ଇଡ଼କୋ ହଟାଅ ନାରାରେ କମ୍ପିଲା ଏଡ଼ିଏମ୍ କାର୍ଯ୍ୟାଳୟ ପୁଣି ରାସ୍ତାକୁ ଆସିଲା ଭୂମିମୁକ୍ତି କୃଷକ ମଞ୍ଚ
ାା ପ୍ରଭାନୁ୍ୟଜ ।ା ବ୍ୟାସନଗର: ନିର୍ବାଚନ ପୂର୍ବରୁ ଭୂ-ବନେ୍ଦାବସ୍ତ; ଭୂ-ପୂଜନ ନିର୍ବାଚନ ଥୋପ ଥିଲା କି? । ଏଭଳି ଆଶଙ୍କା କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଭୂମିମୁକ୍ତି କୃଷକ ମଞ୍ଚ ପକ୍ଷରୁ କରାଯାଇଛି । ବର୍ଷବର୍ଷ ଧରି ଆଗେ ବନେ୍ଦାବସ୍ତ ପରେ ଅଧିଗ୍ରହଣ ଦାବି କରି ଆସି ମୌଜା ମୌଜା ବୁଲିବୁଲି ଜନମେଳି କରୁଥିବା ମଞ୍ଚ ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼ାଇ ଭୂ-ବନେ୍ଦାବସ୍ତ ପାଇଁ ଭୂ-ପୂଜନ କରିବା ପରେ ଆସ୍ୱସ୍ଥ ହୋଇଥିଲେ । ହେଲେ ଭୂ-ପୂଜନକୁ ୯ମାସ ପୁରିଯିବା ପରେ ବନେ୍ଦାବସ୍ତ ସୋରଶବ୍ଦ ନଥିବାରୁ ମଞ୍ଚ ପୁଣି ରାସ୍ତାକୁ ଓହ୍ଲାଇଛି ।
ମଞ୍ଚର ଅତାଧିକ ମହିଳା ଓ ପୁରୁଷ ଆଜି ଯାଜପୁର ରୋଡ଼ସ୍ତ ଏଡ଼ିଏମ କାର୍ଯ୍ୟାଳୟ ଆଗରେ ଇଡ଼କୋ ହଟାଅ ନାରାଦେଇ କମ୍ପାଇଥିଲେ । ମଞ୍ଚର ବିଶ୍ୱରଞ୍ଜନ ସ୍ୱାଇଁ, ସ୍ୱର୍ଣ୍ଣଲତା ବାନରା, ବିଶ୍ୱକେତନ ମଙ୍ଗରାଜ, ପୁରସ୍ତମ ସାମାଡ଼, କ୍ଷୀରୋଦ ଜେନା, ରବିନାରାୟଣ ଧିରସାମନ୍ତ, ସୁଧାଂଶୁ ଶେଖର ଦେଓ, ମଟାଇ ଜାମୁଦା, ପୁରସ୍ତମ ନାୟକ, କୀର୍ତ୍ତନ ମୁଣ୍ଡା, ରାଜେନ୍ଦ୍ର ମୁଣ୍ଡା, ଚକ୍ରଧର ମୁଣ୍ଡା, ରାମଚନ୍ଦ୍ର ଡ଼ାଙ୍ଗିଲି, ଶରତ ବଳ, ବିଶ୍ୱଜିତ ମହାନ୍ତି,ସୀତା ପୂର୍ତ୍ତି, ମମତା ମହାନ୍ତ, ମଞ୍ଜୁଲତା ଜେନା, ଅମରସିଂ ବାନରା, କହ୍ନେଇ ମଣ୍ଡଳ, ରବି ମଣ୍ଡଳ, ବଳରାମ କାମିଲା, ବଳରାମ ମଲିକ, ତପନ ମଣ୍ଡଳ ପ୍ରମୂଖଙ୍କ ନେତୃତ୍ୱରେ ୨୯ମୈାଜାର ପ୍ରଜା ଏଡ଼ିଏମ କାର୍ଯ୍ୟାଳୟରେ ପହଞ୍ଚି ଇଡ଼କୋ ହଟାଅ, ଆଗେ ବନେ୍ଦାବସ୍ତ, ପରେ ଅଧିଗ୍ରହଣ ନାରା ଦେଇଥିଲେ । ମଞ୍ଚ ପକ୍ଷରୁ ଏଡ଼ିଏମ ଲଙ୍କେଶ୍ୱର ଅମାତଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିବା ପରେ ଦାନଗଦୀ ତହସିଲ କାର୍ଯ୍ୟାଳୟ ଆଗରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିବା ସହ ସମାନଦାବି ପତ୍ର ପ୍ରଦାନ କରିଥିଲେ । ମଞ୍ଚର ଅଭିଯୋଗ ଦୀର୍ଘ ୯୭ ବର୍ଷ ଅଣ ବନେ୍ଦାବସ୍ତ ରହିଯାଇଥିବା ୨୯ ମୌଜାରେ ଜମିବାଡି ବନେ୍ଦାବସ୍ତକୁ କରିବା ପାଇଁ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ନିଦେ୍ର୍ଦଶ ଦେଇଥିିଲେ । ୨୯ ମୌଜାବାସୀଙ୍କୁ ପ୍ରତିଶ୍ରୁତି ଦେଇ ଚାଲିଥିଲେ ହେଁ ସରକାର ଭଣ୍ଡାଇ ଚାଲିଛନ୍ତି । କଳିଙ୍ଗନଗରରେ ଗୋଟିଏ ପରେ ଗୋଟିଏ ଅଞ୍ଚଳର ଜମି ଦଖଲ କରିବା ପାଇଁ ସରକାର ଉଦ୍ୟମ କରିଚାଲିଛନ୍ତି । ବନେ୍ଦାବସ୍ତ ହୋଇନଥିବାରୁ ସାଧାରଣ ଲୋକଟିଏ ନିଜ ଜମିକୁ ନେଇ ଅନେକ ଦ୍ୱନ୍ଦରେ ରହିଥିବା ବେଳେ ପିଲା ମାନଙ୍କର ପାଠ ପଢା ଠାରୁ ଆରମ୍ଭ କରି ଘର ପାଇଁ ବ୍ୟାଙ୍କରୁ ଋଣଟିଏ ଆଣିପାରୁ ନଥିଲା । ପିଲାଙ୍କ ପାଠ ପଢିବା ପାଇଁ ସାର୍ଟିଫିକେଟଟିଏ ହୋଇପାରୁନି । ଦାନଗଦୀ ତହସିଲ ଅନ୍ତର୍ଗତ ମାନତୀରା ଓ ଦାନଗଦୀ ଆରଆଇ ଅଧୀନରେ ଥିବା ୨୨ମୌଜାର ବାରଗୋଟି ପଞ୍ଚାୟତ ଭୁ-ବନେ୍ଦାବସ୍ତ ହେବା ଅପେକ୍ଷା ରହିଛି । ପଙ୍କପାଳ, ମନତିରା, ଯଖପୁରା, ଦାଶମାଣିଆ, ମଣ୍ଡପଡା, ଧୁଳିଗଡ, ନଡିଆଭଙ୍ଗା, ଜାମପଶି, ରାଛିପୁର, ରାବଣା, ଦାନିଆବର୍ ଅଞ୍ଚଳରେ ଭୁ-ବନେ୍ଦାବସ୍ତ ହେବ ବୋଲି ଗତବର୍ଷ ସେପ୍ଟେମ୍ବର ମାସରେ ଭୂ-ପୂଜନ କରିଥିଲେ ବିଧାୟକ ଶ୍ରୀ ଘଡ଼ାଇ । ପଙ୍କପାଳ ପଞ୍ଚାୟତର ପାଞ୍ଚାବାଟିଆ ମୌଜାରୁ ଭୁ-ପୂଜନ ବେଳେ କୁହାଯାଇଥିଲା କି ସେଟ୍ ଲାଇଟ୍ ପଦ୍ଧତିରେ ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ ଜମିର ମାପଚୁପ ହେବ । ଏହାଦ୍ୱାରା ସାଧାରଣ ଲୋକଟିଏ ନିଜର ସଂପୂର୍ଣ୍ଣ ଜମି ନିର୍ଭୁଲ ଭାବରେ ପାଇପାରିବ । ୨୨ ମୌଜାର ସମସ୍ତ ଜମିକୁ ମାପଚୁପ କରିବା ପାଇଁ ପ୍ରାୟ ଏକ ବର୍ଷ ସମୟ ଲାଗିବ ବୋଲି ଜମି ମାପିବାର ଦାଇତ୍ୱ ଜିଓ କନକ୍ଟାନ୍ସ ପ୍ରାଇଭେଟ୍ ଲିମିଟେଡକୁ ଦିଆଯାଇଛି । ଭୁ-ବନେ୍ଦାବସ୍ତ ହେବାକୁ ଯାଉଥିବାରୁ ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ହେଲେ ୯ମାସ ପରେବି ଭୂ-ବନେ୍ଦାବସ୍ତ ଆଗେଇ ପାରି ନଥିବା ବେଳେ ଶିଳ୍ପ ପାଇଁ ଜମି ଅଧିଗ୍ରହଣ କରିବାକୁ ଉଦ୍ୟମ ଜାରୀ ରଖିଛନ୍ତି । ଯାହାକୁ ମଞ୍ଚ ପକ୍ଷରୁ ଘୋର ବିରୋଧ କରାଯାଇଛି । ସରକାର ଆଗେ ବନେ୍ଦାବସ୍ତ ପରେ ଜମି ଅଧିଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି । ଯଦି ସରକାର ଆମ ଦାବି ନଶୁଣନ୍ତି ତେବେ ଜମି ଅଧିଗ୍ରହଣକୁ କ୍ଷେତ୍ରରେ ବିରୋଧ କରିବୁ ବୋଲି ଚେତାବନୀ ଦେଇଛନ୍ତ