ଇଣ୍ଡିଗୋ ଏୟାର ଲାଇନ୍ସର ବଡ ଘୋଷଣା : ପ୍ରଭାବିତ ଗ୍ରାହକଙ୍କୁ ମିଳିବ ୧୦ ହଜାର ଟଙ୍କାର ଟ୍ରାଭେଲ୍ ଭାଉଚର୍
ନୂଆଦିଲ୍ଲୀ : କିଛି ଦିନଧରି ଇଣ୍ଡିଗୋ ଏୟାରଲାଇନ୍ସରେ ଯାନ୍ତ୍ରୀକ ତ୍ରୁଟି କାରଣରୁ ଯାତ୍ରୀମାନେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଇଛନ୍ତି । ଏସବୁ ଭିତରେ ଇଣ୍ଡିଗୋ ଏୟାର ଲାଇନ୍ସ ତରଫରୁ ଏକ ବଡ ଘୋଷଣା କରାଯାଇଛି ।
କମ୍ପାନି ଘୋଷଣା କରି କହିଛି, "ଇଣ୍ଡିଗୋ ଦୁଃଖର ଏହା ସ୍ୱୀକାର କରୁଛି ଯେ ଡିସେମ୍ୱର ୩, ୪, ୫ରେ ଯାତ୍ରା କରୁଥିବା ଯାତ୍ରୀମାନେ ଅନେକ ସମୟ ଧରି ବିମାନ ବନ୍ଦରରେ ଫସି ରହିଥିଲେ ଓ ଭିଡ଼ କାରଣରୁ ସେମାନଙ୍କ ମଧ୍ୟରୁ ଅନେକ ଅଧିକ ପ୍ରଭାବିତ ହୋଇଥିଲେ । ଏପରି ଗମ୍ଭୀର ଭାବେ ପ୍ରଭାବିତ ଗ୍ରାହକଙ୍କୁ ୧୦ ହଜାର ଟଙ୍କାର ଟ୍ରାଭେଲ୍ ଭାଉଚର୍ ଦେବୁ।’ ଏଥିରେ ଆହୁରି କୁହାଯାଇଛି ଯେ, ଏହି ଟ୍ରାଭେଲ୍ ଭାଉଚରକୁ ଆସନ୍ତା ୧୨ ମାସ ମଧ୍ୟରେ ଇଣ୍ଡିଗୋର ଯେକୌଣସି ଯାତ୍ରା ପାଇଁ ବ୍ୟବହାର କରିପାରିବେ । ଏହି କ୍ଷତିପୂରଣ ସରକାରୀ ନିର୍ଦ୍ଦେଶରେ ଦିଆଯାଉଥିବା କ୍ଷତିପୂରଣଠାରୁ ଅଲଗା ରହିବ ।