ଶୋଚନୀୟ ହୋଇପଡ଼ିଛି ଅଳପୁଅ ଗ୍ରାମ୍ୟ ରାସ୍ତା
ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା,: ସହରଠୁ ଗ୍ରାମ ସବୁଠିକୁ ଗମନାଗମନ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । କେଉଁଠି ରାସ୍ତାକୁ ପିଚୁ କରାଯାଉଛି ତ କେଉଁଠି କଙ୍କ୍ରିଟ୍ ଆଉ ପୁଣି କେଉଁଠି ଫାଇବର ପ୍ୟାକିଂ କରି ରାସ୍ତାକୁ ଚକାଚକ କରୁଛନ୍ତି । କିନ୍ତୁ ସରକାରଙ୍କ ତରଫରୁ ଏତେ ସବୁ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏମିତି କିଛି ଅଞ୍ଚଳ ରହିଛି ଯେଉଁଠାରେ କି ରାସ୍ତାର ଅବସ୍ଥା ପୁରା ଶୋଚନୀୟ ହୋଇପଡ଼ିଛି । ଯାହା ଦେଖିବାକୁ ମିଳିଛି ରସଲପୁର ବ୍ଲକ ଅର୍ଥଙ୍ଗା ପଞ୍ଚାୟତରେ ।
ଏଠାରେ ଅଳପୁଅ ଠାରୁ ଅଳପୁଆ ଗ୍ରାମକୁ ଯାଇଥିବା ୨୫୦ ମିଟର ରାସ୍ତା ଭାଙ୍ଗିରୁଜି ଶୋଚନୀୟ ହୋଇ ପଡିଛି । ରାସ୍ତାରେ ମାଳ ମାଳ ଫାଟ ସୃଷ୍ଟି ହୋଇଥିବା ବେଳେ ମରଣଯନ୍ତା ପାଲଟିଛି ଗ୍ରାମ ରାସ୍ତା । ଗୋଟିଏ ପଟେ ଗଭିର ପୋଖରିକୁ ଅନ୍ୟପଟେ ଖାଲଖମା ରାସ୍ତା ଟିକେ ଭାରଷ୍ୟାମ ହରାଇଲେ ପୋଖରିରେ ପଡି କ୍ଷୟକ୍ଷତି ହେବାର ସମ୍ମାବନାକୁ ଏଡାଇ ଦିଆ ନ ଯାଇ ପାରେ । ଏହି ଗ୍ରାମର ୨ଶହରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ସତାଧିକ ଗ୍ରାମବାସୀ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ୨୦୧୧ ମସିହାରେ ଏହି ରାସ୍ତାକୁ ପଞ୍ଚାୟତ ତରଫରୁ ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗାଁକୁ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା । ହେଲେ ରାସ୍ତାର ଉଭୟ ପାଶ୍ୱର୍ରେ ଗଢିଆ, ପୋଖରି ଥିବା ବେଳେ ଗାର୍ଡ ୱାଲ ନିର୍ମାଣ କରାଯାଇ ନଥିଲା । ଫଳରେ ରାସ୍ତା ନିର୍ମାଣର କିଛି ମାସ ମଧ୍ୟରେ ରାସ୍ତାରେ ଫାଟ ସୃଷ୍ଟି ହୋଇଥିଲା । ପରେ ଏହା ସମ୍ପୂର୍ଣ୍ଣ ନଷ୍ଠ ହୋଇ ପଡି ରହିଛି । ଏହି ଗ୍ରାମର ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ଫଳରେ ରାସ୍ତା ଠିକ ନଥିବାରୁ ୪ ଚକିଆ ଯାନ ଯା-ଆସ କରି ପାରୁ ନାହିଁ । ଫଳରେ ଚାଷୀ ଚାଷ ସାମଗ୍ରୀ ଘରକୁ ବୋହି ନେବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ହେଲେ ରାସ୍ତା ସାରା ପାଣି ଜମି ରହୁଛି । ଫଳରେ ଗ୍ରାମବାସୀ ତଥା ଛାତ୍ରଛାତ୍ରୀ ମାନେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥ୍ୱବା ବେଳେ ଏହି ଖାଲଖମା ରାସ୍ତାରେ ପଡି ଶୋଚନୀୟ ହେଉଛନ୍ତି । ଅନ୍ୟପକ୍ଷରେ ଏଭଳି ଭଙ୍ଗା ରାସ୍ତାରେ ଯାତାୟାତ କଲାବେଳେ ଅନ୍ଧାରରେ ସାପବେଙ୍ଗଙ୍କ ଭୟ ଲାଗି ରହିଛି । ଏଣୁ ଉକ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଉଚ୍ଚା ଗାର୍ଡୱାଲ ସହିତ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ଗ୍ରାମର ମାଧବ ଚନ୍ଦ୍ର ସ୍ୱାଇଁ, ହୃଷିକେଶ ରାଉତ, ଉତ୍ସବ ରାଉତ, ଗୋକୁଳାନନ୍ଦ ରାଉତ, ପ୍ରସନ୍ନ ରାଉତ, ମନୁ ରାଉତ,ପୂର୍ଣ୍ଣଚନ୍ଦ୍ର ମାଉନ୍ତ, ଭରତ ନାୟକ, ମୋହନ ନାୟକ, କାଳନ୍ଦି ଚରଣ ମାଉନ୍ତ, କୁଳମଣି ବଳ, ଅଜୟ ନାୟକ, ମଧୁସୁଦନ ନାୟକ, ଜୟନ୍ତି ନାୟକ, ବିପିନ ମାଉନ୍ତ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ଅର୍ଥଙ୍ଗା ସରପଞ୍ଚ ପ୍ରତିଭା ମଲ୍ଲିକଙ୍କୁ ପଚାରିବାରୁ ତାଙ୍କୁ କେହି ରାସ୍ତା ଶୋଚନୀୟ ବିଷୟରେ ଜଣାଇ ନଥିବା କହିଛନ୍ତି । ତେବେ ସେ ନିଜେ ଘଟଣା ସ୍ଥଳକୁ ଯାଇ ଦେଖିବା ସହିତ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ଚେଷ୍ଠା କରିବାକୁ କହିଛନ୍ତି ।