ଡ୍ରାଇଭର ଆନେ୍ଦାଳନରେ ଚାଲିଗଲା ନିରୀହ ଜୀବନ


କାକଟପୁର : ବିଭିନ୍ନ ଦାବି ନେଇ ଡ୍ରାଇଭର ସଂଘ ପକ୍ଷରୁ ଅଖ ଚକ ବନ୍ଦ ଆନେ୍ଦାଳନ କରାଯାଇଥିଲା । ଯାହା ଫଳରେ ଟ୍ରକ୍, ବସ୍, କାର, ଅଟୋ ବନ୍ଦ ଥିଲା । କିଏ ଜାଣେ କେତେବେଳେ କିଏ ଆରପାରିକୁ ଚାଲିଯିବ । ମିଳିଥିବା ସୂଚନା ମୁତାବକ କାକଟପୁର ବ୍ଲକ କୁଣ୍ଡେଇ ପଞ୍ଚାୟତ ଅଧୀନ କୃଷ୍ଣ ନଗର ପାଟଣା ବାଜପୁର ଗ୍ରାମର କବି ବେହେରାଙ୍କ ପୁତ୍ର ରାଜକିଶୋର ବେହେରା (୪୮ବର୍ଷ) ଦୀର୍ଘ ଦିନ ହେବ କିଡ଼ନୀ ଖରାପ ଯୋଗୁଁ ଡାଇଲୋସିସ ଯୋଗେ ଅସୁସ୍ଥ ଥିଲେ । ମାତ୍ର ଆଜି ତାଙ୍କ ଡାଇଲୋସିସ କରିବାର ଥିଲା ଅର୍ଥ ଅଭାବରୁ ସେ ମେଡିକାଲକୁ ବସରେ ଯିବା ଆସିବା କରନ୍ତି ମାତ୍ର ଆଜି ଡ୍ରାଇଭର ଆନେ୍ଦାଳନ ଯୋଗୁଁ କୌଣସି ଗାଡିର ବ୍ୟବସ୍ଥା ହୋଇପାରିଲା ନାହିଁ । ଶେଷରେ ଅକାଳରେ ଆରପାରିକୁ ଚାଲିଗଲେ ରାଜକିଶୋର ବେହେରା । ଅଭାବୀ ପରିବାରରେ ରୋଗଣୀ ମା ସହ ସ୍ତ୍ରୀ ହୃଦ ରୋଗରେ ଆକ୍ରାନ୍ତ ହୋଇ ଚିକିସôା ହେଉଛନ୍ତି ଏକମାତ୍ର ନାବାଳିକା କନ୍ୟା ଅଛନ୍ତି । ଡ୍ରାଇଭରଙ୍କ ଆନେ୍ଦାଳନ ଯୋଗୁଁ ସବୁଦିନ ପାଇଁ ଆଖିବୁଜିଛନ୍ତି ସେ ତାଙ୍କ ପରିବାରରେ ସେ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ  । ଶୋକସନ୍ତପ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ସମାଜସେବୀ ପ୍ରମୋଦ ଦାସଙ୍କ ସମେତ ଗ୍ରାମବାସୀ  ।