ଆସ ବହିଟିଏ କିଣିବା ଅଭିଯାନ

 ପୁରୀ : ଓଡ଼ିଆ ପକ୍ଷ ପାଳନର ୯ମ ଦିବସରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଆସ ବହିଟିଏ କିଣିବା ଅଭିଯାନ । ଅତିରିକ୍ତ ଜିଲ୍ଳାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଳାପାଲ ପ୍ରୋଟୋକଲ ନୀଳମାଧବ ଭୋଇ, ଅତିରିକ୍ତ ଉପ ଜିଲ୍ଳାପାଳ ନୀଳମାଧବ ମାଝୀ, ଡ଼େପୁଟି କଲେକ୍ଟର ପ୍ରିୟଦର୍ଶନ ମଲ୍ଲିକ, ସୂଚନା ଓ ଲୋକସଂପର୍କ ଉପନିଦେ୍ର୍ଦଶକ ସନ୍ତୋଷ କୁମାର ସେଠୀ, ପର୍ଯ୍ୟଟନ ସହକାରୀ ନିଦେ୍ର୍ଦଶକ ସରୋଜ କାନ୍ତ ପ୍ରଧାନ, ସହକାରୀ ଜିଲ୍ଳାପାଳ ତନ୍ମୟ କୁମାର ଦାସ, ଜିଲ୍ଳା ଶିଶୁସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ, ଜିଲ୍ଳା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଅନ୍ୟାନ୍ୟ କର୍ମଚାରୀମାନେ ବହିଟିଏ କିଣିଆ ଅଭିଯାନରେ ସାମିଲ ହୋଇଥିଲେ ।