙ୍କ ମାନସ ପଟ୍ଟରେ ୟୁଟୁ୍ୟବ ଚ୍ୟାନେଲ, ଫେସବୁକ ଓ ଇନଷ୍ଟାରେ ବେଶି ନିର୍ବାଚନ ସମ୍ପର୍କିତ ଖବର ପାଇବା ପାଇଁ ଆଗ୍ରହ ବଢ଼ୁଛି । ସୋସିଆଲ ମିଡ଼ିଆରେ ମିଡ଼ିଆ ହ୍ୟାଣ୍ଡଲରମାନେ ନିଜ ଦଳର ପ୍ରଚାର ସହ ବିପକ୍ଷ ଦଳକୁ ସୋସିଆଲ ମିଡ଼ିଆରେ କାଉଣ୍ଟର ଆଟାକ କରିବାକୁ ପଛାଉ ନାହାଁନ୍ତି । ପ୍ରାୟ ସବୁ ଦଳର ଡିଜିଟାଲ ସେଲ ରହିଛି । ସେହିପରି ପ୍ରତି ଦଳ ଲୋକମାନଙ୍କୁ ସେମାନଙ୍କ ସୂଚନା ଓ ଦଳୀୟ ବାର୍ତ୍ତା ତଥା ପ୍ରାର୍ଥୀଙ୍କ ଯୋଗ୍ୟତା ଓ ପ୍ରଚାର କୌଶଳ ସବୁକିଛିକୁ ଗ୍ରାଫିକ୍ସ ଡିଜାଇନ କରାଇ ତକ୍ରାଳ ଅପଲୋଡ କରୁଛନ୍ତି । ଭିଡ଼ିଓ, ରିଲିସ୍ ଆଦି ଏଡ଼ିଟିଂ କରି କର୍ମୀ ମାନଙ୍କ ପାଖରେ ମଧ୍ୟ ପହଞ୍ଚô ପାରୁଛନ୍ତି । ପ୍ରାୟତଃ ପ୍ରତି ପଞ୍ଚାୟତ ଆଉ ପ୍ରତି ଗାଁରେ ହ୍ୱାଟସପ୍ ଗ୍ରୁପକରି ଫୋନ କଲ ଓ ମେସେଜ ଦ୍ୱାରା ଗ୍ରହଣଯୋଗ୍ୟ ବାର୍ତ୍ତା ଓ ଆବେଦନ ଖୁବ ସହଜରେ ପହଞ୍ଚô ପାରୁଛି । ଯାହାଦ୍ୱାରା ଛପା ଗଣମାଧ୍ୟମ ଏ କ୍ଷେତ୍ରରେ ଅନେକ ପଛେଇ ଯାଉଛି । ତେବେ ଗଳଦଘର୍ମ ପରିଶ୍ରମକରି ପ୍ରଚାର ସମସ୍ତଙ୍କୁ ଶୁଭ ‘ଳଦେଉ ଆଉ ନିର୍ବାଚନ ବୈତରଣୀରେ ସହଜରେ ପାର ହୋଇ ବିଜୟୀ ହୁଅନ୍ତୁ ଏହା ହିଁ ଶୁଭ କାମନା ।
ବିପିନ ବିହାରୀ ରାଉତ, କଟକ