ଅଙ୍ଗନବାଡି ସଂଘର କାର୍ଯ୍ୟକାରୀ କମିଟି ବୈଠକ

 ସୋର: ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସହୟିକା ସଂଘ ସୋର ବ୍ଲକ କମିଟିର କାର୍ଯ୍ୟକାରୀ କମିଟି ବୈଠକ ଅବସରପ୍ରାପ୍ତ କର୍ମଚାରୀ ସଭା ଗୃହରେ ବରିଷ୍ଠ କର୍ମୀ ଅନ୍ନପୂର୍ଣ୍ଣା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ଦରଦାମ ବୃଦ୍ଧି ବେଳେ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ବୃଦ୍ଧି କରୁଛନ୍ତି । କିନ୍ତୁ ବର୍ଷାଧିକାଳ ବଜାର ଦର ଅସମ୍ଭବ ବୃଦ୍ଧି ବେଳେ ସମନ୍ୱିତ ଶିଶୁବିଭାଗ ଦୀର୍ଘବର୍ଷରୁ ଧାର୍ଯ୍ୟ ପୁରୁଣା ଦରରେ ହିତାଧିକାରୀଙ୍କ ବାବଦ ଖର୍ଚ୍ଚ ଅର୍ଥ ପ୍ରଦାନ କରି ଚାଲିଛି । ଅଙ୍ଗନବାଡି ୱାର୍କରମାନେ ଯେତେ ଆପତ୍ତି କଲେ ମଧ୍ୟ ପ୍ରଶାସନିକ ଅଧିକାରୀମାନଙ୍କ ତତ୍ପରତା ଅଭାବରୁ ଅଙ୍ଗନବାଡି  ୱାର୍କରମାନେ ବଳି ପଡୁଛନ୍ତି । ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀ, ପ୍ରସୂତି ଓ ୭ ମାସରୁ ୩ ବର୍ଷ ପିଲାମାନଙ୍କୁ ଶୁଖିଲା ବଣ୍ଟନ ଖାଦ୍ୟ ଏବଂ ୩ ବର୍ଷରୁ ୬ ବର୍ଷ ଶିଶୁମାନଙ୍କୁ ଗରମ ରନ୍ଧା ଖାଦ୍ୟ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନାରେ ଅଣ୍ଡା, ଡାଲି, ଆଳୁ ପନିପରିବା ପ୍ରଭୃତିର ତିନିଗୁଣା ଦର ବୃଦ୍ଧି ଯୋଗୁଁ କର୍ମୀ ବାଧ୍ୟ ହୋଇ ନିଜ ଭତ୍ତା ଟଙ୍କାକୁ ଖର୍ଚ୍ଚ କରି  ହିତାଧିକାରୀମାନଙ୍କୁ ଯୋଗାଇ ଚାଲିଛନ୍ତି । ଜନପ୍ରତିନିଧିମାନେ ମଧ୍ୟ ବାସ୍ତବତାକୁ ବୁଝିବା ପାଇଁ ଅକ୍ଷମ । ଅନ୍ୟପକ୍ଷ୍ୟରେ ରାଜ୍ୟ ସରକାର ଅଙ୍ଗନବାଡି ୱାର୍କର ଏବଂ ସହାୟିକାମାନଙ୍କୁ ସ୍ୱେଚ୍ଛାସେବୀ ନାମରେ ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକୁର ଦାୟିତ୍ୱ ଲଦି ଦେଇ ଗୋତି ଶ୍ରମିକ ଭଳି ଖଟାଇ ଚାଲିଛନ୍ତି । ସମ୍ମନ୍ୱିତ ଶିଶୁବିକାଶ ଯୋଜନାରେ ଶିଶୁମାନଙ୍କୁ ପ୍ରାଥମିକ ଶିକ୍ଷା ସହ ଗରମ ରନ୍ଧା ଖାଦ୍ୟ, ଗର୍ବବତୀ ପ୍ରସୂତି ମାନଙ୍କୁ ସୁଷମ ଖାଦ୍ୟ ବଣ୍ଟନ, ମିଶନଶକ୍ତି ଯୋଜନା ସହ ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନାର ଦାୟିତ୍ୱ ସହ ସ୍ୱାସ୍ଥ୍ୟସେବାରେ ମଧ୍ୟ କାର୍ଯ୍ୟ କରାଉଛନ୍ତି । ଏପରିସ୍ଥଳେ ବିଭାଗୀୟ ଅଧିକାରୀମାନଙ୍କ ରୁଗ୍ଣ ମାନସିକତା ଯୋଗୁଁ ନିମ୍ନମାନର ଛତୁଆ ଓ ପିଲାମାନଙ୍କ ଡ୍ରେସ୍, ତଥା ବିଭିନ୍ନ କାର୍ଯ୍ୟକ୍ରମରେ ପିସି କାରବାର ଯୋଗୁଁ ୱାର୍କରମାନେ ସାଧାରଣରେ ନିନ୍ଦିତ ହେଉଛନ୍ତି । ତେଣୁ ତୁରନ୍ତ ପିସି କାରବାର ବନ୍ଦ ହେବା ସହ ଉନ୍ନତମାନର ଛତୁଆ, ଅର୍ଥ ଅନୁଯାଇ ଡ୍ରେସ ପ୍ରଦାନ ସହ ବଜାର ଦରରେ ଏସ୍ଏନ୍ପି, ଖାଲିଥିବା ୱାର୍କର ଓ ହେଲପ୍ର ପଦବୀ ୧୫ ଦିନ ମଧ୍ୟରେ ପୂରଣ ନ ହେଲେ, ଦାବି ପୂରଣ ପର୍ଯ୍ୟନ୍ତ ସୋର ସିଡିପିଓଙ୍କ ଅଫିସ ଆଗରେ ସଂଘ ଆନେ୍ଦାଳନାତ୍ମକ କାର୍ଯ୍ୟ ପନ୍ଥା ଗ୍ରହଣ କରିବାକୁ ବୈଠକରେ ସ୍ଥିର ହୋଇଛି । ଏହି ବୈଠକରେ ଏଆଇଟିୟୁସି ରାଜ୍ୟ ସମ୍ପାଦକ ମାୟାଧର ନାୟକ, ବ୍ଲକ ସମ୍ପାଦିକା ଆରତୀ ଦାଶ ମହାପାତ୍ର, ପୂର୍ଣ୍ଣିମା ସି, ମିନତୀ ମହାନ୍ତି, ପ୍ରମିଳା କର, ଲଳିତା ବେହେରା, ଜୟନ୍ତୀ ପତି, ସସ୍ମିତା ପତି, ମଧୁସ୍ମିତା ମହାନ୍ତି, ପଦ୍ମାବତୀ ନାୟକ, ମାନସୀ ନାୟକ, ସୁଲଚନା ପାତ୍ର, ସୁଷମା ପୋଥାଳ, ଦିପ୍ତିମୟୀ ମିଶ୍ର, ସୁକାନ୍ତି ମଳିକ, ଲଷ୍ମୀମଣୀ ତ୍ରିପାଠୀ, ସବିତା ଭୁତିଆ, ସରଳା ପାଣିଗ୍ରାହୀ, ସୁବାଶିନୀ ପତି, ହେମା ମାଳିନୀ ମିଶ୍ର, ପ୍ରଭୃତି ବିଭିନ୍ନ ସେକ୍ଟରରୁ ଯୋଗ ଦେଇଥିବା ବେଳେ ଅତସୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।