ଆରମ୍ଭରୁ ହଟ୍ଟଗୋଳ, ୧୨ଟା ୯ ଯାଏ ଗୃହ ମୁଲତବୀ

ଆରମ୍ଭରୁ ହଟ୍ଟଗୋଳ, ୧୨ଟା ୯ ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ସୋମବାର ରାଜ୍ୟ ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ  ଗୃହ ବାହାରେ ଧାରଣା ଦେଇଥିଲେ କଂଗ୍ରେସ ବିଧାୟକମାନେ । ପରେ ଗୃହ ମଧ୍ୟକୁ ଆସି ରାଜ୍ୟରେ ମହିଳାଙ୍କୁ ନିର୍ଯାତନା ଓ ଅତ୍ୟାଚାର ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବାର ଅଭିଯୋଗ ଆଣି ହୋହାଲ୍ଲା ଆରମ୍ଭ କରିଥିଲେ । ଏପଟେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ବିଜେଡି ବିଧାୟକମାନେ ବିଧାନସଭାରେ ହଟ୍ଟଗୋଳ କରିଥିଲେ  । ତେଣୁ ଦିନ ୧୨ଟା ୯ ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ  ।  

ବିଧାନସଭାରେ ଆଜି ଦିବଙ୍ଗତ ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ବିୟୋଗରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶୋକ ପ୍ରସ୍ତାବ ଆଣିଥିଲେ ଯାହାକୁ  ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମର୍ଥନ କରିଥିଲେ ।