ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ କାର୍ଡ ବଣ୍ଟନ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ବିରୋଳି, ରହଣିଆ, ମଞ୍ଜୁରୀରୋଡ, ବାରିକପୁର, ଜଗନ୍ନାଥପ୍ରସାଦ ଓ ମଞ୍ଜୁରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଏକକ କାର୍ଡ ବିତରଣ ଉସôବ ଅନୁଷ୍ଠିତ ହୋଇଯାଇଛି । ଏକକ କାର୍ଡ ମଧ୍ୟରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଅନ୍ତର୍ଭୁକ୍ତ । ବିରୋଳିରେ ବିଡିଓ ଦେବଦତ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଏଥିନେଇ ଅନୁଷ୍ଠିତ ଉସôବରେ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର କମଳାକାନ୍ତ ସ୍ୱାଇଁ, ଡାକ୍ତର ତପନ କୁମାର ବେହୁରିଆ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ସରପଞ୍ଚ ପରମାନନ୍ଦ ନାୟକ, ସମିତି ସଭ୍ୟା ମାମିଲତା ଜେନା, ମାଳଦା ପାକ୍ସ ସଭାପତି ମୁକୁନ୍ଦ ମଲ୍ଲିକ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ସମାଜସେବୀ ଗିରିଶ ସାମଲ, ନିରଞ୍ଜନ ପୁହାଣ, ସ୍ୱାସ୍ଥ୍ୟ ସୁପରଭାଇଜର ମନୋରଞ୍ଜନ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ରହଣିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ ଡାକ୍ତର ଦେବଦତ୍ତ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଉସôବରେ ଫାର୍ମାଶିଷ୍ଟ ଶୁଭ୍ରକାନ୍ତ ପଣ୍ଡା, ସମିତି ସଭ୍ୟା ସୁପ୍ରିୟା ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସେହିପରି ବାରିକପୁରରେ ସରପଞ୍ଚ କାଞ୍ଚନବାଳା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ ଡାକ୍ତର ଦେବଦତ୍ତ ବିଶ୍ୱାଳ, ଡାକ୍ତର ରଶ୍ମିରଞ୍ଜନ ସେନାପତି ଅତିଥି ଭାବେ ଯୋଗଦେଇଥିବା ବେଳେ ମଞ୍ଜୁରୀରୋଡରେ ବ୍ଲକ ସହକାରୀ ଯନ୍ତ୍ରୀ ହୃଦାନନ୍ଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ ଡାକ୍ତର ରଶ୍ମିରଞ୍ଜନ ସାହୁ ଓ ଡାକ୍ତର ଦେବାଶିଷ ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଡ ବିତରଣ କରିଥିଲେ । ସମସ୍ତ ଉସôବରେ ଆଶା, ଅଙ୍ଗନୱାଡି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଯୋଗଦେଇଥିଲେ । ଏଥିପାଇଁ ଆଜି ମେଡିକାଲ ପରିସରରୁ  ଆୟୁଷ୍ମାନ ସଚେତନତା ରଥ ପରିକ୍ରମା ଅଧିକ୍ଷକ ଡାକ୍ତର ସ୍ୱାଇଁ ଶୁଭାରମ୍ଭ କରିଥିଲେ ।
କେନ୍ଦୁଝର: ଆଜି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ କେନ୍ଦୁଝର ଅଡ଼ିଟୋରିୟମଠାରେ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ  ଗଣେଶରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ରାଜ୍ୟ ସରକାର ସଦା ସର୍ବଦା ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଦାୟିତ୍ୱବାନ ଅଟନ୍ତି । ଏହି ଯୋଜନା ଲାଗୁ ହେବା ପରେ ରାଜ୍ୟର ସ୍ୱାସ୍ଥ୍ୟ ସେବା ଆଉ ପାଦେ ଆଗକୁ ଯାଇପାରିବ ଓ ଲୋକ ବିନା ଖର୍ଚ୍ଚାନ୍ତରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇ ପାରିବେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଜିଲ୍ଲାରେ ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଏହି ବ୍ୟକ୍ତିବିଶେଷ ମାନଙ୍କୁ ଏହି ଏକକ କାର୍ଡ ତାଙ୍କୁ ସେମାନଙ୍କ ଘରେ ନେଇ ଦିଆଯିବ । ତେଣୁ କେହି ବ୍ୟସ୍ତ ନହେବା ପାଇଁ ସେ ଉପଦେଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ବିଧାୟକ ଚମ୍ପୁଆ ସନାତନ ମହାକୁଡ଼ ଯୋଗ ଦେଇ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କିଭଳି ସଫଳ ଓ ସୁଚାରୁ ରୂପେ ପ୍ରଣୟନ କରାଯିବ ସେ ଦିଗରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ  ।
ସୂଚନାଯୋଗ୍ୟ ଏହି କାର୍ଯ୍ୟକ୍ରମ ଜିଲ୍ଲାର ୬୫ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୪ ଗୋଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅର୍ଥାତ ସମୁଦାୟ ୬୯ ଟି ସ୍ଥାନରେ ଅନୁଷ୍ଠିତ ହେଇଛି । ଜିଲ୍ଲାସ୍ତର କାର୍ଯ୍ୟକ୍ରମରେ ୩୦୦୦ରୁ ଉର୍ଦ୍ଧ୍ୱ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହେଇଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରେ ଅନୁଷ୍ଠିତ ହେଇଥିବା ପ୍ରତ୍ୟେକ କାର୍ଯ୍ୟକ୍ରମରେ ମଧ୍ୟ ଏକ ହଜାରରୁ ଅଧିକ ଲୋକ ଯୋଡି ହେଇଥିଲେ । ଏହି ଯୋଜନା ମାଧ୍ୟମରେ କେନ୍ଦୁଝର ଜିଲ୍ଲାରେ ୧୫ ଲକ୍ଷରୁ ଉର୍ଦ୍ଧ ଜନସାଧାରଣଙ୍କୁ କାର୍ଡ ବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୪୭୫୮୬  କାର୍ଡ ପହଞ୍ଚିଛି । ପର୍ଯ୍ୟାୟ କ୍ରମେ ବଳକା କାର୍ଡ ଉପଲବ୍ଧ ହେବ । ସାଧାରଣ ଜନ ସେବା କେନ୍ଦ୍ର ଗୁଡିକ ସମ୍ପୃକ୍ତ ଅଂଚଳର ଆଶାକର୍ମୀ/ ବହୁମୁଖୀ ଜନସ୍ୱାସ୍ଥ୍ୟ କର୍ମୀମାନଙ୍କ ସହାୟତାରେ ଗ୍ରାମ ସ୍ତରରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ । କେନ୍ଦୁଝର ଜିଲ୍ଲାରେ ୧୦ଟି ଘରୋଇ ହସ୍ପିଟାଲ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା - ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ( ଏ. ବି. ପିଏମ. ଜେ. ଏ. ୱାଇ - ଜି. ଜେ. ଏ. ୱାଇ ) ଯୋଜନାରେ ଅନୁବନ୍ଧିତ ଅଛନ୍ତି ।  ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟ ସ୍ତରରେ ଏକ କଲ୍ ସେଣ୍ଟର କରାଯାଇଛି ଯାହାର ନମ୍ବର ୦୬୭୪-୨୬୨୦୫୦୦ ଅଟେ । ଏହି ଯୋଜନାକୁ ନେଇ କିଛି ଅସୁବିଧା କିମ୍ବା ଆଶଙ୍କା ଉପୁଜିଲେ ଏହି ନମ୍ବରରେ କଲ କରିବାକୁ ଅନୁରୋଧ କରାଯାଇଛି । ଏହି ଯୋଜନାକୁ ଲୋକଙ୍କ ନିକଟକୁ ପହଞ୍ଚେଇବା ପାଇଁ ଜିଲ୍ଲାରେ ସଚେତନତା ରଥ ବୁଲିବ ଓ ଯୋଜନା ସମ୍ପର୍କିତ  ସମସ୍ତ ବିଷୟରେ ଲୋକଙ୍କୁ ସଚେତନ କରାଇବ । ଏହାସହିତ ଲିଫଲେଟ, ପୋଷ୍ଟର, ବ୍ୟାନର  ଲଗାଯିବ ଏବଂ ପଂଚାୟତ ସ୍ତରରେ ଲୋକଙ୍କୁ ଏ ସଂକ୍ରାନ୍ତରେ ସଚେତନ କରାଯିବ । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପରେ କଟକ ସ୍ଥିତ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ ପ୍ରସାରଣ କରାଯାଇଥିଲା । ଜିଲ୍ଲାର କିଛି ହିତାଧିକାରୀ ମାନଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଥିଲା  ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଶାଲ ସିଂହ, ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, ଜିଲ୍ଲା ମୁଖ୍ୟ ଚିକିସôା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ କିଶୋର କୁମାର ପୃଷ୍ଟିଙ୍କ ସମେତ ସହରର ବୁଦ୍ଧିଜୀବୀ, ସାମ୍ବାଦିକ ବନ୍ଧୁଗଣ, ଯୋଜନାର ହିତାଧିକାରୀ ଓ ପ୍ରଶାସନକି ଅଧିକାରୀଗଣ ଉପସ୍ଥିତ ରହିଥିଲେ ।
ଚମ୍ପୁଆ: ଆଜି ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନାର କଟକରେ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି.ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ବରିଷ୍ଠ ମନ୍ତ୍ରୀଗଣ ଏବଂ ଓଡିଶାର ଉପ-ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଉପସ୍ଥିତ ଥିଲେ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ୬ଟି ପଞ୍ଚାୟତରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କାଳିଆ ପ୍ରସାଦ ପଞ୍ଚାୟତରେ ଚମ୍ପୁଆ ବିଡିଓ ସ୍ମୃତି ରଞ୍ଜନ ସାହୁ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ଜେଇ, ପିଇଓ, ସରପଞ୍ଚ ମାନଙ୍କ ଉପସ୍ଥିତିରେ ଆଜି ୨୫ଜଣଙ୍କୁ ଏହି ଯୋଜନାରେ ସାମିଲ କରାଯାଇ କାର୍ଡ ବଣ୍ଟନ କରାଯାଇଥିଲା । ସେହିପରି ଜ୍ୟୋତି ପୁର, ଭୂଇଁପୁର , କରଞ୍ଜିଆ,ରିମୁଳି, କାଳିକା ପ୍ରସାଦ ଓ କୋଦଗାଡିଆ ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ୍ୟ ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଥିଲା । ଆଜି ପ୍ରତି ପଞ୍ଚାୟତରେ ୨୫ ଜଣ ଲେଖାଏଁ ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଛି । ଆସନ୍ତା କାଲି ଠାରୁ ଆଶାକର୍ମୀମାନେ ଘରକୁ ଘର ବୁଲି ଏହି କାର୍ଡ ବଣ୍ଟନ କରିବେ । ୭୦ ବର୍ଷରୁ କମ୍ ବ୍ୟକ୍ତି ବିଶେଷ ଭାବେ ପାଇବେ ଏହି କାର୍ଡ  । ଯେଉଁ ମାନେ ପୂର୍ବ ସ୍ୱାସ୍ଥ୍ୟ ସୀମାରେ ଅନ୍ତର୍ଭୁକ୍ତ ଥିଲେ, ଯେଉଁ ମାନଙ୍କର ରେସନ କାର୍ଡ ଥିବ, ସେମାନଙ୍କୁ କାର୍ଡ ମିଳିବ । ଆୟୁଷ୍ମାନ କାର୍ଡ ପାଇଁ ଇ-କେୱାଇସି ବାଧ୍ୟତାମୂଳକ ଅଟେ । ୨୯୦୦୦ଘରୋଇ ଓ ସରକାରୀ ଡାକ୍ତରଖାନାରେ ଦେୟମୁକ୍ତ ଚିକିସôା ଯୋଗାଇ ଦିଆଯିବ । ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିସôା ସୁବିଧା ରହିଛି  । ପୁରୁଷଙ୍କ ପାଇଁ ବାର୍ଷିକ  ୫ ଲକ୍ଷରୁ ସୁବିଧା ମଧ୍ୟ ରହିଛି । ଓଡିଶା ବାହାରେ ବସବାସ କରୁଥିବା ଲୋକ ମଧ୍ୟ ଏହି ସୁବିଧା ପାଇପାରିବେ । ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ବୟୋ ବନ୍ଦନା ଯୋଜନାରେ ସାମିଲ କରାଯିବାର ବ୍ୟବସ୍ଥା ଥିବା ବିଡ଼ିଓ ଶ୍ରୀ ସାହୁ ପ୍ରକାଶ କରିଥିଲେ । 
ବରୀ: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରେଗ୍ୟ ଯୋଜନା ଗୋପବନ୍ଧୁ ଜନ ଆରେଗ୍ୟ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ତଥା କାର୍ଡ ବଣ୍ଟନ ଜନ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରୀୟ ବରୀ ବ୍ଲକ ୫ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁଭାରମ୍ଭ ହୋଇଥିଲା । କଳାମାଟିଆ ଜନସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ବିଡ଼ିଓ ଅସିତ କୁମାର ମହାନ୍ତି, ଅତିରିକ୍ତବିଡ଼ିଓ ମହେଶ୍ୱର ସେଠୀ, ଅତିରିକ୍ତତହସିଲଦାର କଲ୍ଲୋଳ ମିଶ୍ର, ବରୀ ଗୋଷ୍ଠୀ ମୁଖ୍ୟଚିକିସôା ଅଧିକାରୀ ଡାକ୍ତର ସବ୍ୟସାଚୀ ଦାସ,ଉପାଧ୍ୟା ଅର୍ଚ୍ଚନା ମଲ୍ଲିକ କଳାମାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିସôାଅଧିକାରୀଣି ସତ୍ୟ ସୋମ୍ୟା ସାହୁ, ଡାକ୍ତର କୈଳାଶ ଚନ୍ଦ୍ର ପତି, ବିପିଓ ପବିତ୍ର ଗୌରବ ଦାସ, ମୁଖ୍ୟ କିରାଣୀ ଅଜୟ କୁମାର ଦାସଙ୍କ ସମେତ ଜିଲ୍ଲାପରିଷଦ ଓ ସରପଞ୍ଚ ମାନେ ଯୋଗଦେଇଥିଲେ । ଏଥିରେ ଅନ୍ୟାସପୁର, ରମ୍ପା, ଭଅଁରା, ବୋଦୁଅ, ଅରଙ୍ଗାବାଦ, ଅଲିପୁର, ବାଲିବିଲି, ବରୀ, ଉଦୟନାଥପୁର, ରତଲାଙ୍ଗ ପଞ୍ଚାୟତର ଲୋକମାନଙ୍କୁ କାର୍ଡ ବଣ୍ଟନ କରିଥିଲେ । ସେହିପରି ଅଙ୍ଗାଳେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ଏଲବି ମହାବିଦ୍ୟାଳୟ ପରିସରରେ ଜିଲ୍ଲାପରିଷଦ ସନ୍ତୋଷ ସାମଲ, ମଧୂସୁଦନପୁର ସରପଞ୍ଚ ମଧୂସ୍ମିତା ମଲ୍ଲିକ, ନୋଡାଲ ଅଫିସର ଡାକ୍ତର ସତ୍ୟବ୍ରତ ବରାଳ, ଫାର୍ମସିଷ୍ଠ ନାରାୟଣ ଧଳ, ନର୍ସିଙ୍ଗ ଅଫିସର ମୋନାଲିସା ଭୂୟାଁ, ଅଙ୍ଗାଳେ ସମିତି ସଭ୍ୟା ସ୍ୱପ୍ନକ୍ଷ ସେଠି, ମଧୂସୁଦନପୁର ସମିତି ସଭ୍ୟ ନଗେନ୍ଦ୍ର କୁମାର ଧଳ, କନିଷ୍ଠଯନ୍ତ୍ରୀ ରାକେଶ ମଲ୍ଲିକ, ପିଓ ହରେକୃଷ ପଣ୍ଡା, ଭରତ ମଲ୍ଲିକ, ବିଏଲସି ଅମୀୟ ରଞ୍ଜନ ଦାସ ସହିତ ଆଶା ଓ ଅଙ୍ଗନାୱାର୍ଡକର୍ମୀ ଉପସ୍ଥିତ ରହି ଅଙ୍ଗାଳେ, ମଧୂସୁଦନପୁର ପଞ୍ଚାୟତ ଲୋକମାନଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା ।  ସେହିପରି କୃଷ୍ଣ ନଗର, ରନôଗିରି, ବାଲିଆ ପ୍ରକ୍ଷଥମିକ ସ୍ୱାସ୍ଥ୍ୟ କେନ୍ଦ୍ରପରିସରରେ କାର୍ଡଆୟୁଷମାନ ଯୋଜନାର କାର୍ଡ ବଣ୍ଟନ କରାଯାଇଥିଲା । ପ୍ରକାଶ ଥାଉ କି ଆସନ୍ତା କାଲି ଠାରୁ ସ୍ୱାସ୍ଥ୍ୟ କର୍ମୀ ଓ ଆଶା କର୍ମୀ ଘର ଘର ବୁଲି କାର୍ଡ ବଣ୍ଟନ କରିବା ସାଙ୍ଗକୁ ଇ କେୟାଇସି କରାଯିବ ବୋଲି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିସôା ଅଧିକାରୀ ଡାକ୍ତର ସବ୍ୟସାଚୀ ଦାସ ସୂଚନା ଦେଇଛନ୍ତି ।
ଭଦ୍ରକ: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା କାର୍ଯ୍ୟକ୍ରମ ଆଜି କଟକ ସ୍ଥିତ ବାଲିଯାତ୍ରା ପଡ଼ିଆ ଠାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ଜେ ପି ନଡାଙ୍କ କରକମଳରେ ଲୋକାର୍ପିତ ହୋଇଛି । ଏହି ଐତିହାସିକ କାର୍ଯ୍ୟକ୍ରମ  ଅବସରରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲେଇ ପଞ୍ଚାୟତର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସାଂସଦ ଅଭିମନୁ୍ୟ ସେଠି, ଜିଲ୍ଲାପାଳ  ଦିଲ୍ଲୀପ ରାଉତରାୟ ଓ ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର ଅଧିକାରୀ ମାନଙ୍କ ଉପସ୍ଥିତିରେ ହିତାଧିକାରୀ ମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବା ସହ ଅଞ୍ଚଳବାସୀଙ୍କୁ ସମ୍ବୋଧିତ କରିଥିଲେ । ସମସ୍ତ ପରିବାର ବର୍ଗ ଏହି ଯୋଜନାରେ ସାମିଲ ହୋଇ ଉପକୃତ ହେବେ ବୋଲି ସାଂସଦ ଓ ବିଧାୟକ ଏବଂ ଜିଲ୍ଲାପାଳ ଶ୍ରୀ ରାଉତରାଏ କହିଛନ୍ତି ।