ଆବାସ କାର୍ଯ୍ୟାଦେଶ ବିଳମ୍ବ ନେଇ ଜନଅସନ୍ତୋଷ
ଖଣ୍ଡପଡ଼ା : ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ପ୍ରଦାନରେ ଅହେତୁକ ବିଳମ୍ବକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏନଏସି କର୍ତ୍ତୃପକ୍ଷ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ନିମନ୍ତେ ଦିନ ପରେ ଦିନ ଗଡେଇ ଚାଲିଥିବା ବେଳେ କାର୍ଯ୍ୟାଦେଶ ପାଇବା ନିମନ୍ତେ ଆଶା ରଖିଥିବା ପ୍ରତ୍ୟେକ ୱାର୍ଡର ହିତାଧିକାରୀମାନେ ଚାତକ ପରି ଚାହିଁ ରହିଥିବା ଜଣାପଡିଛି । ସହରର ବିଭିନ୍ନ ୱାର୍ଡରେ ଝାଟିମାଟି ଓ କଚ୍ଚା ଘରେ ବାସ କରୁଥିବା ପରିବାରବର୍ଗ ଏବେ ବର୍ଷାଦିନ ଯୋଗୁଁ ଅକଥନୀୟ ଦୁର୍ଦ୍ଧଶାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ପରିବାରଗୁଡିକୁ ତୁରନ୍ତ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦିଆଗଲେ ସେମାନେ ବିଶେଷ ଭାବେ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ଆଲୋଚନା ହେଉଛି ।