ମହାଙ୍ଗା ପଡିପାରେ ଶଶିଙ୍କ ଇସ୍ତଫା!
ତିହିଡ଼ି, : ବିଜେପିର ଦକ୍ଷ ସଂଗଠକ ଜିଲ୍ଲା ସାଧାରଣ ସମ୍ପାଦକ ଶଶିକାନ୍ତ ବିଶ୍ୱାଳଙ୍କ ଦଳରୁ ଇସ୍ତଫା ବିଜେପିକୁ ମହଙ୍ଗା ପଡିପାରେ । ବିଗତ ୧୨ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ବିଜେପି ଦଳରେ ବିଭିନ୍ନ ପଦପଦବୀରେ ରହିଥିଲେ । ମନମୋହନ ସାମଲ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେବାଠାରୁ ତାଙ୍କ ପ୍ରତି ଅବି·ର କରାଯାଉଥିବା ଅଭିଯୋଗ ଦର୍ଶାଇ ଗତ ୧୦ ତାରିଖରେ ଶଶିକାନ୍ତ ବିଶ୍ୱାଳଙ୍କ ସମେତ ବିଶ୍ୱକେଶରୀ ମହାନ୍ତି ଓ ମୁକ୍ତିକାନ୍ତ ବାରିକ ଆନୁଷ୍ଠାନିକଭାବେ ବିଜେପିରୁ ବିଭିନ୍ନ ପଦ ପଦବୀ ସହ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ବିଜେପି ଦଳର ନୀତି ଆଦର୍ଶ ଓ ରାଷ୍ଟ୍ରପ୍ରେମ ମନ୍ତ୍ରରେ ଉଦ୍ବୁଦ୍ଧ ହୋଇ ସେମାନେ ଦୀର୍ଘ ବର୍ଷଧରି ସମାଜରେ ଅତ୍ୟାଚାରୀତ ତଥା ନିଷ୍ପେସିତ ଜନତାଙ୍କ ସେବାରେ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିଆସୁଥିଲେ । ବେଶ କିଛିଦିନ ହେବ ସାମାଜିକ କାର୍ଯ୍ୟ ଆଉ ନ୍ୟାୟ ଆନେ୍ଦାଳନରୁ ନିବୃତ ରହିବାକୁ ବାଧ୍ୟ କରାଯାଉଥିଲା । ତ୍ୟାଗ ଆଉ ତିତୀକ୍ଷାରେ ଜୀବନ ଉଜାଡ଼ି ଦେଇ ଦଳପ୍ରତି ସମର୍ପଣରେ ଥିବା କାର୍ଯ୍ୟକର୍ତ୍ତାମାନଙ୍କୁ ସମସ୍ତ କାର୍ଯ୍ୟକ୍ରମରୁ ଉଦେଶ୍ୟ ମୂଳକ ଭାବେ ବାଦ୍ କରାଯାଉଥିଲା । ଶଶିକାନ୍ତ ବିଶ୍ୱାଳ ସାହାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ । ପରେ ଦଳୀୟ ସଂଗଠନ ଦାୟିତ୍ୱରେ ୨୦୧୨ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଜିଲ୍ଲା କୋଷାଧ୍ୟକ୍ଷ ଭାବେ ଏବଂ ଜୋନ୍ ୯ ନମ୍ବରରେ ୨୦୧୪ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ଲଙ୍କେଶ୍ୱରୀ ମଣ୍ଡଳର ସଭାପତି କାର୍ଯ୍ୟକରି ·ନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧିନ ୯ ପଞ୍ଚାୟତରେ ବିଜେପିର ସଂଗଠନକୁ ମଜବୁତ୍ କରିବାରେ ସକ୍ଷମ ହୋଇଥିଲେ । ବିଜେପିରୁ ଇସ୍ତାଫା ଦେବାପରେ ସଂପ୍ରତି ଆଶ୍ୱସ୍ଥିଲାଭ କରିଛନ୍ତି ଏବଂ ଖୁବ୍ ଶିଘ୍ର ବିଜେଡିରେ ସାମିଲ ହେବେ ବୋଲି ତାଙ୍କ ଆତ୍ମିୟଶୋଜନଙ୍କ ଠାରୁ ଶୁଣିବାକୁ ମିଳୁଛି ।