‘ଆସ ସ୍କୁଲ ଯିବା’ ଅଭିଯାନ
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅମୃତ ମଣୋହି ପଞ୍ଚାୟତ ସିଦ୍ଧବାଲି ସିଦ୍ଧ କଖାରୁଖିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ଆସ ସ୍କୁଲ ଯିବା’ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ସନ୍ତୋଷ କୁମାର ମଲିକ, ସହକାରୀ ଶିକ୍ଷକ ଅମର ବେହେରା, ଶ୍ରୀକାନ୍ତ କୁମାର ମଲିକ, ହେମଲତା ଆଚାର୍ଯ୍ୟ, ନମିତା ସେନାପତି, ମାମାଲିସା ପରିଡା, ମିହିର କୁମାର ଜେନା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଏହି ଅଭିଯାନ ରେ ସାମିଲ ହୋଇ ସ୍କୁଲ ପରିସରରୁ ଏକ ଶୋଭାଯାତ୍ରାରେ ‘ଆମ ଭବିଷ୍ୟତ ଆମରି ହାତେ, ସ୍କୁଲ ଯିବା ଆସ ଆମେ ସମସ୍ତେ’, ‘କହି କହି ଆମେ ଯାଉଛୁ ଭାଇ, ଅଧାରୁ ପାଠ କେବେ ଛାଡିବା ନାହିଁ’, ‘ବାପା ମା ସବୁ କଥାଟି ଶୁଣ, ବିଦ୍ୟାଳୟକୁ ତୁମ ପିଲାକୁ ଆଣ’ ଆଦି ସ୍ଲୋଗାନ ଦେଇ ଅଧାରୁ ପାଠ ପଢା ଛାଡିଥିବା ଓ ସ୍କୁଲ ଆୌ ଯାଉନଥିବା ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସଚେତନ କରିଥିଲେ ।